Odisha news

ଶିକ୍ଷା ଦାନ ହିଁ ସମାଜ ଗଠନର ମୂଳ ମନ୍ତ୍ର : ଦେବାଶିଷ ପାତ୍ର 

0

ଆନନ୍ଦପୁର : ଘଷିପୁରା ବ୍ଲକ ଅନ୍ତର୍ଗତ କୃଷ୍ଣପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର  ଶିକ୍ଷୟିତ୍ରୀ ସତ୍ୟଭାମା ନାୟକ ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ  ଶିକ୍ଷକ ସୋମନାଥ ମାଝୀ ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଘଷିପୁରା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର  ଯୋଗଦେଇ କହିଥିଲେ ଯେ ବିଦାୟୀ ଶିକ୍ଷୟତ୍ରୀ ଜଣଏକର୍ମଠ ପରୋପକାରୀ ପ୍ରବିଣା ବ୍ୟକ୍ତିତ୍ବ  ସେ ନିଜକୁ ଶିକ୍ଷା ଦାନରେ ବହୁବର୍ଷ ଧରି ଓତକୃତ ଭାବେ ଜଡ଼ିତ ରହିଥିଲେ। ମୂଖ୍ୟ ବକ୍ତା ଭାବେ ପୂର୍ବତନ ବିଇଓ ଶରତ ରାଉତ,ସମ୍ମାନୀତ ଅତିଥି ଭାବେ ଘଷିପୁରା ବିଇଓ ତପୋଧନ ସ୍ୱାଇଁ, ଜିଲ୍ଲା ପରିଷଦ ସଦସ୍ୟ ସଂଜୟ ମଲ୍ଲିକ, ଗଡବାନ୍ଧଗୋଡା ସରପଞ୍ଚ ଶଶିକାନ୍ତ ଜେନା, ସମିତି ସଭ୍ୟ ବିଜୟ ଜେନା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରଞ୍ଜିତ ପାତ୍ର,ଏନପିଏସ ଶିକ୍ଷକ ସଂଘ ସଭାପତି ଉମାକାନ୍ତ ଜେନା, ସମ୍ପାଦକ ସୁରେଶ ଚନ୍ଦ୍ର ମହାନ୍ତି,ସୁଆଁଳ ସିଆରସିସି ଧନୁର୍ଦ୍ଧର ସାହୁ, ଆଞ୍ଚଳିକ ଗୋପବନ୍ଧୁ ବିଦ୍ୟାପିଠର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ କର, ପୂର୍ବତନ ପ୍ରଧାନ ଶିକ୍ଷକ ମାନେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟୀତ୍ରୀ ସମଗ୍ର ବାନା ପତିମଦନମୋହନ ଜେନା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିଶ୍ଵନାଥ ମହାରଣା, ହିମାଂଶୁ ଶେଖର ରାଉତ ଯୋଗଦାନକରିଥିଲେ।  ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସମିରବାଳା ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ ମିଲନ ପତି ଅତିଥି ପରିଚୟ ପ୍ରଦାନ କରିଥିଲେ।

Leave A Reply