ଆପଣଙ୍କ ର ଏହିସବୁ ଶିକ୍ଷା ଆପଣଙ୍କ ସନ୍ତାନ ମଧ୍ୟରେ ଭରିଥାଏ ସକାରାତ୍ମକ ଭାବନା, ଯାହାକୁ ପ୍ରତ୍ୟେକ ବ୍ୟକ୍ତି କରି ଥାଆନ୍ତି ପ୍ରଶଂସା
ପିତାମାତା ଅଟନ୍ତି ନିଜ ସନ୍ତାନଙ୍କ ପ୍ରଥମ ଗୁରୁ l ପିଲାମାନେ ଏଭଳି ଅନେକ କଥା ନିଜ ପରିବାର ଠାରୁ ଶିଖି ଥାଆନ୍ତି l ପିଲା ସାମାନ୍ୟ ବଡ଼ ହେବା ମାତ୍ରକେ ସେମାନଙ୍କ ନିକଟରେ ଏହିସବୁ ଅଭ୍ୟାସ ଦେଖିବାକୁ ମିଳିଥାଏ l ଆପଣଙ୍କର ଏହିସବୁ ଭଲ ଶିକ୍ଷା ଆପଣଙ୍କ ସନ୍ତାନ ମାନଙ୍କ ମଧ୍ୟରେ ସକାରାତ୍ମକ ଉର୍ଜା ଭରିଥାଏ ଓ ସନ୍ତାନର ବିକାଶରେ ସାହାଯ୍ୟ କରିଥାଏ l
– ସଚୋଟ ସ୍ଵଭାଵ –
ସଚୋଟତା ଗୋଟିଏ ଏଭଳି ସ୍ଵଭାଵ ଯାହାକି ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଉପଲବ୍ଧ ହୋଇ ନଥାଏ l ଯଦି ମାତାପିତା ସଚୋଟ ହୋଇ ଥାଆନ୍ତି ତେବେ ସନ୍ତାନ ମାନଙ୍କ ନିକଟରେ ମଧ୍ୟ ଏହି ଗୁଣ ବିକଶିତ ହୋଇଥାଏ l ସେମାନେ ମଧ୍ୟ ଅନ୍ୟର କୌଣସି ଜିନିଷ ଉପରେ ଲୋଭ ଦୃଷ୍ଟି ରଖନ୍ତି ନାହିଁ, କର୍ତ୍ତବ୍ୟରେ ନିଷ୍ଠାବାନ ହୁଅନ୍ତି, ଜୀବନ ରେ ଆଗକୁ ବଢିବା ପାଇଁ ସର୍ବଦା ଚେଷ୍ଟା କରନ୍ତି l ଛଳ ଏବଂ କପଟତା ଠାରୁ ଅନେକ ଦୂରରେ ରୁହନ୍ତି l
– ସାହାଯ୍ୟ ମନୋବୃତି –
ଆଜିକାଲି ସାହାଯ୍ୟ ମନୋବୃତି ର ଲୋକେ ଖୁବ କମ ଦେଖିବାକୁ ମିଳୁଛନ୍ତି l କିନ୍ତୁ ଗୋଟିଏ ଛୋଟ ପିଲାଟିଏ ଘରୁ ଏହି କଥାଟି ଶିକ୍ଷାଲାଭ କରିଥାଏ l କାରଣ ଅନ୍ୟକୁ ଯିଏ ସାହାଯ୍ୟ କରିଥାଏ ତା ଉପରେ ଈଶ୍ୱରଙ୍କ କୃପା ଦୃଷ୍ଟି ସର୍ବଦା ରହିଥାଏ l ତେଣୁ ନିଜ ସନ୍ତାନ କୁ ମାତାପିତା ଏହି ଶିକ୍ଷାଦେବା ଉଚିତ l
– ନିଜ ଭୁଲ ସ୍ୱୀକାର କରିବା –
ମଣିଷ ର ସ୍ଵଭାଵ ସେ କଦାପି ନିଜର ଭୁଲ କୁ ସ୍ୱୀକାର କରି ନଥାଏ l କିନ୍ତୁ ଛୋଟ ବେଳରୁ ଯଦି ପିଲାଟିଏ ନିଜ ଘରେ ଦେଖିଥାଏ ଯେ ପିତାମାତା ନିଜନିଜ ଭୁଲ କୁ ସ୍ୱୀକାର କରୁଛନ୍ତି ତେବେ ସେ ମଧ୍ୟ ସେହି ଅଭ୍ୟାସକୁ ନିଜ ମଧ୍ୟରେ ଆଣିଥାଏ ଏବଂ ନିଜ ଜୀବନ ରେ କରିଥିବା ଭୁଲ କୁ ସ୍ୱୀକାର କରିବାକୁ ପଛାଏ ନାହିଁ l ଯାହା ତାକୁ ଜୀବନ ରେ ଗୋଟିଏ ଭଲ ରାସ୍ତା ଦେଖାଇଥାଏ l
– ସତ୍ୟ କହିବା –
ପିଲାମାନେ ସବୁ ଭଲ ଖରାପ ସହିତ ମିଛ ଓ ସତ କହିବା ମଧ୍ୟ ନିଜ ଘରୁ ଶିଖି ଥାଆନ୍ତି l ସେହିଭଳି ଯଦି ସେମାନେ ଘରେ କାହାକୁ ମିଛ କହିବା ଦେଖନ୍ତି କିମ୍ବା ମିଛ କହି ମଣିଷ କିପରି ନିଜକୁ ରକ୍ଷା କରିପାରୁଛି ଜାଣନ୍ତି ତେବେ ସେମାନେ ମଧ୍ୟ ସେହି ଉପାୟ ଆପଣାଇବାକୁ ଭୁଲାନ୍ତି ନାହିଁ l କିନ୍ତୁ ଏହି ମିଥ୍ୟା ତାଙ୍କୁ ଜୀବନ ରେ ସମସ୍ତ ଅସୁବିଧା ଆଡକୁ ଟାଣି ନେଇଯାଏ l
– ଦୟାଶୀଳ ହେବା –
କଥାରେ ଅଛି ଦୟା ଓ କ୍ଷମା ଠାରୁ ବଡ଼ ଧର୍ମ କିଛିନାହିଁ l ଯେଉଁ ମଣିଷ ନିକଟରେ ଏହି ୨ଟି ଗୁଣ ରହିଛି ସେ ସବୁଠି ବିଜୟଲାଭ କରିଥାଏ l ତେଣୁ ସର୍ବଦା ନିଜ ସନ୍ତାନ ମଧ୍ୟରେ ଦୟାଶୀଳ ଭାବନା ଭରିବା ଉଚିତ l ଯାହାଦ୍ୱାରା ସନ୍ତାନଟି ଜୀବନ ରେ କିଛିଟା ଭଲ କାର୍ଯ୍ୟ କରିବାରେ ସକ୍ଷମ ହୋଇଥାଏ l