Odisha news

ବଲିଉଡ କଳାକାର ଅକ୍ଷୟ କୁମାର ଙ୍କ ସହିତ ତାଙ୍କ ପ୍ରଶଂସକ ବର୍ତମାନ ଖୁବ ସହଜ ରେ କଥା ହୋଇ ପାରିବେ, ଜଣାନ୍ତୁ କିପରି

0

ନୂଆଦିଲ୍ଲୀ : ଖୁବ ଶୀଘ୍ର ବଲିଉଡ କଳାକାର ଅକ୍ଷୟ କୁମାର ଆଜିକାଲି ନିଜର ଚଳଚିତ୍ର ବଚନ ପାଣ୍ଡେ କୁ ନେଇ ଚର୍ଚାରେ ରହିଛନ୍ତି l ଏହି ଚଳଚିତ୍ରରେ ତାଙ୍କ ସହିତ କୃତି ସେନନ, ଜ୍ୟାକଲିନ ଫର୍ଣ୍ଣlଣ୍ଡିସ, ଅର୍ଶଦ ବର୍ଷି ଓ ପଙ୍କଜ ତ୍ରିପାଠୀ ମୁଖ୍ୟ ଭୂମିକାରେ ନଜର ଆସିବେ l ଏହି ଚଳଚ୍ଚିତ୍ରଟି ରିଲିଜ ହେବା ପାଇଁ କିଛିଦିନ ରହିଛି l ଚଳଚିତ୍ରଟିର ଖୁବ ଜୋର ରେ ପ୍ରମୋସନ ହେଉଛି l ଇତି ମଧ୍ୟରେ ଅକ୍ଷୟଙ୍କ ପ୍ରଶଂସକ ଙ୍କ ପାଇଁ ଗୋଟିଏ ଖୁସି ଖବର ରହିଛି l ସେ ନିଜର ପ୍ରିୟ କଳାକାର ମିସ୍ଟର ଖିଲାଡୀ ଙ୍କ ସହିତ ମୋବାଇଲ ରେ କଥା ହୋଇ ପାରିବେ l ସେ ଏହି ଚଳଚିତ୍ର ର ପ୍ରଚାର ଖୁବ ଅଲଗା ପ୍ରକାର ର କରିବାକୁ ଯାଉଛନ୍ତି l

ସେ ଏହି ଚଳଚିତ୍ରରେ ଟ୍ରକ ଚଳାଉ ଥିବାର ନଜର ଆସିବେ l ତେଣୁ ଗୋଟିଏ ଟ୍ରକ ମୁମ୍ବାଇ ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ l ତେଣୁ ଏହି ଟ୍ରକ ଟି ମୁଖ୍ୟ ଆକର୍ଷକ ଭାବରେ ଦେଖାଯିବ l ତେଣୁ ଚଳଚିତ୍ର ନିର୍ମାତା ମାନେ ଅକ୍ଷୟ ଙ୍କ ସହିତ ପରାମର୍ଶ କରି ଏହି ନିଷ୍ପତି ନେଇଛନ୍ତି l ଏହି ଟ୍ରକ ଟିରେ ଗୋଟିଏ ମୋବାଇଲ ନମ୍ବର ଉଲେଖ ରହିଛି ଯାହାକୁ ଡାଏଲ କଲେ ତାଙ୍କ ପ୍ରଶଂସକ ମାନେ ତାଙ୍କ ସହିତ କଥା ହୋଇ ପାରିବେ l ଏହି ଟ୍ରକ ରେ ଲେଖା ଯାଇଛି ” ୟେ ଟ୍ରକ ବଚନ ପାଣ୍ଡେ କା ହେ “l ଅକ୍ଷୟଙ୍କ ପ୍ରଶଂସକ ମାନେ ଏହି ସମୟ କୁ ହାତ ଛଡା କରିବା ଉଚିତ ନୁହେଁ l ସେଥିରେ ଉଲେଖ ଥିବା ନମ୍ବର ଟି ହେଲା 7069066777 ରେ କଲ କରି ପାରିବେ l ଏହି ଟ୍ରକ ଟି ୧୨ ରୁ ୧୫ ମାର୍ଚ ମଧ୍ୟରେ ବିଭିନ୍ନ ସ୍ଥାନରେ ଯାତ୍ରା କରିବ l ୧୮ ମାର୍ଚ୍ଚ ରେ ଏହା ସିନେମା ଘରେ ଚାଲିବ l

Leave A Reply

Your email address will not be published.