ଆନନ୍ଦପୁର : ଘସିପୁରା ବ୍ଲକ ଗଡବାନ୍ଧଗୋଡ଼ା ପଞ୍ଚାୟତ ନରଦା ଗ୍ରାମର ମା ମଙ୍ଗଳା ୟୁଥ୍ କ୍ଲବ ଆନୁକୂଲ୍ୟରେ ଚଳିତବର୍ଷ ସପ୍ତମ ବାର୍ଷିକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି, ଏହି ଖେଳରେ ମୋଟ ୮ ଗୋଟି ଟିମ ଭାଗ ନେଇଥିଲେ ।ଫାଇନାଲ ମ୍ୟାଚରେ କବିତ୍ରା କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇ ନିର୍ଦ୍ଧାରିତ ୧୦ ଓଭର ବ୍ୟାଟିଂ କରି ୭ ଉଇକେଟ ହରାଇ ୧୧୨ ରନ କରିଥିଲା ଏହାର ଜବାବ ରେ ଦାନଗଦି କ୍ରିକେଟ ଟିମ ୧୦ ଓଭର ରେ ସମସ୍ତ ଉଇକେଟ ହରାଇ ୭୪ ରନ କରି ପରାଜିତ ହୋଇଥିଲା ଅମ୍ପାୟାର ଭାବେ ଅରବିନ୍ଦ ଦାସ ଓ ନୀତିନ କୁମାର ଖେଳ ପରିଚାଳନା କରିଥିବାବେଳେ ସାହିଲ ଦାସ ସ୍କୋରର ଓ ଜିତେନ୍ଦ୍ର ଜେନା ଭାଷ୍ୟକାର ଦାୟିତ୍ୱ ନିର୍ବାହ କରିଥିଲେ। ପୁରସ୍କାର ବିତରଣ ଉତ୍ସବ ରେ
ମୂଖ୍ୟ ଅତିଥି ଭାବେ ଘସିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର ଯୋଗଦେଇ ବିଜେତା ଓ ଉପ ବିଜେତା ଟିମ କୁ ଟ୍ରଫି ପ୍ରଦାନ କରିଥିଲେ, ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଦସ୍ୟ ସଂଜୟ ମଲ୍ଲିକ, ଗଡ଼ବାନ୍ଧଗୋଡା ପଂଚାୟତ ସରପଞ୍ଚ ଶଶିକାନ୍ତ ଜେନା,ସମିତିସଭ୍ୟ ବିଜୟ ଜେନା,ଅବସରପ୍ରାପ୍ତ ଶିକ୍ଷକ ବେଣୁଧର ବେହେରା, ଅନାଦି ଚରଣ ବେହେରା, ଦୁର୍ଯ୍ୟୋଧନ ପ୍ରଧାନ, ଶ୍ରୀକାନ୍ତ ଜେନା,ଅନନ୍ତ ପଲେଇ, ଗଙ୍ଗାଧର ବେହେରା, ବିରବର ଚାନ୍ଦ,ପଶୁ ଚିକିତ୍ସକ ପବିତ୍ର ସେନାପତି, ଭାଗୀରଥି ବେହେରା, ନରଦା ଆଶ୍ରମ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରୁନ୍ଦ୍ର ପ୍ରତାପ ଭୁୟାଁ ନିରାକାର ଜେନା,ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ କୁ ମା ମଙ୍ଗଳା ୟୁଥ୍ କ୍ଲବ ର ସଭାପତି ଅମୁଲ୍ୟ ବାରିକ, ସମ୍ପାଦକ ତୋଫାନ ବେହେରା, କୋଷାଧ୍ୟକ୍ଷ ପ୍ରଦିପ ବେହେରା, ଟିମ୍ ମ୍ୟାନେଜର ବାବୁଲି ବେହେରା, ବାପି ପ୍ରଧାନ, ଦେବାଶିଷ ବେହେରା, ପ୍ରଫୁଲ୍ଲ ଜେନା ଙ୍କ ସହ ସମସ୍ତ ସଭ୍ୟ ପରିଚାଳନା କରିଥିଲେ