ଭାରତୀୟ ରେଳ ଦୁନିଆର ସବୁଠୁ ବଡ଼ ବଡ଼ କମ୍ୟୁନିକେସନ ଅଟେ, ଯାହାର ସ୍ଥାନ ଚତୁର୍ଥ ରେ ରହିଛି l ଆପଣ ଭାରତର ଯେ କୌଣସି ସ୍ଥାନକୁ ଯାତ୍ରା କରନ୍ତୁ ଆପଣଙ୍କୁ ଟ୍ରେନ ଖୁବ ସୁବିଧାରେ ମିଳିଯିବ l ରେଳ ଯାତ୍ରା ମଧ୍ୟ ଖୁବ ସୁବିଧା ଜନକ ଅଟେ l ରେଳ ରେ ଆମେ ନିଜର ଦେୟ ଅନୁସାରେ ରିଜର୍ଭଭେସନ ପାଇଥାଉ l ଜେପିରୀକି ଜେନେରାଲ, ସ୍ଲିପର, ଏସି ଇତ୍ୟାଦି , ଯାହା ବ୍ୟକ୍ତିକୁ ନିଜର ବଜେଟ ଅନୁସାରେ ସୁବିଧା ଯୋଗାଇ ଦେଇଥାଏ l
କିନ୍ତୁ କଣ ଆପଣ ଏଭଳି କୌଣସି ଟ୍ରେନ ବିଷୟରେ ଶୁଣିଛନ୍ତି ,ଯାହା ଆପଣଙ୍କୁ ସମ୍ପୂର୍ଣ ମାଗଣାରେ ଯାତ୍ରା କରିବାର ସୁଯୋଗ ଦେଇଥାଏ l ହଁ ଆଜ୍ଞା, ଆଶ୍ଚର୍ଯ୍ୟ ହେବାର ଆବଶ୍ୟକତା ନାହିଁ, ଏହା ସମ୍ପୂର୍ଣ ସତ୍ୟ ଅଟେ l ଏଭଳି ଗୋଟିଏ ଟ୍ରେନ ଅଛି ଯିଏକି ଲୋକଙ୍କୁ ଦୀର୍ଘ ୭୫ ବର୍ଷ ହେଲାଣି ମାଗଣାରେ ଯାତ୍ରା କରିବାର ସୁଯୋଗ ଦେଉଛି l ସେଥିପାଇଁ ଜନସାଧାରଣଙ୍କୁ କୌଣସି ଭଡା ଦେବାକୁ ପଡି ନଥାଏ l ଏହାକୁ ଗୋଟିଏ ନିର୍ଦ୍ଧିଷ୍ଟ ରୁଟ ରେ ଚଲା ଯାଇଥାଏ l ଆସନ୍ତୁ ଆଜି ଜାଣିବା ଏହି ରେଳ ବିଷୟରେ l
ଆମେ କହୁଛୁ ଭାଖଡା – ନଙ୍ଗଲ ଟ୍ରେନ ବିଷୟରେ , ଏହି ରେଳ କୁ ଭାଖଡା ବ୍ୟାସ ମ୍ୟାନେଜମେଣ୍ଟ ବୋର୍ଡ ଦ୍ୱାରା ମ୍ୟାନେଜ କରାଯାଇ ଥାଏ l ଏହାକୁ ପଞ୍ଜାବ ଓ ହିମାଚଳ ପ୍ରଦେଶ ର ସୀମାରେ ଭାଖଡା – ନଙ୍ଗଲ ମଧ୍ୟରେ ଚଲା ଯାଇଥାଏ l ଭାଖଡା-ନଙ୍ଗଲ ବନ୍ଧ ଦୁନିଆରେ ଖୁବ ଚର୍ଚିତ ଅଟେ l ଏହି ଡ୍ୟାମ ସବୁଠୁ ଉଚ୍ଚ ସ୍ଟ୍ରେଟ ଗ୍ରଭିଟି ଡ୍ୟାମ ଭାବରେ ପ୍ରସିଧ ଅଟେ l ଏହାକୁ ଦେଖିବା ପାଇଁ ସବୁବେଳେ ଯାତ୍ରୀ ଙ୍କ ଭିଡ଼ ଲାଗିଥାଏ l ଏହି ଟ୍ରେନ ଟି ସତଲେଜ ନଦୀ ଦେଇ ଶିବଲିକା ପାହାଡ଼ ମଧ୍ୟ ଦେଇ ୧୩ କିଲୋମିଟର ର ରାସ୍ତା ଅତିବାହିତ କରିଥାଏ l ଏହି ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କ ନିକଟରୁ କୌଣସି ଭଡା ନିଆଯାଇ ନଥାଏ l
ଏହି ଟ୍ରେନକୁ ୧୯୪୮ ଆରମ୍ଭ କରାଯାଇ ଥିଲା l ଏହାର ବିଶେଷତା ହେଲା ଏହାର ବଗି ଗୁଡିକ କାଠ ରେ ତିଆରି ହୋଇଛି ଓ ଏଥିରେ କୌଣସି ଟିଟିଇ ନଥାଆନ୍ତି l ପୂର୍ବରୁ ଏହି ଟ୍ରେନ ଷ୍ଟିମ ଇଂଜନ ଦ୍ୱାରା ଚାଲୁଥିଲା , କିନ୍ତୁ ବର୍ତମାନ ଏହା ଡିଜେଲ ଇଂଜନ ଦ୍ୱାରା ଚାଲୁଛି l ଆରମ୍ଭରୁ ଏଥିରେ ୧୦ଟି କୋଚ ଥିଲା, ଯାହା ବର୍ତମାନ ମାତ୍ର ୩ଟି ବଗି ରହିଛି l ଏହି ଟ୍ରେନ ଟି ପାହାଡ଼ ମଧ୍ୟ ଦେଇ ଡ୍ୟାମ ନିକଟକୁ ଯାଇଥାଏ ଯାହାକୁ ନେଇ ଯାତ୍ରୀ ଙ୍କ ଭିଡ଼ ଜମିଥାଏ l
ପ୍ରତିଦିନ ଏହି ଟ୍ରେନ ରେ ୮୦୦ ପାଖାପାଖି ଯାତ୍ରୀ ଯାତ୍ରା କରନ୍ତି ଓ ଡ୍ୟାମ ର ସୌନ୍ଦର୍ଯ୍ୟ କୁ ଉପଭୋଗ କରନ୍ତି l ଏହି ଡ୍ୟାମ ୧୯୪୮ ରେ ଆରମ୍ଭ ହୋଇଥିଲା l ୧୯୬୩ ରେ ଉପଚାରିକ ଭାବରେ ଖୋଲିଦିଆ ଯାଇଥିଲା l