Odisha news

ଲାଞ୍ଜିଗଡ- ବ୍ରହ୍ମପୁର ଭାୟା ଫୁଲବାଣୀ ରେଳପଥ ପାଇଁ ଘୋଷଣା, ସାଂସଦଙ୍କୁ ଧନ୍ୟବାଦ ଜଣାଇଲେ ବିଜେପି କର୍ମୀ

0
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ପ୍ରଚେଷ୍ଟା କ୍ରମେ ଲାଞ୍ଜିଗଡ-ବ୍ରହ୍ମପୁର ଭାୟା ଫୁଲବାଣୀ ରେଳ ଲାଇନ ମଞ୍ଜୁର ହୋଇଛି। ଏହା ଦ୍ବାରା ଫୁଲବାଣୀ ରେଳ ମ୍ୟାପରେ ସ୍ଥାନ ପାଇବା ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଏଥିପାଇଁ ବିଜେପି ନେତା ଓ କର୍ମୀ ସାଂସଦଙ୍କୁ କୃତଜ୍ଞତା ଜଣାଇଛନ୍ତି। ସ୍ଥାନୀୟ ଡିଆରଡିଏ ଛକଠାରେ ଏକତ୍ର ହୋଇ ବିଜେପି କର୍ମୀ ସାଂସଦଙ୍କୁ ସାଧୁବାଦ ଜଣାଇଥିଲେ। ସୂଚନାଯୋଗ୍ୟ, ସାଂସଦ ଶ୍ରୀ ପାଣିଗ୍ରାହୀ ଏହି ପ୍ରସଙ୍ଗ ବାରମ୍ବାର ପାର୍ଲିଆମେଣ୍ଟରେ ଉଠାଇବା ପରେ ଶେଷରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ପ୍ରସ୍ତାବ ପାରିତ କରାଇ ଏହାର ସର୍ଭେ ପାଇଁ ଓରିଡିଏଲ ଜରିଆରେ ଟେଣ୍ଡର ଆହ୍ବାନ କରାଇଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚାର ସଭାପତି ମୁକ୍ତିକାନ୍ତ ମହାନ୍ତି, ସାଂସଦ ପ୍ରତିନିଧି ଜଗନ୍ନାଥ ସାହୁ, ଚନ୍ଦ୍ର ପଣ୍ଡା, ଭିକି ପ୍ରଧାନ ,ଅମରେନ୍ଦ୍ର ବେହେରା, ରତନ ଚୌଧୁରୀ, ପ୍ରଶାନ୍ତ ପଟ୍ଟନାୟକ, ଅରବିନ୍ଦ ମହାପାତ୍ର, ଗଙ୍ଗଧର ପାତ୍ର, ପ୍ରିୟରଞ୍ଜନ ଜେନା, ଅନିଲ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Govt
Leave A Reply