Odisha news

କେଶଦୁରାପାଳ ମୁଖ୍ୟ ରାସ୍ତାରେ ଜରୁରୀସେବା ବ୍ୟାହତ ଜବର ଦଖଲ ଉଛେଦ ପାଇଁ ଉପଜିଲ୍ଲାପାଳ ଙ୍କୁ ଦେଲେ ଦାବିପତ୍ର

0
ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଅନ୍ତର୍ଗତ ନାରଙ୍ଗପୁର-କେଶଦୁରାପାଳ ରାସ୍ତା କ୍ରମଶଃ ସଂକୁଚିତ ହୋଇଯାଉଥିବାରୁ ବିଶେଷକରି ଜରୋରୀ କାଳୀନ ପରିସ୍ଥିତିରେ ବାଧା ଉପୁଜୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହା ଏକ ପ୍ରମୁଖ ଓ ୧୦ ପଞ୍ଚାୟତର ଏକମାତ୍ର ମୁଖ୍ୟ ରାସ୍ତା ହୋଇଥିବାବେଳେ କ୍ରମଶଃ ସଂକୁଚିତ ହୋଉଥିବାରୁ ଯାତାୟତ କ୍ଷେତ୍ରରେ ବିଶେଷ ଅସୁବିଧା ଲକ୍ଷ୍ୟ କରାଯାଉଛି । ରାସ୍ତାରେ ସ୍କୁଲ କଲେଜ ଛାତ୍ର ଛାତ୍ରୀ ଓ ଯାତ୍ରୀବାହୀ ଯାନବାହାନ ଯାତାୟତ କରୁଥିବାରୁ ବିପରୀତ ଦିଗରୁ ଆସୁଥିବା ଯାନବାହାନ ପରସ୍ପରକୁ ଅତିକ୍ରମ କରିନପାରି ବିଭିନ୍ନ ସମୟରେ ଯାମ୍ ହୋଇଯାଉଛି । ଫଳରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଉଛି । ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ କେଶଦୁରାପାଳ ଚିକିତ୍ସାଳୟକୁ ଯାଉଥିବା ରୋଗୀ ରାସ୍ତାରେ ଅଟକି ରହୁଥିବା ବେଳେ ଆମ୍ବୁଲାନ୍ସ ଓ ଅଗ୍ନିସମ ସେବା ସଂସ୍ଥା ଗାଡି ଜରୁରୀକାଳୀନ ସେବା ସମୟରେ ଘଣ୍ଟାଘଣ୍ଟା ଧରି ଅଟକି ରହିବା ଘଟଣାରେ ଉତ୍ତେଜକ ପରିସ୍ଥିତି ସୃଷ୍ଟି ହେଉଥିବା ଚିନ୍ତାର କାରଣ ହୋଇଛି । ଏହି ରାସ୍ତାକୁ ପ୍ରଶସ୍ତ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଅନେକ ଦାବୀ ଓ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଣୁ କେନ୍ଦୁଝର ଜିଲ୍ଲାପାଳ ଏହି ସମସ୍ୟା ସମାଧାନ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଆନନ୍ଦପୁର ଉପଜିଲ୍ଲାପାଳ ଅନୀଲ କୁମାର ସେଠୀ ଙ୍କୁ ଗ୍ରାମବାସୀ ଦାବି କରିଛନ୍ତି  ।
Leave A Reply