AI କୁ ରୁହନ୍ତୁ ସାବଧାନ ! AI ସହିତ ଆଳାପ ଆପଣଙ୍କୁ ପଡିପାରେ ଭାରୀ , ପର୍ଶନାଲ ଡାଟା ହୋଇପାରେ ଲିକ : ହ୍ୟାକର୍ସ ଙ୍କର ହୋଇପାରନ୍ତି ଶିକାର
ଆଜିର କମ୍ପ୍ୟୁଟର ଯୁଗରେ ପାଠପଢା ହେଉ କି ଟ୍ରାଫିକ ବିଷୟରେ ତଥ୍ୟ ହେଉ AI ହାଜର , ଯାହାବି ଅସୁବିଧା ପଢ଼ିଥାଏ ଆମେ ଚାଟGPT , ଗ୍ରୋକ , କୋପୀଲୋଟ କିମ୍ବା ମେଟା AI ଭଳି ଚାଟବୋଟସ ର ସାହାରା ନେଇଥାଉ, ଛୋଟ ପିଲା ଠାରୁ ନେଇ ବୁଢା ପର୍ଯ୍ୟନ୍ତ ସମସ୍ତେ AI ର ବ୍ୟବହାର କରୁଛନ୍ତି, କିନ୍ତୁ ଏହି ସୁବିଧା ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ, ନିକଟରେ ଗୋଟିଏ ତଥ୍ୟ ରେ କୁହାଯାଇଛି ଯେ ଚାଟ ବୋଟସ ରେ ଆପଣ ଦେଉଥିବା ତଥ୍ୟ ସର୍ବଦା ସୁରକ୍ଷିତ ହୋଇନଥାଏ l ଲକ୍ଷ ଲକ୍ଷ ୟୁଜର୍ସ ଙ୍କର ବ୍ୟକ୍ତିଗତ ତଥ୍ୟ ଏବଂ ସମ୍ବେଦନଶୀଳ ତଥ୍ୟ ଲିକ ହୋଇଯାଇଥାଏ L
ଯେତେବେଳେ ଆପଣ AI ବ୍ୟବହାର କରୁଛନ୍ତି ମାନେ ରଖିବା ଜରୁରୀ ଯେ ଆପଣଙ୍କର ଏହି ଡାଟା କୌଣସି ମଣିଷ ନୁହେଁ ଗୋଟିଏ ସିଷ୍ଟମ ଏହାକୁ ଷ୍ଟୋର ପ୍ରୋସେସ କରୁଛି , ଯାହା ଆପଣଙ୍କୁ ସାଇବର ଅପରାଧୀଙ୍କ ଦ୍ୱାରା ଠକାମୀ ର ଶିକାର କରାଇପାରେ l
ଯଦି ଆପଣ ବ୍ୟାଙ୍କ ସମ୍ବନ୍ଧିତ କୌଣସି ଡିଟେଲସ ଦେବେ ତେବେ ହ୍ୟାକର୍ସ ଆପଣଙ୍କୁ ଖୁବ ସହଜରେ ଫସାଇ ଦେବେ l କିଛି ଲୋକ ନିଜ ବ୍ୟକ୍ତିଗତ ଡାଟା ସହିତ କମ୍ପାନୀ ଏବଂ ଅଫିସ ଡାଟା ମଧ୍ୟ ଦେଇ ଥାଆନ୍ତି, କିନ୍ତୁ ଏହାଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି l
AI ତ ସାହାଯ୍ୟ କରିଥାଏ କିନ୍ତୁ ଆପଣଙ୍କୁ ଅସୁବିଧାରେ ମଧ୍ୟ ପକାଇପାରେ , ହ୍ୟାକର୍ସ ମାନେ AI ରୁ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ନେଇ ଆପଣଙ୍କୁ ଠକାମୀ ର ଶିକାର କରୁଛନ୍ତି l ଏହାକୁ ନେଇ ବର୍ତମାନ ବୃଦ୍ଧି ପାଉଥିବା ଠକାମୀ ସମସ୍ୟା ଅଧିକ ରୁ ଅଧିକ ବୃଦ୍ଧି ପାଉଛି l