Odisha news

ଅମ୍ପନ : ଜଗତସିଂହପୁର ଦେଇ ଦୁଇ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ

0

ଭୁବନେଶ୍ୱର: ବାତ୍ୟା ଅମ୍ପନ IMDର ପୂର୍ବ ଆକଳନ ଅନୁଯାୟୀ ଗତି କରୁଛି। ଜଗତସିଂହପୁର ଦେଇ ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ। ଅପରାହ୍ନ ୪ଟାରୁ ୪.୩୦ ମଧ୍ୟରେ ଭୋଗରାଇ ଓ ତାଳସାରି ଅତିକ୍ରମ କରିବ। ରାତି ସାଢେ ୮ଟାରୁ ସାଢେ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ। ବାତ୍ୟା ଅମ୍ପନ ନେଇ ଏହି ତାଜା ସୂଚନା ଦେଇଛନ୍ତି SRC ପ୍ରଦୀପ କୁମାର ଜେନା।

ବାତ୍ୟା ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ସମୟରେ ପବନର ବେଗ ବଢିବ। ବର୍ତ୍ତମାନ ପାରାଦୀପରେ ପବନର ବେଗ ଘଣ୍ଟାପ୍ରତି ୧୦୨ କିଲୋମିଟର ରହିଛି। ଚାନ୍ଦବାଲିରେ ପବନର ବେଗ ରହିଛି ଘଣ୍ଟା ପ୍ରତି ୭୪ କିଲୋମିଟର ରହିଛି।

ଭୁବନେଶ୍ୱରରେ ପବନର ବେଗ ଘଣ୍ଟାପ୍ରତି ୫୬ କିଲୋମିଟର ରହିଛି। ବିଭିନ୍ନ ଜାଗାରେ ଗଛ ପଡି ରହିଛି। ବାତ୍ୟା ଅମ୍ପନର ପ୍ରଭାବ ଏରସମା, ପାରାଦୀପ, ମହାକାଳପଡ଼ା, ଚାନ୍ଦବାଲି, ଭୋଗରାଇ, ବାଲିଆପାଳ, ଭଦ୍ରକ ଓ ତିହିଡିରେ ଅଧିକ ପ୍ରଭାବ ରହିବ। ଏହାକୁ ନଜରକୁ ରଖି ଉପକୂଳ ଅଞ୍ଚଳର ୧ ଲକ୍ଷ ୩୭ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି କହିଛନ୍ତି ଏସ୍ଆରସି।

ଏହିକ୍ରମରେ ଜଗତସିଂହପୁରରେ ୯୦୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଏହି ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୧୨ଟି ଆଶ୍ରୟସ୍ଥଳୀରେ ରଖାଯାଇଥିବା ନେଇ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଥିଲେ।
Leave A Reply