Odisha news

ମଛାଳୋ ଏବଂ ଖଲଣା ପଞ୍ଚାୟତ ରେ ଆମ ଓଡିଶା ନବୀନ ସଚେତନ ପାଲା ସହ ଆଦିବାସୀ ନୃତ୍ଯରେ ମନମୋହିଲେ କଳାକାର

0
ଆନନ୍ଦପୁର : ଆମ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମ ମାଧ୍ଯମରେ ଆଜି ମଛାଳୋ ଏବଂ ଖଲଣା ପଞ୍ଚାୟତରେ ଏକ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଛି । ପଞ୍ଚାୟତ କାର୍ଯ୍ଯ ନିର୍ବାହୀ ଅଧିକାରୀ  ଅଜୟ ନାୟକ ଏବଂ ଚନ୍ଦ୍ରଭାନୁ ନାୟକଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ସ୍ଥାନିୟ ମଛାଳୋ ସରପଞ୍ଚ ସୌମ୍ଯା ରାଉତ ଏବଂ ଖଲଣା ସରପଞ୍ଚ ଜ୍ଯୋସ୍ନାରାଣୀ ନାୟକଙ୍କ ଉପସ୍ଥିତି ରହି କାର୍ଯକ୍ରମ ପ୍ରାରମ୍ଭ କରିଥିବା ବେଳେ ଅତିଥି ଭାବେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର, ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ମାନସରଂଜନ ସାମଲ  ସମେତ ପଞ୍ଚାୟତର ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ରହି ଆମ ଓଡିଶା ନବୀନ ଓଡିଶା କାର୍ଯ୍ଯକ୍ରମର ଆଭିମୂଖ୍ଯ ବିଷୟରେ ଆଲୋକପାତ କରିଥିଲେ।  ମଞ୍ଚରେ ପାଲା ଗାୟକ ରଙ୍ଗାଧର ବେହେରା ଏବଂ ତାଙ୍କ ସାଥୀ କଳାକାର ମାନଙ୍କ ଦ୍ବାରା ରାଜ୍ୟ ସରକାରଙ୍କ ଉର୍ଣ୍ଣିତ ମୂଳକ କାଯ୍ୟର ସଚେତନତା କରିଥିଲେ ।କୁନି କୁନି ଆଦିବାସୀ ଛାତ୍ରଛାତ୍ରୀମାନେ ସାସ୍କୃତିକ କାର୍ଯ୍ଯକ୍ରମ  ନୃତ୍ଯ ପରିବେଷଣ କରି ଲୋକଙ୍କ ମନ କିଣିଥିଲେ । ପରେ ବଡ ପରଦାରେ ଘସିପୁରା ବ୍ଲକର ବିକାଶ ଗାଥା କୁ ପ୍ରଦର୍ଶନ କରାଯାଇଥିଲା ।ପରେ ଅତିଥି ମାନଙ୍କ ଗହଣରେ  ପଞ୍ଚାୟତର ବିକାଶ ଗାଥା ପୁସ୍ତକ ଉନ୍ମୋଚନ କରାଯାଇ ପଞ୍ଚାୟତ ବାସୀ ମାନଙ୍କୁ ବଣ୍ଟନ କରାଯାଇଥିଲା। କାର୍ଯ୍ଯକ୍ରମ ପରିଚାଳନାରେ ପୂର୍ବତନ ସରପଞ୍ଚ ମନୋଜ କୁମାର ଜେନା,ବିଶ୍ବମ୍ବର ସେଠୀ,ସମାଜସେବୀ ଦିପ୍ତିରଂଜନ ମହାନ୍ତୀ,କାଳନ୍ଦୀ ବାରିକ ଏବଂ ଖଲଣା ପଞ୍ଚାୟତରେ ସମାଜସେବୀ ଟିକନ ମାଝୀ ସମେତ ଅନେକ  ଆଗଧାଡିର ନେତୃ ମଣ୍ତଳୀ ଉପସ୍ଥିତ ରହି କାର୍ଯ୍ଯକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
Leave A Reply