କେନ୍ଦ୍ରାପଡା : କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ପାଳନ ସଂସ୍ଥା ଓ ଜିଲ୍ଲା ମତ୍ସ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ୨୭ ଜଣ ମତ୍ସ୍ୟଚାଷୀଙ୍କୁ ୧୦୦ ପ୍ରତିଶତ ସରକାରୀ ମୂଲ୍ୟରେ ମାଛଚାଷ ପାଇଁ ପ୍ରୟୋଜନୀୟ ଯାଆଁଳ, ଫିଙ୍ଗା ଜାଲ, ମାଛ ଖାଦ୍ୟ, ଚୂନ, ବରଫ ବାକ୍ସ ଓ ପାଣିର ପରୀକ୍ଷା ପାଇଁ କିଟ୍ ଯୋଗାଯାଇଛି । ଜିଲ୍ଲାର ରାଜନଗର ବ୍ଲକର ୨୩ ଜଣ ମତ୍ସ୍ୟଚାଷୀ ଡେରାବିଶ ବ୍ଲକର ୨ ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ୨ଜଣ ମତ୍ସ୍ୟ ଚାଷୀଙ୍କୁ ସାମଗ୍ରୀ ବଣ୍ଟନ କରାଯାଇଛି ।
ଅନୂଆପଡା ସ୍ଥିତ ମସôଚାଷୀ ଅକ୍ଷୟ ତ୍ରିପାଠୀଙ୍କ ମତ୍ସ୍ୟ ଉତ୍ପାଦନ କେନ୍ଦ୍ରରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ମମତା ମହାପାତ୍ର ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ କେନ୍ଦ୍ରାପଡା ବିଧାୟକ ଶଶୀ ଭୂଷଣ ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ସିଫା ର ବୈଜ୍ଞାନିକ ଡ଼ଃ ସୁନିଲ ଆଇଲ , ବୈଜ୍ଞାନିକ ଡ଼ଃ ଶିବ ରମଣ, କ୍ଷେତ୍ରୀୟ ପରିଚାଳକ ସୈାରଭ ବିଶ୍ୱାଳ, ରାଜନଗର ସହକାରୀ ମତ୍ସ୍ୟ ଅଧିକାରୀ ମନୋରଞ୍ଜନ ମହାପାତ୍ର, ମହାକାଳପଡା ସହକାରୀ ମତ୍ସ୍ୟ ଅଧିକାରୀ ରଶ୍ମୀ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।