Odisha news

ମହାବାତ୍ୟା ରୂପ ନେଉଛି ‘ଅମ୍ପାନ’ : ଧାମରାରୁ ୭୭୨୭ଲୋକଙ୍କୁ ସ୍ଥାନାନ୍ତର

0

ଭଦ୍ରକ : ବାତ୍ୟା ‘ଅମ୍ପାନ’ ମହାବାତ୍ୟାର ରୂପ ନେବା ପରେ ହାଇ ଆଲର୍ଟ ଜୋନରେ ଥିବା ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ବାତ୍ୟା ପରିସ୍ଥିତିର ସୁପରିଚାଳନା ନେଇ ରାଜ୍ୟ ସରକାର ପୂର୍ବ ଅଭିଜ୍ଞତା ଥିବା ବରିଷ୍ଠ ପ୍ରଶାସକ ସୁଶୀଲ ଲୋହାନୀଙ୍କୁ ଭଦ୍ରକକୁ ପଠାଇଛନ୍ତି । ସେହିପରି ଉଦ୍ଧାର କାର୍ଯ୍ୟ ନିମନ୍ତେ ୨ଏନଡିଆରଏଫ ଟିମ ଚାନ୍ଦବାଲି ଓ ଧାମରାକୁ ପଠାଯାଇଥିବା ବେଳେ ୨ଓଡରାଫ୍‌ ଟିମକୁ ବାସୁଦେବପୁର ପଠାଯାଇଥିବା ବେଳେ ଅନ୍ୟ ଏକ ଟିମ୍‌କୁ ଭଦ୍ରକ ହେଡକ୍ୱାଟରେ ରଖାଯାଇଛି । ଅନ୍ୟପକ୍ଷରେ ଅଗ୍ନିଶମ ବିଭାଗର ୮ଟି ରେସପନ୍ସ ଟିମ୍‌ ସଂପୃକ୍ତ ବ୍ଲକମାନଙ୍କରେ ସଜାଗ ଅଛନ୍ତି । ଜିଲ୍ଲାର ସମୁଦ୍ର କୂଳିଆ ଚାନ୍ଦବାଲି ଓ ବାସୁଦେବପୁର ବ୍ଲକର ୩୧ଟି ପଞ୍ଚାୟତ ଜିଲ୍ଳା ପ୍ରଶାସନର ତୀକ୍ଷଣ ନଜରରେ ରହିଛି । ଏଗୁଡିକ ହେଲା-ଚାନ୍ଦବାଲି ବ୍ଲକର-ବିଜୟନଗର, କାଣ୍ଡଗଡିଆ, ଓରାସାହି, ଚରଦିଆ, ନଳଗୋହିରା, ନୂଆଗାଁ, ଜଳେଶ୍ୱରପୁର, ଉତୁକୁଡା, ଯଶୀପୁର, ଧାମରା, ଦୋସିଙ୍ଗା, ଜାଗୁଳା, କଇଥଖୋଲା, କରଜଂମାଳ, ପଂଚୁଟିକ୍ରୀ, କରଣପଲ୍ଲୀ ଓ ବାଂଶଡା । ବାସୁଦେବପୁର ବ୍ଲକର-ଅଢୁଆ, ବାଲିମୁଣ୍ଡା, ବିନୋଭାବେନଗର, ବିରସ, ଚୂଡାମଣି, ଇରମ, ଗୋପବନ୍ଧୁନଗର, ଜଗନ୍ନାଥପୁ. କରଂଜଆଡିଆ, କେକେପୁର, କୁମାରପୁର, ନୂଆଗାଁ, ସାନକୃଷ୍ଣପୁର, ଶାଶୂଭୂଆଷୁଣୀ ଓ ବିଦେଇପୁର । ଏହି ୨ବ୍ଲକର ୩୧ପଞ୍ଚାୟତର ସମୁଦ୍ର କୂଳ ଠାରୁ ୫କିମି ଦୂରରେ ଥିବା ୯୧ ଗାଁ ଓ ପାଖାପାଖି ୧ଲକ୍ଷ ୫ହଜାର ସ୍ଥାନାନ୍ତରଣ କରାଯିବା ପାଇଁ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି

Leave A Reply