Odisha news

ବୈଜ୍ଞାନିକ ଙ୍କ ମତ : ବିଶ୍ୱ ପାଇଁ ବିପଦ ଆଣିପାରେ ଚତୁର୍ଥ ଲହର, ଯାହା ଡେ଼ଲ୍ଟା ଓ ଓମୀକ୍ରାନ ଙ୍କ ମିଳନ ରେ ସୃଷ୍ଟି

0

କରୋନା ମହାମାରୀ ର ପ୍ରକୋପ କମିଛି ସତ କିନ୍ତୁ ସମୂଳେ ବିଲୋପ ହୋଇନାହିଁ l ଓମୀକ୍ରାନ ସଂକ୍ରମଣ ଧୀର ହୋଇ ଯାଇଥିଲେ ମଧ୍ୟ ଏହା ବର୍ତମାନ ନୂଆ ଅବତାର ଭାବରେ ଦେଖା ଦେଇପାରେ l ଗବେଷକ ମାନେ ମତ ଦେଇଛନ୍ତି ଯେ କରୋନା ଆଗକୁ ନିଜର ନୂଆ ରୂପ ଚତୁର୍ଥ ଲହର ନେଇ ଆସିବ l ତେଣୁ ବୈଜ୍ଞାନିକ ମାନେ ମତ ଦେଇଛନ୍ତି ଯେ ଆମେ ଏହା ଚିନ୍ତା କରିବା ବୋକାମୀ ଅଟେ ଯେ କରୋନା ବିଶ୍ୱରୁ ବିଲୁପ୍ତ ହୋଇ ଗଲାଣି l

ଏହା ଗୋଟିଏ ଏପରି ମହାମାରୀ ଯାହା ସାରା ବିଶ୍ୱକୁ ସଂକ୍ରମିତ କରିଥିଲା l ଯାହାଦ୍ୱାରା ବିଶ୍ୱ ର ଅର୍ଥନୀତି ପ୍ରଭାବିତ ହୋଇଥିଲା l ଗୋଟିଏ ନୂଆ ଅଧ୍ୟୟନ ଅନୁସାରେ ଜଣାପଡିଛି ଯେ ଡେ଼ଲ୍ଟା ଓ ଓମୀକ୍ରାନ କୁ ମିଶି ଗୋଟିଏ ନୂଆ ଭାଇରସ ପ୍ରସ୍ତୁତ ହୋଇପାରେ l ନିକଟରେ ଫ୍ରାନ୍ସିସ ସଂସ୍ଥା ପାଶ୍ଚର ଇନଷ୍ଟିଚୁଟ ରେ ଗୋଟିଏ ଅଧ୍ୟୟନ କରାଯାଇ ଥିଲା l ଯେଉଁଥିରୁ ଜଣା ପଡିଥିଲା ଯେ ଡେ଼ଲ୍ଟା ଓ ଓମୀକ୍ରାନ ମିଶି ଗୋଟିଏ ନୂଆ ଭାଇରସ ତିଆରି କରିବେ l

ଏହି ଅଧ୍ୟୟନ କୁ ନେଇ ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ଚିନ୍ତା ପ୍ରକଟ କରିଛି l ଏହା ସହିତ who ପକ୍ଷରୁ କୁହାଯାଇଛି ଯେ ଏହି ବିଷୟରେ ନିଶ୍ଚିତ ହେବା ପାଇଁ ଅଧିକ ଅଧ୍ୟୟନ ଜାରି ରହିଛି l ଫ୍ରାନ୍ସ ର ଅଧିକାଂଶ କ୍ଷେତ୍ରରେ ଡେ଼ଲ୍ଟା ଓ ଓମୀକ୍ରାନ ର ମିଳିତ ଭାଇରସ ସଂକ୍ରମଣ ର ସୂଚନା ମଧ୍ୟ ମିଳିଛି l ଏହି ଭୁତାଣୁ କୁ ନେଦରଲ୍ୟାଣ୍ଡ ରେ ଜିନୋମ ଭାବରେ କରାଯାଇଛି l ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ର ବୈଜ୍ଞାନିକ ମତ ଦେଇଛନ୍ତି ଯେ ଯାହା ଜଣା ପଡୁଛି ଏହା ଦ୍ରୁତ ଗତିରେ ବ୍ୟାପିଲେ ମଧ୍ୟ ବିଶ୍ୱ ର ସମସ୍ତ ଦେଶ ଏହାର କଡା ମୁକାବିଲା କରିବେ ଓ ତଥାପି ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ l

Leave A Reply