Odisha news

କାହିଁକି ଅଗ୍ନି ଦେବ ସବୁ ଜିନିଷ କୁ ପୋଡି ଧ୍ବଂସ କରନ୍ତି କଣ ରହିଛି ଏହା ପଛର ପୌରାଣିକ କାରଣ

0

ସନାତନ ଧର୍ମ ରେ ସମସ୍ତ ଧର୍ମ କାର୍ଯ୍ୟରେ ଅଗ୍ନି ର ବିଶେଷ ମହତ୍ୱ ରହିଛି, ଅଗ୍ନି ଉତପ୍ତ ହୋଇଥାଏ, ଅଗ୍ନି ମଧ୍ୟ ଅନ୍ଧକାର ଦୂର କରିଥାଏ l ପଞ୍ଚ ତତ୍ୱ ମଧ୍ୟରୁ ଅଗ୍ନି ଗୋଟିଏ l  ଅଗ୍ନି ଅଟେ ପବିତ୍ର, ଶାଶ୍ୱତ l ସେହି ଅଗ୍ନି କେତେବେଳେ ପେଟ ର କ୍ଷୁଧା ମେଣ୍ଟାଈ ଥାଏ ତ ଆଉ କେତେବେଳେ ସବୁ ପୋଡି ଧ୍ବଂସ କରିଦେଇ ଥାଏ l ସନାତନ ଧର୍ମର ମୂଳ ଗ୍ରଂଥ ବେଦ ଅଟେ, ଏବଂ ଏହି ବେଦ ଜ୍ଞାନ ର ପ୍ରକାଶ ଅଗ୍ନି ଙ୍କ ଯୋଗୁଁ ସମ୍ଭବ ଅଟେ l ଋଗ ବେଦର ପ୍ରଥମ ଅକ୍ଷର ଅଗ୍ନି l ଋଗ ବେଦରେ ଦେବତା ମାନଙ୍କ ଉଦେଶ୍ୟ ରେ ମନ୍ତ୍ର ଲେଖା ଯାଇଥିଲା, ଏବଂ ଏହାକୁ କାହାକୁ ଅର୍ପଣ କରାଯିବ ବୋଲି ଚିନ୍ତା ପଡିଥିବା ବେଳେ ସର୍ବ ପ୍ରଥମେ ଅଗ୍ନି ଙ୍କୁ ଆହ୍ୱାନ କରାଯାଇଥିଲା l ଏବଂ ସଥିପାଇଁ ଯଜ୍ଞ ପରମ୍ପରା ବିକଶିତ ହେଲା l ଏବଂ ସେତେବେଳେ ସ୍ଥିର କରାଗଲା ଯେ ଅଗ୍ନି ଙ୍କୁ ସମର୍ପିତ ପ୍ରସାଦ ଅନ୍ୟ ଦେବତା ଙ୍କୁ ଭୋଗ ଭାବରେ ମିଳିଥାଏ l

ବୈଦିକ ରୁଷି ମାନେ ଯେତେବେଳେ ଯଜ୍ଞ ଆରମ୍ଭ କରିଥିଲେ ସେତେବେଳେ ସର୍ବ ପ୍ରଥମେ ଅଗ୍ନି ଙ୍କୁ ଆବାହନ କରିଥିଲେ, ଏବଂ ତାଙ୍କ ପ୍ରଶଂସା କରିଥିଲେ ଓ କହିଥିଲେ ତମେ ଆମ ପାଇଁ ଦୂତ ସମାନ ଅଟ , ତେଣୁ ସବୁଆଡେ ପ୍ରକାଶ କର, ଏବଂ ଦେବତାଙ୍କୁ ଅର୍ପଣ କରୁଥିବା ପ୍ରସାଦ ରେ ତମେ ଆମ ସହିତ ସହଯୋଗ କର l

କିନ୍ତୁ ଏହି ଅଗ୍ନି ଦେବ ଙ୍କୁ ସବୁକିଛି ଜାଳି ଧ୍ବଂସ କରିବାର ଅଭିଶାପ କିପରି ମିଳିଛି ଆସନ୍ତୁ ଜାଣିବା –
ପୁରାଣ ର କଥା ଅନୁସାରେ ବ୍ରହ୍ମା ଙ୍କ ପୁତ୍ର କୁହାଯାଉ ଥିବା ମହର୍ଷି ଭୃଗୁ ଗୋଟିଏ ଦିନ ସନ୍ଧ୍ୟା ସମୟରେ ଉପାସନା କରିବା ପାଇଁ ନିଜ ଆଶ୍ରମ ରୁ ଗଙ୍ଗା ତଟ ଆଡକୁ ଯାଉଥିଲେ l ରାସ୍ତାରେ ପୁଲମନ ନାମକ ରାକ୍ଷସ ତାଙ୍କୁ ଯାଉଥିବାର ଦେଖିଲା l ଏବଂ ସେ ଗୋଟିଏ ସାଧୁ ଙ୍କ ରୂପ ଧାରଣ କରି ତାଙ୍କ ଆଶ୍ରମ ଆଡକୁ ଗଲା, ଏବଂ ସେଠାରେ ସେ ଭିକ୍ଷାଙ୍ଗ ଦେହୀ ! ବୋଲି ଡାକିବାକୁ ଲାଗିଲା l ଯାହାକୁ ଶୁଣି ଭୃଗୁ ଙ୍କ ଗର୍ଭବତୀ ପତ୍ନୀ ପୁଲୋମା ବାହାରକୁ ଚାଲି ଆସିଲେ ଏବଂ ସାଧୁ ଙ୍କ ରୂପରେ ଆସିଥିବା ରାକ୍ଷସ କୁ ପ୍ରଣାମ କଲା ଓ ଭୋଜନ ପାଇଁ ନିମନ୍ତ୍ରଣ ଦେଇ ଭିତରକୁ ଭୋଜନ ପରଷିବା ପାଇଁ ଚାଲିଗଲେ l

ରାକ୍ଷସ ଟି ପୁଲୋମ ଦେଖିବା ପାଇଁ ଆସିବାର କାରଣ ଥିଲା ଯେ ଛୋଟ ବେଳରୁ ପୁଲୋମ ଙ୍କର ବାଗଦାନ ସଂସ୍କାର ତାଙ୍କ ପିତା ପୁଲୋମନ ସହିତ କରି ଦେଇଥିଲେ l ଏହାପରେ ସେ ପୁଲୋମ ର ସୌନ୍ଦର୍ଯ୍ୟ ଦେଖି ବିମୋହିତ ହୋଇଯାଇ ଥିଲା ଏବଂ ଭୋଜନ ଗ୍ରହଣ କରି କୁଟୀର ବାହାରକୁ ଚାଲି ଆସିଥିଲା l ଏବଂ ବାହାରେ ଯଜ୍ଞ କୁଣ୍ଡରେ ଅଗ୍ନି ଜଳୁ ଥିବାର ଦେଖିବାକୁ ପାଇ ପଚାରି ଥିଲା ହେ ଅଗ୍ନି ଦେବ ! ମତେ ଗୋଟିଏ କଥା ସତ୍ୟ କୁହ, ଅଗ୍ନି ଦେବ କହିଥିଲେ ପଚାର ବତ୍ସ l

ଏହାପରେ ଅଗ୍ନି ଦେବ ପଚାରି ଥିଲେ ଛୋଟ ବେଳ ରୁ ପୁଲୋମ ର ବିବାହ ମୋ ସହିତ ତାଙ୍କ ପିତା କରି ଦେଇଥିଲେ, କିନ୍ତୁ ଯୌବନ ରେ ପାଦ ଥାପିବା ପରେ ତାର ବିବାହ ଭୃଗୁ ରୁଷି ଙ୍କ ସହିତ ହୋଇଥିଲା l ତେବେ ଆଜି କୁହନ୍ତୁ ସେ କାହାର ପତ୍ନୀ ? ଏହା ଶୁଣି ଅଗ୍ନି ଦେବ ଦ୍ୱନ୍ଦ୍ୱ ରେ ପଡିଲେ l  ଏହାଦେଖି ପୁଲୋମନ କହିଥିଲେ ଯଦି ଆପଣ କହିବେ ମୋର ପତ୍ନୀ ମୁଁ ବର୍ତମାନ ନେଇ ଚାଲିଯିବି , କିନ୍ତୁ ଯଦି କହିବେ ଭୃଗୁ ଙ୍କ ପତ୍ନୀ ଏହି କ୍ଷଣି ଅଭିଶାପ ଦେବୀ l

ଏହାପରେ ଅଗ୍ନି ଦେବ କହିଥିଲେ ପ୍ରଥମ ବିବାହ ପୁଲମ ଙ୍କ ର ତୁମ ସହିତ ହୋଇଥିଲା, ଯାହାକି କେବଳ କଥାରେ ଥିଲା l କିନ୍ତୁ ରୁଷି ଭୃଗୁ ଙ୍କ ସହିତ ବିବାହ ରୀତିନୀତି ରେ ହୋଇଛି l ଏହା ଶୁଣି ପୁଲୋମନ କ୍ରୋଧିତ ହୋଇ ଜବରଦସ୍ତି ପୁଲମ କୁ ଉଠାଇ ନେଉଥିବା ବେଳେ ସେ ଗୋଟିଏ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ , ଯାହାର ତେଜ ରେ ରାକ୍ଷସ ପୁଲୋମନ ଜଳି ଧ୍ବଂସ ହୋଇଗଲା l ସେହି ସମୟ ରେ ମହର୍ଷି ଭୃଗୁ ସେଠାରେ ଆଇ ପହଁଚିଲେ ଏବଂ ସମସ୍ତ କଥା ଜାଣିବା ପରେ ହାତରେ ଜଳ ନେଇ ଅଗ୍ନି ଦେବ ଙ୍କୁ ଅଭିଶାପ ଦେଇଥିଲେ ଆଜିଠୁ ତମେ ଠିକ ଭୁଲ ନଭାବି ସମସ୍ତ ଜିନିଷ କୁ ଭକ୍ଷଣ କରିବ l  ସେହିଦିନ ଠାରୁ ଅଗ୍ନି ସବୁ ଜିନିଷ କୁ ପୋଡି ଧ୍ବଂସ କରନ୍ତି l

Leave A Reply