Odisha news

ଆମାଜନ ପକ୍ଷରୁ ୧୨ଟି ନୂଆ ଫୁଲଫିଲ ମେଣ୍ଟ ସେଣ୍ଟର ଓ ୬ଟି ନୂଆ ସର୍ଟ ସେଣ୍ଟର ର ଶୁଭାରମ୍ଭ

0

ଭୁବନେଶ୍ୱର: ଆଗାମୀ ପାର୍ବଣ ଋତୁ ଅବସରରେ ଆମାଜନ ପକ୍ଷରୁ ୧୨ଟି ନୂଆ ନୂଆ ଫୁଲଫିଲ ମେଣ୍ଟ ସେଣ୍ଟର ଓ ୬ଟି ନୂଆ ସର୍ଟ ସେଣ୍ଟର ଏଫସିର ଶୁଭାରମ୍ଭ କରାଯାଇଛି । ଏହି ସମ୍ପ୍ରସାରଣ ୮.୬ ମିଲିୟନ କ୍ୟୁବିକ ଫିଟ୍‌ର ଏକ ମିଳିତ ବର୍ଦ୍ଧିତ ଷ୍ଟୋରେଜ କ୍ଷମତା ଯୋଗ କରିଛି ଯାହା ୧୦୦ଟି ଅଲିମ୍ପିକ ଆକାରର ସ୍ୱିମିଙ୍ଗ ପୁଲ୍ ସହ ସମାନ ଅଟେ । ଏହି ସମ୍ପ୍ରସାରଣ ହୁଗଳି, ତିରୁଭଲ୍ଲୁର, କ୍ରିଷ୍ଣାଗିରି, ବିଶାଖାପାଟ୍‌ନମ ଓ ହୁବଳି ଭଳି ୫ଟି ସହରକୁ ପ୍ରଥମ ଆମାଜନ ଏଫ୍‌ସି ଆଣିଛି । କମ୍ପାନୀ ପକ୍ଷରୁ ୫ ଲକ୍ଷ ବର୍ଗଫୁଟର ମିଳିତ ଅଂଚଳ ସହିତ ହୁବଳି, ତ୍ରିଭେନ୍ଦ୍ରମ, ରାଜପୁରା, ଗୋରଖପୁର, ମୋରାଦାବାଦ ଓ ପ୍ରୟାଗରାଜରେ ୬ଟି ନୂଆ ସର୍ଟ ସେଂଟର (ଏସିସି)ର ଶୁଭାରମ୍ଭ କରିଛି ।
ଏସମ୍ପର୍କରେ ଆମାଜନର ଇଣ୍ଡିଆ ଓ ଅଷ୍ଟ୍ରେଲିଆର ପରିଚାଳନା ବିଭାଗର ଉପାଧ୍ୟକ୍ଷ ଅଭିନବ ସିଂହ କହିଛନ୍ତି, “ଭାରତ ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ହେଉଥିବାରୁ ଆମେ ସେଲରମାନଙ୍କୁ ଦେଶବ୍ୟାପୀ ଗ୍ରାହକଙ୍କୁ ସେବା ପ୍ରଦାନ କରିବା ପାଇଁ ସକ୍ଷମ କରିବା ଲାଗି ନିଜକୁ ପ୍ରସ୍ତୁତ କରୁଛୁ । ୧୨ଟି ନୂଆ ଫୁଲ୍‌ଫିଲମେଂଟ୍ ସେଂଟର ଓ ୬ଟି ନୂଆ ସର୍ଟ ସେଂଟର ଭାରତବ୍ୟାପୀ ଗ୍ରାହକଙ୍କୁ ଦ୍ରୁତ, ସୁରକ୍ଷିତ ଓ ଅଧିକ ନିର୍ଭରଯୋଗ୍ୟ ଡେଲିଭରି ପ୍ରଦାନ କରିବା ପାଇଁ ଆମର କ୍ଷମତାକୁ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବ ।”
କମ୍ପାନୀା ଚଳିତ ବର୍ଷ ଜୁନ ମାସରେ ଆମାଜନର ୫ଟି ଫୁଲଫିଲମେଂଟ ସେଂଟର ଓ ୩୦ରୁ ଅଧିକ ଲାଷ୍ଟ ମାଇଲ ଡେଲିଭରି ଷ୍ଟେସନର ଲଂଚ ଉପରେ ଆଧାରିତ ଅଟେ । ଯାହା ଭାରତର ଅନ୍ୟତମ ସର୍ବାଧିକ ଆଡଭାନ୍ସଡ ଇକମର୍ସ ନେଟୱର୍କକୁ ଆହୁରି ସୁଦୃଢ କରିଛି । ଏହା ହଜାର ହଜାର ନୂଆ କାର୍ଯ୍ୟ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ଯାହା ଅଂଚଳରେ ଆର୍ଥିକ ଲାଭ ପ୍ରଦାନ କରିବ । ଏହି ସୁଯୋଗଗୁଡିକରେ ଫୁଲଟାଇମ ଓ ପାର୍ଟ ଟାଇମ ବିକଳ୍ପ (ଫୁଲଫିଲ ମେଣ୍ଟ ଓ ସର୍ଟେଶନ ଆସୋସିଏଟ, ଟିମ ଲିଡ, ପ୍ରୋସେସ ଆସିଷ୍ଟାଂଟ ଭଳି) ସମେତ ଆମାଜନର ଅପରେଶନ୍ସ ନେଟ୍‌ୱର୍କରେ ବିଭିନ୍ନ ପଦବୀ ସାମିଲ ରହିଛି । ଏହି ସମସ୍ତ ନୂଆ ବିଲ୍ଡିଂଗୁଡିକ ଆଗାମୀ ପାର୍ବଣ ଋତୁ ପାଇଁ ପ୍ରସ୍ତୁତ ଓ କାର୍ଯ୍ୟକ୍ଷମ ରହିଛି ।

Leave A Reply