୩୧ ମାର୍ଚ୍ଚ ପୂର୍ବରୁ ଆଧାର ସହିତ ପ୍ୟାନ କାର୍ଡ ଲିଙ୍କ ନକଲେ ହେବେ ଏହିସବୁ ଅସୁବିଧାର ସମୁଖୀନ, ଏହି ନମ୍ବର କୁ ତୁରନ୍ତ ପଠାନ୍ତୁ SMS
ନୂଆଦିଲ୍ଲୀ : ଯଦି ଆପଣ ବର୍ତମାନ ସୁଧା ନିଜର ଆଧାର କାର୍ଡ ସହିତ ପ୍ୟାନ କାର୍ଡ କୁ ଲିଙ୍କ କରାଇ ନାହାନ୍ତି, ତେବେ ତୁରନ୍ତ ଏହାକୁ ତୁରନ୍ତ କରାଇବା ଆବଶ୍ୟକ l କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଅନୁସାରେ ଆପଣ ୩୧ ମାର୍ଚ୍ଚ ଭିତରେ ନିଜର ପ୍ୟାନ କାର୍ଡ କୁ ଆଧାର କାର୍ଡ ସହିତ ଲିଙ୍କ କରାଇ ନିଅନ୍ତୁ l ଏହି ଘୋଷଣା ଭାରତ ର ସମସ୍ତ ନାଗରିକ ଙ୍କ ପାଇଁ ୨୦୧୭ ରେ କରାଯାଇଥିଲା l ଏହି ପଦକ୍ଷେପ ଦ୍ୱାରା ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଯେ କୌଣସି ଟ୍ୟାକ୍ସ ଚୋରି ବିଷୟରେ ଜାଣି ପାରିବ ଓ ଏହା ଗୋଟିଏରୁ ଅଧିକ ପ୍ୟାନ କାର୍ଡ ବ୍ୟବହାର କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ କାଳ ହୋଇଯିବ l
ପୂର୍ବରୁ CBDT ଦ୍ୱାରା ଏହି ତାରିଖ ୨୦୧୭ ଅଗଷ୍ଟ ଘୋଷଣା କରାଯାଇ ଥିଲା l କିନ୍ତୁ ପରେ ଏହା ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି l ଆପଣ ବିନା ଆଧାର ଲିଙ୍କ ରେ ପ୍ୟାନ କାର୍ଡ ଦ୍ୱାରା ଆୟକର ରିଟର୍ନ କରି ପାରିବେ l ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଆପଣଙ୍କ ରିଟର୍ନ କୁ ସେତେବେଳ ପର୍ଯ୍ୟନ୍ତ ପ୍ରୋସେସ କରିବ ନାହିଁ ଯେତେବେଳ ପର୍ଯ୍ୟନ୍ତ ଆପଣ ୨ଟି କୁ ଲିଙ୍କ କରାଉ ନାହାନ୍ତି l ଦିଅ ଯାଇଥିବା ସମୟ ସୀମା ମଧ୍ୟରେ ଯଦି ଆପଣ ଲିଙ୍କ କରାଉ ନାହାନ୍ତି ତେବେ ୧୦ ହଜାର ଟଙ୍କା ଫାଇନ ଦେବେ ଓ ଆପଣଙ୍କ କାର୍ଡ ନିଷ୍କ୍ରିୟ ହୋଇଯିବ l
କିପରି କରିବେ –
– ଆପଣ ନିଜ ଫୋନ ରେ ମେସେଜ ଆପ ଖୋଲନ୍ତୁ l
– ଏହାପରେ ଟାଇପ କରନ୍ତୁ UIDPAN – ୧୨ ଅଙ୍କର ଆଧାର ନମ୍ବର – ୧୦ ଅଙ୍କର ପ୍ୟାନ ନମ୍ବର
– ଏହାପରେ ତାକୁ 567678 କିମ୍ବା 56161 କୁ SMS କରନ୍ତୁ l