Odisha news

ମା  କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,  ଆମ୍ପୋର କୁ ହରାଇ ବରିପାଳ ଚମ୍ପିଅନ 

0
ଆନନ୍ଦପୁର:  ଘଷିପୁରା ବ୍ଲକ ଅନ୍ତର୍ଗତ ବଳରାମପୁର  ଗ୍ରାମର ମା  କ୍ରିକେଟ କ୍ଲବ ଆନୁକୁଲ୍ୟରେ କ୍ରିକେଟ  ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଦୁଇ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରେ ଫାଇନାଲ ମ୍ୟାଚ ରେ ପ୍ରଥମେ ବ୍ୟାଟିଂ କରି ଆମ୍ପୋର ନିର୍ଦ୍ଧାରିତ ୮ ଓଭରରେ ୬ ୱିକେଟ ହରାଇ ୭୦ ରନ୍ କରିଥିଲେ। ଜବାବରେ ବରିପାଳ  ଏକାଦଶ ୩ ୱିକେଟ ହରାଇ ୭୧ ରନ୍  କରି ବିଜୟୀ ହୋଇଥିଲା। ଅଶୋକ ବିଶ୍ଵାଳ, ଜଗନ୍ନାଥ ଜେନା ଖେଳ ପରିଚାଳନା କରିଥିଲେ। ମାନସ ରାଉତ ଧାରାବିବରଣୀ ଦେଇଥିବା ବେଳେ ଆଲୋକ ଜେନାସ୍କୋରର ଦାୟିତ୍ଵ ତୁଲାଇଥିଲେ। ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଅନ୍ୟତମ ଅତିଥି ଭାବେ ବିଜେଡି ଯୁବ ଉପସଭାପତି ସୁଦୀପ୍ ସାହୁ,,ଗଡବାନ୍ଧଗୋଡ଼ା ସମିତି ସଭ୍ୟ ବିଜୟ ଜେନା, ରାଜିବ ପଲେଇ,ମା କ୍ରିକେଟ କ୍ଲବ୍ ର ସଭାପତି ସୁଜିତ୍ ଜେନା , କୀର୍ତ୍ତନ ବିହାରୀ ଜେନା, ପ୍ରତାପ ରାଉତ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ ଓ ରନର୍ସ ଅଫ୍ ଦଳକୁ ପୁରସ୍କୃତ କରିଥିଲେ। ମା କ୍ରିକେଟ କ୍ଲବ୍ ର ମନୋଜ  ମୁନା,ସିଲୁ,ସୌରୁପ,ଦେବୁ,ବୁଲୁ,ବୁଟୁଲୁ,ସିତୁ, ସୁକାନ୍ତ ଖେଳ ପରିଚାଳନାରେ ସହଯୋଗ କରିଥିଲେ
Leave A Reply