କୁଜଙ୍ଗ : କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ବିଚିତ୍ରାନନ୍ଦ ମହାପାତ୍ର ଅତ୍ୟନ୍ତ ଗରୀବ ଓ ଦୀନ ମଜୁରୀଆ ଶ୍ରେଣୀର ଲୋକ । ଘରେ ଘରେ ମୂଲ ଲାଗି ସେ ତାଙ୍କ ପରିବାର ପ୍ରତିପୋଷଣ କରନ୍ତି । ଗତ ଏକମାସ ହେବ ସେ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ କାମ ଦାମ କରିପାରୁ ନାହାନ୍ତି କି ଅର୍ଥ ଅଭାବରୁ ନିଜର ଚିକିତ୍ସା କରାଇପାରୁ ନାହାଁନ୍ତି ।
ଗଣ ମାଧ୍ୟମରୁ ଚିକିତ୍ସାରେ “ଅର୍ଥ ସାଜିଛି ବାଧା” ଖବର ପାଇ ମା ତାରିଣୀ ହେଲପିଙ୍ଗ୍ ହ୍ୟାଣ୍ଡ୍ସ୍ ପକ୍ଷରୁ ସଭାପତି ସଙ୍ଖେଶ୍ୱର ପ୍ରସାଦ ମହାନ୍ତିଙ୍କ ନିଷ୍ପତି କ୍ରମେ ସଚିବ ସାରଦା ପ୍ରସନ୍ନ ନନ୍ଦ, ଉପ-କୋଷାଧ୍ୟକ୍ଷ ଉତ୍ତମ ଦାସ, ଉପ ସଂଯୋଜକ କୁନେସ ବାରିକ ପ୍ରମୁଖ ସଦସ୍ୟ ଅନୁରୂପ ଗୌରବ ବିଜୟ ଗରୁ ଆଦି ବିଚିତ୍ରାନନ୍ଦଙ୍କ ଘରେ ପହଂଚି ତାଙ୍କୁ ୫ହଜାର ଟଙ୍କା ଆର୍ଥିକ ସହାୟତା ଦେବା ସହ ତାଙ୍କ ଆସୁ ଆରୋଗ୍ୟ କାମନା କରିଥିଲେ ।
ସଙ୍ଗଠନର ସଦସ୍ୟମାନେ ତାଙ୍କୁ ଭବିଷ୍ୟତରେ ପୁଣି ଆର୍ଥିକ ସାହାର୍ଯ୍ୟ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି । ସୂଚନା ଯୋଗ୍ୟ କି ଏହି ଗ୍ରୁପ୍ର ସଦସ୍ୟ ମାନେ ଜଗତ୍ସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଗରିବ ଅସହାୟ ମାନଙ୍କୁ ସ୍ୱସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଆର୍ଥିକ ସହାୟତା ଦେଇ ଆସୁଛନ୍ତି । ଏହି ସଂଗଠନର ନୀତି ଆଦର୍ଶ ଏବଂ କାର୍ଯ୍ୟ ଶୈଳିକୁ ସାଧାରଣରେ ଅନେକ ସାଧୁବାଦ ଜଣାଇଛନ୍ତି ।