Odisha news

ବେଆଇନ ଭାବେ କୋଡିନ ମିଶା କଫ ସିରଫ୍ ବିକ୍ରି : ଜଣେ ଗିରଫ , ୫୪ ବୋତଲ କୋଡିନ ମିଶା କଫ ସିରଫ୍ ଜବତ

0

ଅନୁଗୁଳ: ଶୁକ୍ରବାର ସନ୍ଧ୍ୟାରେ ଅନୁଗୁଳ ପୁଲିସ ବେଆଇନ ଭାବେ କୋଡିନ ମିଶା କଫ ସିରଫ୍ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୫୪ ବୋତଲ କୋଡିନ ମିଶା କଫ ସିରଫ୍ ଜବତ କରିଥିବା ଜଣାଯାଇଛି ।

ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ଅନୁଗୁଳ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ କୋଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ,ଯ ଅନୁଗୁଳ ଅମଲାପଡାର ସୁବାସ ବେହେରା ନିଜ ଘର ସମ୍ମୁଖରେ ଏକ ବ୍ଲୁ ଏବଂ ମାଟିଆ ରଙ୍ଗର ବ୍ୟାଗରେ ବେଆଇନ ଭାବେ ବିନା କୋ÷\ଣସି ଡାକ୍ତରୀ ଚିଠାରେ କୋଡିନ ମିଶା କଫ ସିରଫ୍ ବିକ୍ରି କରୁଛନ୍ତି ।

ଏହି ଖବର ପାଇବା ପରେ ପୁଲିସ ଅମଲାପଡାରେ ଚଢ଼ାଉ କରି ସୁବାସ ବେହେରାକୁ ଗିରଫ କରିବା ସହ ୧୦୦ ଏମଏଲର ୫୪ ବୋତଲ କୋଡିନ ମିଶା କଫ ସିରଫ୍ ଜବତ କରିଥିଲେ । ପୁଲିସ ସୁବାସ ବେହେରା ନାମରେ ଦଫା ୨୧(ବି)ଏନଡିପିଏସ ଆକ୍ଟରେ କେସ ରୁଜୁ କରି ତାଙ୍କୁ ଶନିବାର ଦିନ କୋର୍ଟ ଚାଲାଣ କରିଛନ୍ତି ।

Nalco
Leave A Reply