ଆନନ୍ଦପୁର : -ଘସିପୁରା ବ୍ଲକ ଜନଜାତି ଅଧ୍ୟୁଷିତ ଶାମୁକାନେଣ୍ଡି ପଂଚାୟତ ର କୁମପଦା ରେ ସ୍ୱାଧୀନତା ର ପଞ୍ଚସ୍ତରୀ ବର୍ଷପରେ ବିଦ୍ୟୁତ ସଂଯୋଗ ର ବ୍ୟବସ୍ଥା କରାଯାଉଥିବା ବେଳେ ନିକଟରେ ରହୁଥିବା ଆହୁରି ଷାଠିଏଟି ପରିବାର ଏହି ସଂଯୋଗରୁ ବଂଚିତ ହେବାକୁ ଯାଉଛନ୍ତି l ଫଳରେ ସେମାନେ ବାରମ୍ବାର ବିଦ୍ୟୁତ ବିଭାଗକୁ ଭେଟି ଗୁହାରି କଲେମଧ୍ୟ କିଛି ସଫଳ ମିଳୁନାହିଁ ଓ ପଡ଼ିଥିବା ଖୁଣ୍ଟରେ ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ l ଏବେ ସେହି ଅଂଚଳରୁ ଅନ୍ୟୁନ ଚାଳିଶି ରୁ ଉର୍ଦ୍ଧ ଯୁବକ ଏକତ୍ରିତ ହୋଇ ଦରଖାସ୍ତ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରିବାପରେ ଆଜି ଏକ ଦରଖାସ୍ତ ଧରି ଆନନ୍ଦପୁର ଉପଜିଲ୍ଲାପାଳଙ୍କ ନିକଟରେ ନିଜର ଅସୁବିଧାକୁ ଜଣାଇଛନ୍ତି l ଏହି ସମସ୍ୟାଟିକୁ ବିଦ୍ୟୁତ ବିଭାଗ ଦ୍ୱାରା ଅନୁସନ୍ଧାନ କରାଯିବାସହ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ତୁରନ୍ତ ଗରିବ ଜନଜାତି ଅଧିବାସୀ ମାନଙ୍କର ସମସ୍ୟା ଟିର ସମାଧାନ କରିବାକୁ ଗରିବ ସେବା ସଦନର ସଭାପତି ଡ଼ ଶମ୍ଭୁନାଥ ରାଉତ ଦାବି କରିଛନ୍ତି l