ଆନନ୍ଦପୁର : ଆନନ୍ଦପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ ନାରାୟଣ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉପଲକ୍ଷେ ଏକ ସଚେତନତା ଶୋଭାଯାତ୍ରା ମହାବିଦ୍ୟାଳୟ ପ୍ରାଙ୍ଗଣରେ ବାହାରି ଫକିର ପୁର ଗ୍ରାମ ପରିକ୍ରମା କରିଥିଲେ ଦିବା ବାର ଘଟିକା ସମୟରେ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ସଚେତନତା ସଭାରେ ମୁଖ୍ୟ ବକ୍ତା ଭାବେ ସମାଜସେବୀ କା ସୁଦୂର ନୟାଗଡ ରୁ ଆସିଥିଲେ ସୁଶ୍ରୀ ପ୍ରଭାସିନୀ ସମ୍ମାନୀତ ଅତିଥି ଭାବେ ପ୍ରାଧ୍ୟାପକ ଅନନ୍ତ ଚରଣ ମହାନ୍ତି, ଶିବ ଚରଣ ବେହେରା ଯୋଗ ଦେଇ ନାରୀ ସଶକ୍ତି କରଣ, ଯୌତୁକ ପ୍ରଥା ଏବଂ ବାଲ୍ୟ ବିବାହ ପ୍ରଥା ଉଚ୍ଛେଦ ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ।
ଅଧ୍ୟାପକ ରଘୁଡ଼ିପ୍ତି ନାୟକ ଙ୍କ ସଂଯୋଜନାରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଏବଂ ପୁଷ୍ପଲତା ରାମ ଙ୍କ ଦ୍ବାରା ଭଜନ ପରିବେଷଣ କରାଯାଇଥିଲା । ନୋଡାଲ ଅଧିକାରୀ ନାରାୟଣ ଚନ୍ଦ୍ର ଦାସ ଅତିଥି ପରିଚୟ ପ୍ରଦାନ କରି ଥିବା ଡ ଶକ୍ତି ପ୍ରସାଦ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ ଡ ଦିବ୍ୟ ଲୋଚନ ଭୂୟାଁ, ଭାରତୀ ସାହୁ, ସୁରୁଚି ସ୍ୱାଇଁ, ଅନିତା ଦାସ, ଗୀତାଞ୍ଜଳି ନାୟକ, ଓଜେଲ ପଟ୍ଟନାୟକ, ପାର୍ଥ ସାରଥୀ ଶଙ୍ଖୁଆ, ତାନୁଶ୍ରି ପଣ୍ଡା, ସ୍ତିତ ପ୍ରଜ୍ଞା ଜେନା, ରାମଚନ୍ଦ୍ର ମାଲିକ୍, ପ୍ରଫୁଲ୍ଲ କୁମାର ପଣ୍ଡା, ମାୟାଧର ନାୟକ, କାହ୍ନୁ ଚରଣ ଜେନା, ବସିଠ ବେହେରା, ଶ୍ରିଲେଖା ସାହୁ, ରବୀନ୍ଦ୍ର ସାହୁ, ସଂଘମିତ୍ରା ରାଉତ, ରଞ୍ଜନ ନାୟକ, ପ୍ରକାଶ ସାହୁ, ରତିକାନ୍ତ ଦାସ, ନାରାୟନ ହେମ୍ବ୍ରମ ସତ୍ୟ ବ୍ରତ ସ୍ୱାଇଁ, ମଧୁସ୍ମିତା ସ୍ୱାଇଁ, ଭଗବାନ ସାହୁ, ଅଜିତ ଜେନା, ଲକ୍ଷ୍ମୀଧର ପାତ୍ର, ଦୟାନିଧି ନାୟକ, ଗୌରୀ ପଣ୍ଡା, ସମ୍ବରଣ ସିନା, ସୁଶାନ୍ତ ମୁଶ୍ର, ସୁଲୋଚନା ସାହୁ, ସତ୍ୟ ନାୟକ, କେଶବ ଜେନା, ନିରଞ୍ଜନ ସେଠୀ, ଏବଂ ଛାତ୍ର ଛାତ୍ରୀ