ବାରିପଦା : ଆମ୍ ଆଦମୀ ପାର୍ଟୀ ରାଜ୍ୟସଭାପତି ନିଶିକାନ୍ତ ମହାପାତ୍ରଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା ସଭାପତି ଶଙ୍କର୍ଷଣ ମିଶ୍ର ଜିଲ୍ଲାର ବିଭିନ୍ନ ବ୍ଲକ ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଜିବିନଗର ବ୍ଲକ ସଭାପତି ଭାବେ ସତ୍ୟବ୍ରତ ସାହୁ, କୁସୁମୀ ବ୍ଲକ ସଭାପତି ଭାବେ ପ୍ରଦୀପ ବେହେରା, ବାଦାମପାହାଡ ବ୍ଲକ ସଭାପତି ଭାବେ ଅମ୍ବରିଶ ବାରିକ୍, ବିଶୋଇ ବ୍ଲକ ସଭାପତି ଭାବେ କାରିଆ ମୁର୍ମୁ, ଜାମଦା ବ୍ଲକ ସଭାପତି ଭାବେ ଅଙ୍ଗଦ୍ ବେହେରା, ବାଙ୍ଗିରିପୋଷି ବ୍ଲକ ସଭାପତି ଭାବେ ବ୍ରଜସୁନ୍ଦର ସୋରେନ୍ ଓ ସବିତା ସିଂ, ବଡସାହି ବ୍ଲକ ସଭାପତି ଭାବେ ଗଣେଶ କୁମାର ସିଂ, କପ୍ତିପଦା ବ୍ଲକ ସଭାପତି ଭାବେ ଆଲୋକ କୁମାର ବେହେରା ଓ ଗଣେଶ୍ୱର ବିନ୍ଧାଣୀ, ଶରତ ସଭାପତି ଭାବେ ରସାଇ ସିଂ, ରାସଗୋବିନ୍ଦପୁର ବ୍ଲକ ସଭାପତି ଭାବେ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡି ଓ ପ୍ରତାପ ରାମ, ବିଜାତଳା ବ୍ଲକ ସଭାପତି ଭାବେ ଯଦୁନାଥ ଟୁଡୁ, ଠାକୁରମୁଣ୍ଡା ବ୍ଲକ ସଭାପତି ଭାବେ ଜଗଦିଶ ମୁର୍ମୁ ଓ କରୁଣାକର ମହାନ୍ତ, ଯଶିପୁର ବ୍ଲକ ସଭାପତି ଭାବେ ନରେନ୍ଦ୍ର ନାଥ ତିରିଆ, ରାଇରଙ୍ଗପୁର ବ୍ଲକ ସଭାପତି ଭାବେ ପ୍ରଣବ ହୋତା ଓ ତାପସ କୁମାର ନନ୍ଦ, ଶୁଳିଆପଦା ବ୍ଲକ ସଭାପତି ଭାବେ ବସନ୍ତ କୁମାର ବୈଠା, କରଞ୍ଜିଆ ବ୍ଲକ ସଭାପତି ଭାବେ ରମେଶ ଚନ୍ଦ୍ର ମହାନ୍ତ, ତିରିଂ ବ୍ଲକ ସଭାପତି ଭାବେ ସୋମୁ ପୁଟି, ସାରସକଣା ବ୍ଲକ ସଭାପତି ଭାବେ ଜଗଦିଶ ମୁର୍ମୁ, ବେତନଟୀ ବ୍ଲକ ସଭାପତି ଭାବେ ଅନିମେଶ ବାରିକ, ଶୁକୃଳି ବ୍ଲକ ସଭାପତି ଭାବେ ଅନେଶ କୁମାର ବାରିକ, ଉଦଳା ବ୍ଲକ ସଭାପତି ଭାବେ ସନ୍ତୋଷ କୁମାର ମୁର୍ମୁ, କୁଳିଅଣା ବ୍ଲକ ସଭାପତି ଭାବେ ଶ୍ରୀକାନ୍ତ ମହାନ୍ତ, ଶ୍ୟାମାଖୁଣ୍ଟା ବ୍ଲକ ସଭାପତି ଭାବେ ଜିତେନ୍ଦ୍ର ସିଂ, ବାରିପଦା ବ୍ଲକ ସଭାପତି ଭାବେ ମୁସୁଙ୍ଗି ସିଂ ଓ ପ୍ରୀତି ଲୁଗୁନ୍, ମୋରଡା ବ୍ଲକ ସଭାପତି ଭାବେ ଏସକେ ସାହିଦ୍ ଅକ୍ତର, ରରୁଅାଁ ବ୍ଲକ ସଭାପତି ଭାବେ ଦେବେନ୍ଦ୍ର ନାଏକ ଓ ବହଳଦା ବ୍ଲକ ସଭାପତି ଭାବେ ଅମ୍ବରିଶ ବାରିକ ପ୍ରମୁଖ ମନୋନୀତ ହୋଇଛନ୍ତି । ଆଗାମୀ ଦିନରେ ମୟୂରଭଞ୍ଜ ଜିଲ୍ଲାରେ ଆମ୍ ଆଦମୀ ପାର୍ଟୀକୁ ମଜବୁତ୍ କରିବା ପାଇଁ ସଂଗଠନକୁ ଅଧିକ କ୍ରିୟାଶୀଳ କରାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।