ପୁଷ୍ପା 2 ଚଳଚିତ୍ର ର ନାୟକ ଆଲୁ ଅର୍ଜୁନ ଶନିବାର ସକାଳୁ ଜେଲ ରୁ ରିହା ହୋଇଛନ୍ତି , ଜେଲ ରୁ ବେଲ ରେ ବାହାରିବା ପରେ ସେ ସର୍ବ ପ୍ରଥମେ ଗୀତା ଆର୍ଟ୍ସ ପ୍ରଡ଼କ୍ସନ୍ ହାଉସ ପହଂଚି ଥିଲେ l ଏବଂ ଏହାପରେ ଗୋଟିଏ ପ୍ରେସ କର୍ଣ୍ଣଫରେନ୍ସ ମଧ୍ୟ କରିଥିଲେ , ଯେଉଁଥିରେ ସେ ସନ୍ଧ୍ୟା ଥିଏଟର ବାହାରେ ହୋଇଥିବା ଦଳଚକଟା ରେ ମହିଳା ଙ୍କ ମୃତ୍ୟୁ ଓ ତାଙ୍କ ଜେଲ ଯିବା କୁ ନେଇ ଘଟିଥିବା ଘଟଣା ବିଷୟ ରେ କହିଥିଲେ l
ଆଲୁ ଅର୍ଜୁନ ଉକ୍ତ ଘଟଣା ରେ ଘଟିବା ରେ ତାଙ୍କର୍ କୌଣସି ଦୋଷ ନାହିଁ ବୋଲି କହିଥିଲେ l ସେ ଶୋକ ବ୍ୟକ୍ତ କରିବା ସହିତ କହିଥିଲେ ଯେ ପୀଡିତା ଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି l ଏହାଛଡା ସେ ଆହୁରି ମଧ୍ୟ କହିଥିଲେ ଯେ ଖୁବ ଶୀଘ୍ର ମୃତ ମହିଳାଙ୍କ ପରିବାର କୁ ସାକ୍ଷାତ୍ କରିବାକୁ ଯିବେ ଏବଂ କହିଥିଲେ ଯେ ମୁଁ ଆଇନକୁ ସମ୍ମାନ ଦିଏ ତେଣୁ ଯେଉଁ ସମୟ ରେ ମଧ୍ୟ ଆବଶ୍ୟକ ପଡିଲେ ଉପସ୍ଥିତ ହେବି l
ଗିରଫ ହେବା ପରେ ଆଲୁ ଅର୍ଜୁନ ଙ୍କୁ ନାମ ପଲ୍ଲୀ ଅଦାଲତ ରେ ଉପସ୍ଥିତ କରାଯାଇ ଥିଲା l ଯେଉଁଠି କୋର୍ଟ ତାଙ୍କୁ ୧୪ ଦିନ ପାଇଁ କଷ୍ଟଡି କୁ ପଠାଇ ଥିଲେ l ଏବଂ ଅନ୍ୟ ପକ୍ଷରେ ତେଲେଙ୍ଗାନା ହାଇ କୋର୍ଟ ତାଙ୍କୁ ୪ ସପ୍ତାହ ପାଇଁ ବେଲ୍ ଦେଇ ଥିଲା l କିନ୍ତୁ କିଛିଟା ତ୍ରୁଟି କାରଣରୁ ବେଲ୍ ର ଆଦେଶ ଥାନାରେ ପହଂଚି ପାରି ନଥିଲା ତେଣୁ ସୁପରସ୍ଟାର ଙ୍କୁ ରାତିରେ ଜେଲ ରେ ରହିବାକୁ ପଡିଥିଲା ଏବଂ ଆଜି ସକାଳୁ ଜେଲ ରୁ ମୁକୁଳି ଥିଲେ l