Odisha news

କୋଳିମାଟି ପଂଚାୟତ ରେ ବିଜେପି ପକ୍ଷରୁ ଭୋଟର ତାଲିକା ସଂଶୋଧନ ଓ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ

0
ଆନନ୍ଦପୁର : ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ କୋଳିମାଟି ପଂଚାୟତର କୁମଡ଼, କାଦୁଅବାହାଳି, ଦରଗଡିଶିଳା ଗ୍ରାମ ମାନଙ୍କରେ କେନ୍ଦୁଝର ଜିଲ୍ଲା ବୁଦ୍ଧିଜୀବୀ ସେଲ ସଂଯୋଜକ ଡ଼ ଶମ୍ଭୁନାଥ ରାଉତଙ୍କ ନେତୃତ୍ୱରେ ନୂତନ ଭୋଟର ତାଲିକା ସଂଶୋଧନ ଓ ମୋଦୀ ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ସଫଳ ରୂପାୟନ ଉପରେ ଜନ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବିଭିନ୍ନ ବୁଥ କମିଟିର ବିଏଲ ଏ ମାନଙ୍କୁ ଭୋଟର ତାଲିକାରେ ଯୋଗ, ବିଯୋଗ ଓ ସଂଶୋଧନ ସମ୍ୱନ୍ଧରେ ପ୍ରଶିକ୍ଷିତ କରାଇବା ସହ ଉପରୋକ୍ତ ଗ୍ରାମ ମାନଙ୍କରେ ବିଭିନ୍ନ ବର୍ଗର ମହିଳା ପୁରୁଷ ମାନଙ୍କ ମଧ୍ୟରେ ଗରିବ କଲ୍ୟାଣ ଯୋଜନା ର ସୁଫଳତା କୁ ନେଇ ସଚେତନତା ସୃଷ୍ଟି କରାଯାଇଥିଲା l ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠାରୁ ମାଗଣା ଚାଉଳ, ପାଇଖାନା, ଉଜାଲା ଗ୍ୟାସ, ଦିନଦୟାଲ ବିଦ୍ୟୁତ ଯୋଜନା, କେନ୍ଦ୍ରୀୟ ବୃଦ୍ଧ, ବୃଦ୍ଧା, ବିଧବା, ଭିନ୍ନକ୍ଷମ ଭତା, ମିଶନ ଶକ୍ତି, ବେଟି ବଚାଓ ବେଟି ପଢ଼ାଓ ଭଳି ଆଶାଧିକ ଯୋଜନାକୁ ଚବିଶ ବର୍ଷର ବିଜେଡି ସରକାର ହରିଲୁଟ କରି କ୍ଷମତା ଜାବୁଡି ଧରିଛି ତାର ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ଜନସମ୍ପର୍କ ଅଭିଯାନ ସମ୍ବଳିତ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଡ଼ ରାଉତଙ୍କ ସମେତ ବିଭିନ୍ନ ଗ୍ରାମର ବିଜେପି ର ବରିଷ୍ଠ କର୍ମକର୍ତା ଯଥା ଦୋଳ ନାଏକ, ଭୀମସେନ ପାତ୍ର, ଯମୁନା ମୋଦୀ, ବସନ୍ତ ନାଏକ, କୁଶ ଦେହୁରୀ, ପ୍ରଭାକର ନାଏକ, ଭାରତୀ ପ୍ରଧାନ, ଅରବିନ୍ଦ ନାଏକ, ବିଶୁ ନାଏକ, ସୁନି ଦେହୁରୀ,ଗୟା ନାଏକ, କରୁଣା ନାଏକ, ମାନସ ଦେହୁରୀ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ l
Leave A Reply