ବ୍ରାଜିଲ : କରୋନାଭାଇରସ୍ ମହାମାରୀ ପରେ ଆଉ ଏକ ନୂଆ ମହାମାରୀ ଆସିପାରେ । ଏହା ଆମାଜନ୍ ଜଙ୍ଗଲରୁ ଆସିବା ନେଇ ବ୍ରାଜିଲ୍ର ପରିବେଶବିଦ୍ ଡା୍ରଭିଡ୍ ଲୋପାଲା ଚେତାବନୀ ଦେଇଛନ୍ତି । ଜଙ୍ଗଲୀ କ୍ଷେତ୍ରର ସହରୀକରଣ ଯୋଗୁ ଜୁନୋଟିକ୍ ରୋଗ ଦେଖା ଦେଇପାରେ ଯାହା ଜୀବଜନ୍ତୁଙ୍କଠାରୁ ମନୁଷ୍ୟଙ୍କୁ ବ୍ୟାପିପାରେ । ଆମାଜନ୍ ଜଙ୍ଗଲ ଭାଇରସ୍ର ଏକ ବିଶାଳ ଭଣ୍ଡାର ବୋଲି କହିଛନ୍ତି ଲୋପାଲା । ଏହା ଉଭୟ ପରିବେଶ ଓ ମାନବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ । ଏଚ୍ଆଇଭି, ଇବୋଲା, ଡେଙ୍ଗୁ ଏହିପରି ସୃଷ୍ଟି ହୋଇଥିଲା । ଆମାଜନ୍ ଜଙ୍ଗଲର ଦ୍ରୁତ କ୍ଷୟ ହେଉଥିବାରୁ ଏହାର ପରିଣାମ ଭୟଙ୍କର ହେବ ବୋଲି ଲାପୋଲା ସାବଧାନୀ ଶଣାଇଛନ୍ତି ।