ବନ୍ତଳା: ଗରିବ ଙ୍କ ପାଇଁ ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥି ପାଇଁ ବହୁ ଅର୍ଥ ମଧ୍ୟ ଖର୍ଚ କରାଯାଉଛି । ହେଲେ ଦୁଃଖର ବିଷୟ ସେହି ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚି ପାରୁନାହିଁ । କେତେକ ଧନୀ ବ୍ୟକ୍ତି ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହାତେଇ ଥିବା ଅଭିଯୋଗ ମଧ୍ୟ ହେଉଛି । ଏ ନେଇ ବାରମ୍ବାର ଅଭିଯୋଗ କରିଲେ ସୁଦ୍ଧା ପ୍ରଶାସନ ର ନିଦ ଭାଙ୍ଗୁନି । ମାତ୍ର ବାର ଦୁଆର ଶୁଣ୍ଢି ପିଣ୍ଡା ହେବା ପରେ ଜନ ଶୁଣାଣି ବେଳେ ଅଭିଯୋଗ କରିବା ପରେ ଯୋଜନାର ସୁବିଧା ଯୋଗାଇ ଦେବାକୁ ଦିଆଯାଉଛି ପ୍ରତିଶ୍ରୁତି ।
ଗରିବଙ୍କ ପାଇଁ ପକ୍କା ଘର ନିର୍ମାଣ ର ସଫଳତା କୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାଃ ବାଃ ନେଉଥିବା ବେଳେ ଆଜି ବି ଗରିବ ଅସହାୟ ପାଖରେ ପହଁଚି ପାରୁ ନାହିଁ ସରକାରୀ ଯୋଜନାରେ ବାସଗୃହ ଖଣ୍ଡେ । ସରକାରୀ ବାବୁଙ୍କ ଦାୟିତ୍ୱ ହୀନତା ଯୋଗୁଁ ସର୍ଭେ ତ୍ରୁଟି ଯୋଗୁଁ ହେଉ ପ୍ରକୃତ ହିତାଧିକାରୀ ମାନେ ତାଲିକାରୁ ବାଦ୍ ପଡୁଛନ୍ତି । ଯାହା ଫଳରେ ବର୍ଷ ବର୍ଷ ଧରି ଭଙ୍ଗା ଦଦରା ମାଟି କୁଡିଆରେ ବିତୁଛି ଅନେକ ପରିବାର ଜୀବନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା
ଅନୁଗୁଳ ବ୍ଲକ ବନ୍ତଳା ଥାନା ଅନ୍ତର୍ଗତ ତଳଗଡ଼ ପଚାଂୟତର ୭ ନମ୍ବର ୱାର୍ଡର ରେଣୁବାଳା ସାହୁଙ୍କ ପରିବାରରେ । ଦୀର୍ଘ ୨୫ ବର୍ଷ ହେବ ବାପା କାନ୍ଦୁରୁ ସାହୁ ଆରପାରିକୁ ଚାଲିଗଲେଣି । ମାଆ ଅମୃତି ସାହୁ ୫ ବର୍ଷ ହେବ ଆରପାରିରେ । ମାଆ ବାପା ଛେମୁଣ୍ଡ ହୋଇ ଦିନ ବିତାଉଛନ୍ତି ନାନୀ ରେଣୁ ସାହୁ ସାନ ଭାଇ ହେମନ୍ତ ସାହୁ । ପରିବାରର ସାହା ଏବେ ରେଣୁ । ସରାକାରଙ୍କ ପ୪ରୁ ରାସନ କାର୍ଡ ମାଧ୍ୟମରେ ୧୦ କିଲୋ ଚାଉଳ ମିଳୁଛି । ବାସ ସେତିକି ରେ ସତେ ଯେମିତି ସରକାରୀ ସହାୟତା ଲେଉଟି ଯାଉଛି ଦୁଃଖୀ ପରିବାର ଉପରୁ । ବିଦ୍ୟୁତ୍ ଓ ଉଜ୍ଜ୍ୱଳା ଯୋଜନା ସତେ ଯେମିତି ଏମାନଙ୍କ ପାଇଁ ସାତ ସପନ ହୋଇଯାଇଛି । ଘର ଖଣ୍ଡେ ପାଇଁ ପଚାଂୟତ ଠାରୁ ଜିଲ୍ଲା ପ୍ରଶାସନ ଦଉଡି ଦଉଡି ଅଣାୟାତ ହୋଇ ଗଲେଣି ରେଣୁ ।
କହିବେ କାହାକୁ ଶୁଣିବ ବା କିଏ? ନାନୀ ରେଣୁ ଯାହା ରୋଜଗାର କରନ୍ତି ସମୁଦ୍ରକୁ ଶଙ୍ଖେ । କେତେବେଳେ ଦିନ ମଜୁରୀ ଭାବରେ କାମ ମିଳେତ କେତେବେଳେ ନାହିଁ । ପେଟକୁ ଦି ମୁଠା ଦାନା ଯୋଗାଇବା ପାଇଁ ଏବେ ଅସହାୟ ହୋଇପଡିଛନ୍ତି ରେଣୁ । ଟଙ୍କା ଅଭାବରୁ ଘର ଛପର ହୋଇପାରୁନାହିଁ । ପଚାଂୟତ ସରପଚଂ କହୁଛନ୍ତି ଘର ଆସିବ ଅପକ୍ଷୋ କର । ଅପେକ୍ଷାର କେବେ ଅନ୍ତ ହେବ ତାହା ସମୟ କହିବ ବୋଲି ଛଳ ଛଳ ଆଖିରେ କହିଛନ୍ତି ରେଣୁ ।
ଲକ୍ ଡାଉନ୍ ଯୋଗୁଁ ସଂଘ ମାଧ୍ୟମରେ ଆଣିଥିବା ଋଣ ସୁଝି ପାରିନଥିବା ବେଳେ ଆଗକୁ ମାଡି ଆସୁଛି ବର୍ଷା ଦିନ ଏପଟେ ଟଙ୍କା ନଥିବାରୁ ଘର ଛପର ହୋଇ ପାରୁନାହିଁ । ରେଣୁଙ୍କ କହିବା ଅନୁଯାୟୀ ବାରମ୍ବାର ଘର ଖଣ୍ଡେ ପାଇଁ ସବୁଠି ନେହୁରା ହେଲେଣି । କେହି ଶୁଣୁ ନାହାଁନ୍ତି । ଯେଉଁ ମାନଙ୍କର ଘର ଅଛି ସେମାନଙ୍କୁ ମିଳୁଛି ପକ୍କା ଘର । ଯିଏ ଲାଚଂ ଦେଇ ପାରିବ ତାକୁ ମିଳିବ ପକ୍କକା ଘର । ଆମେ କିନ୍ତୁ ଲାଚଂ ମିଛ ଦେଇ ପାରୁନୁ ବୋଲି ଆମକୁ ଘର ଖଣ୍ଡେ ମିଳି ପାରୁନାହିଁ । ମାଆ ବାପା ଛେମୁଣ୍ଡ ଭାଇ ଭଉଣୀଙ୍କୁ କିପରି ଶିଘ୍ର ଘର ଯୋଗାଇ ଦିଆଯିବ ସେ ନେଇ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ବିଚାର କରନ୍ତୁ ବୋଲି ତଳଗଡ଼ ୭ ନମ୍ବର ୱାର୍ଡବାସୀ ଅନୁରୋଧ କରିଛନ୍ତି । ଦେଖା ଯାଉ କେବେ ପଡିବ ପ୍ରଶାସନ ଅଧିକାରୀଙ୍କ ଦୃଷ୍ଟି କେବେ ମିଳିବ ଗରିବ ଅସହାୟ ରେଣୁ ଙ୍କୁ ଆବାସ ଗୃହ ।