ଗୋଡିବନ୍ଧ : ଗତକାଲି ରାତ୍ର ୯ଟା ସମୟରେ ସମଲ ଥାନା ଅନ୍ତର୍ଗତ ରୁଟୁଭୂଇଁ ଛକ ଶିବମନ୍ଦିର ନିକଟରେ ସଡକ ଦୁର୍ଘଟଣାରେ ଅଟୋ ଚାଳକର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟଯେ, ଗତ ୩ଦିନ ତଳେ କଟରାପଡା ଗ୍ରାମର ଟ୍ରକ୍ ଡ୍ରାଇଭର ଭଗବାନ ଦେହୁରୀର ମର୍ନନ୍ତୁଦ ସଡକ ଦୁର୍ଘଟଣାରେ ମୃତ ଘଟଣା ମନରୁ ନନିଭୁଣୁ ପୁନଶ୍ଚ ଏପରି ଘଟଣା ସାରା ଅଂଚଳରେ ଭୟାତୁର ପରିବେଶ ସୃଷ୍ଟି କରିଛି ।
ଜେଆଇଟିପିଏଲ ଘରୋଇ ସଂସ୍ଥାକୁ ହଜାର ହଜାର କୋଇଲା ବେଝେଇ ଟ୍ରକ ଜିବାଆସିବା ଦ୍ୱାରା ଏସବୁ ଦୁର୍ଘଟଣା ଘଟୁଥିବା ସାରା ଅଂଚଳରେ ଅଭିଯୋଗ ହେଉଛି । ତେବେ ଏକଘରିଆ ଗ୍ରାମର ସନାତନ ବେହେରା ଖଣ୍ଡିଏ ଅଟୋକରି ଯାତ୍ରୀ ନବାଆଣିବା କରି ନିଜର ଗୁଜୁରାଣ କରିଥାନ୍ତି ।
ପ୍ରତ୍ୟେକ ଦିନପରି ସେ ଗତକାଲି ଗୋଡିବନ୍ଧରୁ ହନୁମାନପୁର ଯାତ୍ରୀ ନେଇ ଫେରିବା ବାଟରେ ଜେଆଇଟିପିଏଲ୍ କମ୍ପାନିକୁ ଯାଉଥିବା ଏକ ଟ୍ରକରେ ମୁହାଁମୁହିଁ ଧକ୍କା ହେବାଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଏହାକୁ କେନ୍ଦ୍ରକରି ଉତେଜନା ପ୍ରକାଶ ପାଇବାପରେ ପୋଲିସ୍ ଓ ଜେଆଟିପିଏଲ୍ କର୍ତୁପକ୍ଷ ଘଟଣା ସ୍ଥଳରେ ପହଁଚିଥିଲେ । ଜେଆଇଟିପିଏଲ୍ କର୍ତୁପକ୍ଷ ମୃତକଙ୍କ ପନôୀଙ୍କୁ ମାସିକ ୬ହଜାର ଟଙ୍କା ଭରଣ ପୋଷଣ,ଏକକାଳୀନ ୯ଲକ୍ଷ ଟଙ୍କା ଓ ଶୁଦ୍ଧିକ୍ରିୟା ପାଇଁ ୫୦ହଜାର ଟଙ୍କା ଦେବାକୁ ନିଷ୍ପତିପରେ ଶବ ବ୍ୟବଚ୍ଛେଦପାଇଁ ଉତ୍ୟକ୍ତ ଲୋକେ ଶବକୁ ଛାଡିଥିଲେ ।