Odisha news

ଆପଣ କେବେ ଛେଳି ମାନଙ୍କର ବ୍ୟାଙ୍କ ବିଷୟରେ ଶୁଣିଛନ୍ତି କି ? ଆସନ୍ତୁ ଜାଣିବା

0

ନୂଆଦିଲ୍ଲୀ : ଆପଣ କେବେ ଛେଳି ମାନଙ୍କର ବ୍ୟାଙ୍କ ବିଷୟରେ ଶୁଣିଛନ୍ତି କି ?ମହାରାଷ୍ଟ୍ରର ଅକୋଲାରେ ଜଣେ ଶିକ୍ଷିତ ଚାଷୀ ଏହିଭଳି ଗୋଟିଏ ବ୍ୟାଙ୍କ ଖୋଲିଛନ୍ତି l ଅକୋଲା ଜିଲ୍ଲାରେ ମୋହାଲି ଗାଁରୁ ଅପରେଟ ହେଉଥିବା ଏହି ବ୍ୟାଙ୍କର ନାମ ହେଲା “ଗୋଟ ବ୍ୟାଙ୍କ ଅଫ କାରଖେଡା “l ୫୨ ବର୍ଷୀୟ ନରେଶ ଦେଶମୁଖ ଏହି ଅଦ୍ଭୁତ ଛେଳି ମାନଙ୍କର ବ୍ୟାଙ୍କକୁ ଦୁଇବର୍ଷ ପୂର୍ବରୁ ଖୋଲିଥିଲେ l ବର୍ତ୍ତମାନ ଏହି ବ୍ୟାଙ୍କର ୧୨୦୦ ରୁ ଅଧିକ ଡିପୋଜିଟ ଅଛନ୍ତି l

ଏହି ବ୍ୟାଙ୍କ ପକ୍ଷରୁ ୧୨୦୦ ଟ୍ରଙ୍କରୁ ନେଇ ଏଗ୍ରିମେଣ୍ଟ କର ଯାଇଥାଏ ଓ ଗୋଟିଏ ଗର୍ଭଣି ଛେଳି ଦିଆଯାଇଥାଏ l ଲୋନ ଏଗ୍ରିମେଣ୍ଟର ସର୍ତ୍ତ ଅନୁସାରେ ଆଉଥରେ ୪୦ ମାସରେ ଛେଳିର ଚାରିଟି ଛୁଆ ଫେର ଯାଇଥାଏ l ଦେଶମୁଖ କହିଛନ୍ତି ଯେ ମୁଁ ଏହି ବ୍ୟାଙ୍କକୁ ଖୋଲିବାର ପ୍ରେରଣା ଛେଳି ପାଳୁଥିବା ପରିଶ୍ରମୀ ଓ ସଚୋଟ ଶ୍ରମିକ ମାନଙ୍କ ପରିବାର ପାଖରୁ ପାଇଛି l ଦେଶମୁଖ ଏହି ପରିବାର ମାନଙ୍କ ସହିତ କଥାବାର୍ତା ହେଲା ବେଳେ ଜାଣି ପାରିଲେ ଯେ ସେମାନେ ଶ୍ରମିକ ହେବ ସହିତ ଛେଳି ମଧ୍ୟ ପାଳି ଥାନ୍ତି l କାରଣ ଛେଳି ପାଳିବା ଦ୍ୱାରା ସେମାନଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିଥାଏ l ଯାହାଦ୍ୱାରା ସେମାନଙ୍କ ପରିବାର ଠିକରେ ଚାଲିଥାଏ l

ଦେଶମୁଖ କହିଛନ୍ତି ଜୁଲାଇ ୪ ତାରିଖ ୨୦୧୮ରେ ସେ ୪୦ ଲକ୍ଷ ତାଙ୍କ ନିବେଶ କରି ଏହି କାମ ଆରମ୍ଭ କରିଥିଲେ ,ସେ ୩୪୦ ଟି ଛେଳି କିଣିଲେ ଓ ଏହି ଛେଳି ଗୁଡିକୁ ଏଗ୍ରିମେଣ୍ଟ ଦ୍ୱାରା ଚାଷୀ ଓ ଶ୍ରମିକ ମାନଙ୍କ ପରିବାରକୁ ଦେଇଥିଲେ l ଏଗ୍ରିମେଣ୍ଟର ସର୍ତ୍ତ ଅନୁସାରେ ୪୦ ମାସରେ ଏହି ଗୋଟିଏ ଛେଳି ବଦଳରେ ବ୍ୟାଙ୍କକୁ ୪ଟି ଛେଳି ଛୁଆ ଫେରେଇବାକୁ ପଡିଥାଏ l ଜଣେ ମହିଳା ଏହିଭଳି ଏଗ୍ରିମେଣ୍ଟ କରି ଗୋଟିଏ ଗର୍ଭଣି ଛେଳି ନେଇଥିଲେ ,ସେ ୪୦ ମାସରେ ୩୦ ଟି ଛେଳି ଛୁଆ ପାଇଥିଲେ ,୪ଟି ବ୍ୟାଙ୍କକୁ ଦେବା ପରେ ତାଙ୍କ ପାଖରେ ୨୬ଟି ଛେଳି ଛୁଆ ରହିଥିଲା l ଛେଳି ମାନଙ୍କର ଜୀବନ ସମୟ ୮ ରୁ ୧୨ ବର୍ଷ ହୋଇଥାଏ l ଏମାନେ ପାଖାପାଖି ୭ ବର୍ଷ ପର୍ଯ୍ୟନ୍ତ ଛୁଆ ଜନ୍ମ କରିବାର କ୍ଷମତା ରଖିଥାନ୍ତି l ୭ ରୁ ୧୦ ମାସ ମଧ୍ୟରେ ଅମାନଙ୍କର ପ୍ରଜନନ ଖେମତା ଆସିଯାଇଥାଏ l

Leave A Reply