Odisha news

ଆମେରିକାରେ ନୂଆ ନିଶା ମହାମାରୀ : ଯୁବକମାନେ ସେବନ କରୁଛନ୍ତି ଘୋଡା ବେହୋସ ହେଉଥିବା ଔଷଧ

0

ନୂଆଦିଲ୍ଲୀ : ଆମେରିକାରେ ଗୋଟିଏ ନୂଆ ପ୍ରକାରର ନିଶା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି l ଆମେରିକାର ରାସ୍ତା ରେ ଏହା ଖୋଲା ଖୋଲି ଭବରେ ମିଳୁଛି ,ଯାହାକୁ ଷ୍ଟ୍ରିଟ ଡ୍ରଗ୍ସ କୁହଜୁଛି l ଏହି ଡ୍ରଗ୍ସରେ ବର୍ତ୍ତମାନ ଏପରି ଔଷଧ ସାମିଲ ରହିଛି ,ଯାହାର ଉପଯୋଗ ଘୋଡା ମାନଙ୍କୁ ବେହୋସ କରିବା ପାଇଁ ବ୍ୟବହାର କରାଯାଇଥାଏ l ନିକଟରେ ଆମେରିକାର ଫିଲାଡେଲ୍ଫିଆ ରେ କରା ଯାଇଥିବା ଗୋଟେ ଗବେଷଣାରେ ଏହି ଘଟଣାର ସତ୍ୟତା ବାହାରକୁ ଆସିଛି l ଘୋଡ଼ାକୁ ବେହୋସ କରିବା ପାଇଁ ଔଷଧର ବ୍ୟବହାର ନିଶାର ପ୍ରୟୋଗ ପାଇଁ କରା ଯାଉଛି l ଏହି ଔଷଧର ନାମ ହେଉଛି ଯାଇଲାଜିନ l ଏହା ଘୋଡା ମାନଙ୍କ ପାଇଁ ଉପଯୁକ୍ତ ଅଟେ ,ଏହାକୁ ଗୋଟିଏ ନିର୍ଦ୍ଧିଷ୍ଟ ଅଫିମ ସହିତ ମିଶାଇ ସେବନ କରାଯାଉଛି l

ସେହି ଭଳି ଔଷଧକୁ ଆମେରିକାରେ ଟ୍ରଙ୍କ ଦୋପ କୁହାଯାଉଛି l ଗବେଷକ ମାନଙ୍କ ଗବେଷଣା ପାଇଁ କିଛି ଏହିଭଳି ଲୋକଙ୍କର ପୋଷ୍ଟମଟମ କରାଗଲା ଯେଉଁ ମାନଙ୍କର ମୃତ୍ୟୁ ଅଧିକ ପରିମାଣରେ ଡ୍ରଗ୍ସ ସେବନ ଦ୍ୱାରା ହୋଇଥିଲା l ଗବେଷଣା ସମୟରେ ଜଣ ପଡିଲା ଯେ ଗତ ୧୦ ବର୍ଷ ହେଲାଣି ଫିଲାଡେଲ୍ଫିଆରେ ଯାଇଲାଜିନ ଓ ଓପିଏୟାର୍ଡ଼ ଡ୍ରଗ୍ସ ମିଶ୍ରଣ କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି l ବର୍ତ୍ତମାନ ଗବେଷକ ମାନେ ଦାବି କରିଛନ୍ତି ଯେ ଏହି ଔଷଧର ଅବୈଧ ବ୍ୟବହାରକୁ ନେଇ ସତର୍କତା ଅବଲମ୍ବନ କରାଯାଉ l ଯାଇଲାଜିନର ବ୍ୟବହାର ଆମେରିକାରେ ଜୀବଜନ୍ତୁଙ୍କୁ ବେହୋସ କରିବା ପାଇଁ ବ୍ୟବହାର କରାଯାଇଥାଏ କିନ୍ତୁ ମଣିଷ ମାନଙ୍କ ପାଇଁ ପ୍ରତିବନ୍ଧକ ଅଟେ l

Leave A Reply