ନୂଆଦିଲ୍ଲୀ : ଆମେରିକା ଓ ଦକ୍ଷିଣ କୋରିଆ ମଧ୍ୟରେ ଚଳିତ ଅଗଷ୍ଟ ମାସରେ ପ୍ରସ୍ତାବିତ ଯୁଦ୍ଧ ଅଭ୍ୟାସ କୁ ନେଇ ଉତ୍ତର କୋରିଆର ତାନାସାହା ଙ୍କ ଭଉଣୀ ପଡୋଶୀ ଦେଶ କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଏହି ଯୁଦ୍ଧ ଅଭ୍ୟାସ ଉଭୟ ଦେଶର ସମ୍ବନ୍ଧକୁ ଦୁର୍ବଳ କରିବ । ତାଙ୍କର ପ୍ରତିକ୍ରିୟା ଏପରି ସମୟରେ ଆସିଲା ଯେତେବେଳେ ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟ ପରେ ଗୋଟିଏ ଆତ୍ମୀୟ ସ୍ଥିତି ଆସିଥିଲା ।
ସରକାରୀ ଗଣ ମାଧ୍ୟମ ର ସୂଚନା ଅନୁସାରେ ଉତ୍ତର କୋରିଆର ତାନାସାହା ଙ୍କ ଭଉଣୀ କହିଛନ୍ତି ଯେ ଆମେରିକା କୁ ନେଇ ଦକ୍ଷିଣ କୋରିଆ ର ନିରବତା କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ସମ୍ପର୍କ ଏଥିପାଇଁ ସ୍ଥାପିତ କରିଥିଲା ସିଓଲ ୱାଶିଂ ଟନ୍ ରୁ କିଛି ଟା ପ୍ରତିବନ୍ଧକ ଉପରୁ ଛୁଟ ଦେଇ ପାରିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଗତ କିଛିଦିନ ହେବ ଦକ୍ଷିଣ କୋରିଆ ଓ ଆମେରିକାର ଯୁଧ ଅଭ୍ୟାସ କୁ ନେଇ କିଛି ଅପ୍ରିୟ କଥା ଶୁଣିଛି । ଯଦି ଏହି ସ୍ଥିତି ରହିବ ତେବେ ଏହା ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କରିବ ।
ଉତ୍ତର କୋରିଆ ପକ୍ଷରୁ କୁହାଯାଇଛି ଯେ ଉତ୍ତର କୋରିଆ ର ନଜର ଦକ୍ଷିଣ କୋରିଆ ଉପରେ ରହିବ , ଅଗଷ୍ଟ ମାସରେ ଉଭୟ ଆମେରିକା ଓ ଦକ୍ଷିଣ କୋରିଆ ଯୁଦ୍ଧ ଅଭ୍ୟାସ କରୁଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି । ପୂର୍ବରୁ ଉତ୍ତର କୋରିଆ ଏହାକୁ ନେଇ ପ୍ରତିକ୍ରିୟା ଦେଇଥିଲେ ମଧ୍ୟ ଆମେରିକା ଓ ଦକ୍ଷିଣ କୋରିଆ କହିଛନ୍ତି ଯେ ଏହି ଯୁଦ୍ଧ ଅଭ୍ୟାସ ରକ୍ୟାତ୍ମକ ଅଟେ ।
			 
						 
			 
						
Comments are closed.