ଆନନ୍ଦପୁର : ଘସିପୁରା ବ୍ଲକ ଅନ୍ତର୍ଗତ ରାଧିକାଦେଇପୁର ପଞ୍ଚାୟତ ର କଅଁସକେନ୍ଦୁଆ ଠାରେ ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଘଷିପୁରା ବିଧାୟକ ପ୍ରଫେସର ବଦ୍ରୀ ନାରାୟଣ ପାତ୍ର ଯୋଗଦାନ କରି ମାର୍କେଟ କମ୍ପ୍ଲେକ୍ସ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ରେ ରାଧିକାଦେଇପୁର ପଞ୍ଚାୟତ
ସରପଞ୍ଚ ପ୍ରତିମା ଜେନା,ସମିତିସଭ୍ୟ ମନ୍ମଥ ଜେନା ,୧୦ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ମଧୁସ୍ମିତା ଦାସ , ଘଷିପୁରା ବ୍ଲକ ଉପାଧ୍ୟକ୍ଷ ପଞ୍ଚାନନ ବେହେରା, କଅଁସ କେନ୍ଦୁଆ ଗ୍ରାମରେ ମାର୍କେଟ କମ୍ପ୍ଲେସ ଶୁଭଉଦଘାଟନ ରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଗ୍ରାମର ବରିଷ୍ଠ ବ୍ୟକ୍ତି ମଣୀ ଚରଣ ଚକ୍ର, ରବୀନ୍ଦ୍ର କୁମାର ଜେନା ,ବିଜୟ ଦାସ ,ବାବୁ ଦାସ ,ସଦାନନ୍ଦ ନାୟକ ,ରଞ୍ଜନ ସେଠୀ , ,ବିଭୁ ପ୍ରସାଦ ମଲ୍ଲିକ ଉପସ୍ଥିତ ଥିଲେ ।