ଆନନ୍ଦପୁର : ନିର୍ବାଚନ ସମ୍ଭାବନା କୁ ନେଇ ସମଗ୍ର ରାଜ୍ୟ ତଥା ଦେଶରେ ଜନସାଧାରଣ ଙ୍କ ଠାରୁ ଆରମ୍ଭକରି ରାଜନୈତିକ ନେତୃବୃନ୍ଦ, ଦଳୀୟ କର୍ମକର୍ତ୍ତା, ଆଶାୟୀ ପ୍ରାର୍ଥୀ ସଭିଙ୍କ ମନରେ ଚର୍ଚ୍ଚା ଲାଗିରହିଛି।ତେବେ ରାଜ୍ୟରେ ଆଗୁଆ ନିର୍ବାଚନ କୁ ନେଇ ଏକ ଭିନ୍ନ ମାହୋଲ ଲାଗି ରହିଛି। ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ଏକ ଦୀର୍ଘ ଶାସନ ବ୍ୟବସ୍ଥା ର ପ୍ରତିଫଳନରେ ବିଭିନ୍ନ ଯୋଜନା ମାଧ୍ୟମରେ ପଞ୍ଚାୟତ ରୁ ଆରମ୍ଭକରି ସହରାଞ୍ଚଳ ର ବିକାଶ ସାଧନ ହୋଇଚାଲିଛି। ଜନହିତକର କାର୍ଯ୍ୟ ଓ ବିକାଶ ଧାରାରେ ଜନସାଧାରଣ ମଧ୍ୟ ପ୍ରତିଟି ନିର୍ବାଚନରେ ଶାସକ ବିଜୁ ଜନତା ଦଳକୁ ଜନମତ ସୃଷ୍ଟି କରି ସରକାର ଗଠନରେ ସହାୟତା ପ୍ରଦାନ କରିଛନ୍ତି।ଏହି ଅବସରରେ ପୁର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ନୀତି ଆଦର୍ଶ ବିକାଶ ଓ ସାହସ କୁ ତଥା ବିଜୁ ଜନତା ଦଳର ସୁପ୍ରୀମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା, ବିକାଶୋନ୍ମୁଖି କାର୍ଯ୍ୟଧାରାରେ ଅନୁପ୍ରାଣିତ ହୋଇ ବହୁ ଯୁବଗୋଷ୍ଠୀ ବିଜୁ ଜନତା ଦଳରେ ଯୋଗଦେଇ ବିକାଶ ଧାରାରେ ସାମିଲ ହେବାକୁ ମନ ବଳାଇଛନ୍ତି। ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ସାଧାରଣ ନିର୍ବାଚନ ୨୦୨୪କୁ ନେଇ ବହୁ ଯୁବ ପ୍ରତିଭା ନିଜକୁ ଆଶାୟୀ ପ୍ରାର୍ଥୀ ଭାବେ ପ୍ରତିଷ୍ଠିତ କରି ଜନସାଧାରଣ ଙ୍କ ନିକଟତର ହେବା ସହିତ ନିଜ ଅଞ୍ଚଳରେ ସଭା ସମିତି କରି ଜନସେବା ଓ ସହଯୋଗ କରିଆସୁଛନ୍ତି। ୧୫ରୁ ଉର୍ଦ୍ଧ ଆଶାୟୀ ଯୁବ ପ୍ରତିଭା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜୁ ଜନତା ଦଳର ଆଶୀର୍ବାଦ ରୁ ଟିକେଟ୍ ପାଇବା ପାଇଁ ବି କସରତ ଆରମ୍ଭ କରିଲେଣି। ଦୀର୍ଘଦିନ ରୁ ବିଜୁ ଜନତା ଦଳରେ ରହି ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ସଂଗଠନ ପାଇଁ ସକ୍ରୀୟ କାର୍ଯ୍ୟ କରିଆସୁଥିବା ପୌରାଞ୍ଚଳ ବାସିନ୍ଦା ଫକିରପୁର ଓ୍ବାର୍ଡ ୮ର ବାସିନ୍ଦା ଆଇନଜୀବୀ ବାଇଧର ସେଠୀ ଚଳିତ ନିର୍ବାଚନରେ ନିଜକୁ ଆଶାୟୀ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିପାଦନ କରିବାକୁ ତତ୍ପରତା ପ୍ରକାଶ କରିଛନ୍ତି। ସେ ନିଜର ଦକ୍ଷତା ପ୍ରମାଣପତ୍ର ସହିତ ପ୍ରାର୍ଥୀତ୍ବ ଆବେଦନପତ୍ର ଦଳର ସୁପ୍ରୀମୋ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିୟାନ୍,ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ କେନ୍ଦୁଝରଙ୍କୁ ପଠାଇ ଛନ୍ତି। ବାଇଧର ଉଚ୍ଚ ବିଦ୍ୟାଳୟ ଓ ଆନନ୍ଦପୁର କଲେଜ ରେ ଅଧ୍ୟୟନ ସମୟରୁ ସାଜସେବାରେ ମନବଳାଇ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀରେ ଯୋଗଦେଇ ବିଭିନ୍ନ ସେବାକାର୍ଯ୍ଯ କରିଆସିଛନ୍ତି।ଆଇନଜୀବୀ ଭାବରେ ପେଷାରେ ରହି ଲୋକମାନଙ୍କୁ ଆଇନ ସେବା ଯୋଗାଇବା, ତାଲୁକ୍ ଆଇନ ସେବାରେ ସ୍ଥାୟୀ ସଦସ୍ୟ ରହି ବିଭିନ୍ନ ପଞ୍ଚାୟତ ରେ ଆଇନ ସଚେତନତା କରିବା ସହିତ ବର୍ତ୍ତମାନ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଙ୍କ ଅଦାଲତରେ ଜଣେ ସ୍ବତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଛନ୍ତି। ସେ କଲେଜ୍ ର ଅଧ୍ୟୟନ ସମୟରୁ ବିଜୁବାବୁଙ୍କ ସାହସ, ରାଜନୈତିକ ଜୀବନ, ମୂଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ ସମ୍ପାଦନ ଓ ନବୀନ ବାବୁଙ୍କ ଜନହିତକର ବିକାଶ ମୁଳକ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଜୁ ଜନତା ଦଳର କାର୍ଯ୍ୟଧାରାରେ ସାମିଲ ରହିଥିବାରୁ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଓ ସେବା ଯୋଗାଇ ଦେଇପାରିବେ ବୋଲି ବିଧାୟକ ପ୍ରାର୍ଥୀ ଭାବେ ଆଶାୟୀ ଥିବା ପ୍ରକାଶ କରିଛନ୍ତି।