କତର୍ : କତରରେ ମାସ୍କ ନ ପିନ୍ଧିଲେ ତିନି ବର୍ଷ ଜେଲ୍ ଦଣ୍ଡ ବିଧାନ ଆରମ୍ଭ କରାଯାଇଛି । ଏହା ସହ ୪୧.୭ ଲକ୍ଷ ଟଙ୍କା ଜରିମାନା ମଧ୍ୟ ଗଣିବାକୁ ପଡିବ । କତର୍ରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ ଏଭଳି ଦଣ୍ଡ ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଛନ୍ତି । ତେବେ ଗାଡ଼ିରେ ଏକୁଟିଆ ଡ୍ରାଇଭ୍ କରୁଥିବା ଚାଳକ ମାସ୍କ ନ ପିନ୍ଧିଲେ ସେମାନଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।