ବାଲିଗୁଡା,୨୨/୧-; ଆଂଚଳିକ ବ୍ରାହ୍ମଣ ସେବା ସଂଘ ବାଲିଗୁଡାର ବୈଠକ ଦକ୍ଷୀଣକାଳୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା । ଏଥିରେ ନୁତନ କର୍ମକ୍ରତା ଚୟନ କରାଯାଇଛି । ସଭାପତି ଭାବେ ଚିନ୍ତାମଣି ମିଶ୍ର,ସମ୍ପାଦକ ଭାବେ କାଳିନ୍ଦି ଚରଣ ପଣ୍ଡା,କୋଷାଧକ୍ଷ ଭାବେ ପବିତ୍ର ମୋହନ ପାଢୀ ଚୟନ ହୋଇଥିବା ବେଳେ ଉପଦେଷ୍ଟା ଭାବେ ରାମକୃର୍ଷ୍ଣ ଦାସ ଓ ଶଶି ଭୁଷଣ ପାଢୀ ଙ୍କୁ ଚୟନ କରାଯାଇଛି । ଆଗାମି ଦିନରେ ଅନ୍ୟ କର୍ମକ୍ରତାଙ୍କ ନାମ ଘୋଷଣା କରାଯିବ । ସଂଘର ଆଗାମି ଦିନର କାର୍ଯ୍ୟପନ୍ଥା କଣ ରହିବ, ବାଲିଗୁଡା ସହରରେ ଥିବା ସମସ୍ତ ବ୍ରାହ୍ମଣ ପରିବାର ସଂଘରେ ଯୋଡିବାକୁ ଓ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ୩ଟା ସଂଘର ବୈଠକ କରିବାକୁ ନିଷ୍ପତି କରାଯାଇଛି ।