Odisha news

ରେଖାଙ୍କୁ ସୌହାର୍ଦ୍ୟପୁର୍ଣ ଆଲିଙ୍ଗନ କଲେ ଅମିତାଭଙ୍କ ନାତି ଅଗସ୍ତ୍ୟ ନନ୍ଦା , ଭିଡିଓ ଭାଇରଲ

0

ବଲିଉଡ ଅଭିନେତ୍ରୀ ରେଖା ଯେତେବେଳେ ବି ସାମ୍ନାକୁ ଆସି ଥାଆନ୍ତି, ପ୍ରଶଂସା ସାଉଁଟି ଥାଆନ୍ତି l ନିକଟରେ ସେ ସ୍ବର୍ଗତ ଅଭିନେତା ରାଜ କପୁର ଙ୍କ ଜନ୍ମ ଶତବାର୍ଷିକ ରେ କପୁର ପରିବାର ସହିତ ଅନ୍ୟ ବଲିଉଡ ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସହିତ ନଜର ଆସିଥିଲେ l ଯେଉଁଠାରେ ଅମିତାଭ ବଚନ ଙ୍କ ପରିବାର ମଧ୍ୟ ନଜର ଆସିଥିଲେ l ବିଗ ବି ଙ୍କ ଝିଅ ଶ୍ଵେତା ନନ୍ଦା , ନାତି ଅଗସ୍ତ୍ୟ ନନ୍ଦା , ଏବଂ ନାତୁଣୀ ନବ୍ୟl ନବେଲି ମଧ୍ୟ କପୁର ପରିବାର ର କାର୍ଯ୍ୟକ୍ରମ ରେ ନଜର ଆସିଥିଲେ l ଏହି ସମୟ ର ଗୋଟିଏ ସୁନ୍ଦର ଭିଡିଓ ଭାଇରଲ ହେଉଛି l  ଯେଉଁଠି ରେଖା ଅଗସ୍ତ୍ୟ ନନ୍ଦା ଙ୍କୁ ସ୍ନେହ କରୁଥିବାର ଦେଖିବାକୁ ମିଳିଥିଲା l

ବଲିଉଡ ର ଶୋ ମ୍ୟାନ କୁହାଯାଉଥିବା ରାଜ କପୁର ଙ୍କର ୧୦୦ ତମ ଜୟନ୍ତୀ ଉପଲକ୍ଷେ ତାଙ୍କର ୫ଟି ପ୍ରସିଦ୍ଧ ଚଳଚିତ୍ର କୁ ଅନେକ ଗୁଡିଏ ମଲ୍ଟିପ୍ଲେକ୍ସ ରେ ଦର୍ଶକ ଙ୍କୁ ଦେଖା ଯାଇଥିଲା l ଏହି ସମୟରେ ଅନେକ ବଲିଉଡ ତାରକା ଏକାଠି ହୋଇଥିଲେ l ଯାହାକି ଖୁବ ହୃଦୟସ୍ପର୍ଶୀ ଦୃଶ୍ୟ ହୋଇଥିଲା, ଏବଂ ଏହି ସମୟ ରେ ରେଖାଙ୍କ ସହିତ ବିଗ ବି ଙ୍କ ନାତି ଙ୍କର ମଧ୍ୟ ସାକ୍ଷାତ ହୋଇଥିଲା ଏବଂ ରେଖା ମଧ୍ୟ ଅଗସ୍ତ୍ୟl ଙ୍କୁ ସ୍ନେହ ରେ ଆଲିଙ୍ଗନ କରିଥିଲେ ଓ ଖୁବ ସ୍ନେହ ମଧ୍ୟ କରିଥିଲେ l ଏହି ହିଡ଼ିଓ କୁ ଦେଖି ପ୍ରଶଂସକ ମାନେ ଖୁବ ଆନନ୍ଦିତ ହୋଇଛନ୍ତି l

Leave A Reply