Odisha news

ଟ୍ରକ , ବାଇକ ମୁହାଁମୁହିଁ : ଧକ୍କାରେ ବାଇକ ଆରୋହୀ ଗୁରୁତର , ଟ୍ରକ ଜବତ

0

ଖଲ୍ଲିକୋଟ – ୧୮/୦୫–  ଖଲ୍ଲିକୋଟ  ଥାନା  ଅନ୍ତର୍ଗତ  ୧୬ ନମ୍ବର ଜାତୀୟ ରାଜପଥ କେଶପୁର ବଜାର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ।   ବ୍ରହ୍ମପୁରରୁ  ଭୂବନେଶ୍ୱର  ଅଭିମୁଖେ  ଯାଉଥିବା ଏକ ୟାମ୍ହା ବାଇକ  (OD02AH9610)  ସହ ବିପରୀତ ଦିଗରୁ ଏକ ଟ୍ରକ (OD07 F1567) ଭୁବନେଶ୍ବର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀଙ୍କୁ ଶକ୍ତ ଆଘାତ ଲାଗିଥିଲା ।

ସ୍ଥାନୀୟ  ଜନସାଧାରଣ  ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହଯୋଗରେ  ନିକଟସ୍ଥ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆଯାଇଛି ।  ବାଇକ  ଆରୋହୀଙ୍କ  ସଠିକ  ଠିକଣା ମିଳି ନଥିବା ବେଳେ ପୁରୀ  ଅଞ୍ଚଳର  ବୋଲି  ଅନୁମାନ  କରାଯାଉଛି । ଖବର ପାଇ ଖଲ୍ଲିକୋଟ ପୋଲିସ  ଘଟଣା  ସ୍ଥଳରେ  ପହଁଚି  ରାସ୍ତା ଅବରୋଧ ହଟାଇବା  ସହ ଏସ ଆଇ ସିଲୁ  ଧଳ  ଘଟଣାର  ଅଧିକ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଛି । ଟ୍ରକଟିକୁ  ଜବତ  କରିବା   ସହ  ଚାଳକକୁ  ଅଟକ ରଖା ଯାଇଥିବା ସୂଚନା ମିଳିଛି ।

Leave A Reply