Odisha news

ଡେରାବିଶ : ମତ୍ସ୍ୟ ଚାଷୀଙ୍କୁ ମତ୍ସ୍ୟଚାଷ ଉପକରଣ ବଂଟନ

0

ଡେରାବିଶ :  ଡେରାବିଶ ବ୍ଳକ ଚାନେ୍ଦାଳ କଲେଜ ନିକଟସ୍ଥ ଅଗ୍ରଣୀ ଚାଷୀ ଅକ୍ଷୟ ତ୍ରିପାଠୀଙ୍କ ମତ୍ସ୍ୟ ଉତ୍ପାଦନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ମତ୍ସ୍ୟ ଚାଷୀ ସମ୍ମିଳନୀ ହେବା ସହ ଜିଲ୍ଲାର ୨୭ ଜଣ ହରିଜନ ମତ୍ସ୍ୟ ଚାଷୀଙ୍କୁ ମାଛ ଚାଷ ପାଇଁ ଆବଶ୍ୟକ ମାଛ ଯାଆଁଳ, ମାଛ ଖାଦ୍ୟ, ଜାଲ, ଚୂନ, ବରଫ ବାକ୍ସ ଓ ପାଣି ପରୀକ୍ଷା ପାଇଁ କିଟ୍ ଆଦି ମାଗଣାରେ ପ୍ରଦାନ କରାଯାଇଥିଲା ।

କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟପାଳନ ସଂସ୍ଥା ଓ ଜିଲ୍ଲା ମତ୍ସ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଆୟାଜିତ ଏହି ସଭାରେ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, କେନ୍ଦ୍ରାପଡ଼ା ବିଧାୟକ ଶଷିଭୂଷଣ ବେହେରା, ସିଫାର ବୈଜ୍ଞାନିକ ଡକ୍ଟର ସୁନିଲ ଆଇଲ, ଡକ୍ଟର ଶିବ ରମଣ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀମତୀ ମମତା ମହାପାତ୍ର, ୱାଲ୍ଡ ଫିଶ୍ କ୍ଷେତ୍ରୀୟ ମ୍ୟାନେଜର ସୌରଭ ବିଶ୍ୱାଳ, ରାଜନଗର ଜିଲ୍ଲାପରିଷଦ ପ୍ରତିନିଧି, ରାଜନଗର ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର ଓ ମହାକାଳପଡ଼ା ସହକାରୀ ମତ୍ସ୍ୟ ଅଧିକାରୀ ରଶ୍ମିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଉନ୍ନତ ଓ ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ ପାଇଁ ଚାଷୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ ।

ପରେ ୧୦୦୧୦୦ ଗୋଟି ଅଙ୍ଗୁଳିକା ମାଛ ଯାଆଁଳ, ୭୫୦୭୫ କେଜି ମାଛ ଖାଦ୍ୟ, ଫିଙ୍ଗା ଜାଲ, ୮୫୦୮ କେଜି ଚୁନ, ୨୭ ଗୋଟି ବରଫ ବାକ୍ସ, ୨୭ଟି ପାଣି ପରୀକ୍ଷା ପାଇଁ କିଟ୍ ୨୭ ଜଣ ହରିଜନ ଚାଷୀଙ୍କୁ ବଂଟନ କରି ଏହି କାର୍ଯ୍ୟକ୍ରମ ଦ୍ୱାରା କରୋନା ମହାମାରୀ ସମୟରେ ମତ୍ସ୍ୟଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବାସହ ନୀଳକ୍ରାନ୍ତିରେ ମତ୍ସ୍ୟ ଉତ୍ପାଦନରେ ଅଭିବୃଦ୍ଧି ହେବ ବୋଲି ଉପସ୍ଥିତ ଅଧିକାରମାନେ ମତବ୍ୟକ୍ତ କରିଥିଲେ ।

Leave A Reply