Odisha news

ଅନୁଗୁଳରୁ ଆଜି ଗୋଟିଏ କରୋନା ପଜିଟିଭ ଚିହ୍ନଟ ଜିଲ୍ଲାରେ ପଜିଟିଭ ସଂଖ୍ୟା ୨୦ରେ ପହଁଚିଂଲା ।

0

ଅନୁଗୁଳ: ଅନୁଗୁଳ ଜିଲ୍ଲାର ସଦର ଅଚଂଳର ଏକ ସଙ୍ଗରୋଧ କେନ୍ଦ୍ରରୁ,ଆଜି ଗୋଟିଏ ପଜିଟିଭ ଚିହ୍ନଟ ହୋଇଛି । ୨୩ ବର୍ଷୀୟ ଏହି ତାମିଲନାଡୁ ଫେରନ୍ତା ଯୁବକ ଅନୁଗୁଳ ବ୍ଲକର ଏକ ସଙ୍ଗରୋଧ କେନ୍ଦ୍ରରେ ଥିଲେ । ନମୁନା ପରୀକ୍ଷାରୁ ପଜିଟିଭ ଜଣାପଡିବା ପରେ ତାଙ୍କୁ ତୁରନ୍ତ ତାଳଚେର କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତି କରାଯାଇଛି ବୋଲି ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଏହି ପଜିଟିଭ କୁ ମିଶାଇ ସମୁଦାୟ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଁଚିଂଛି ।

ପ୍ରକାଶ ଥାଉକି ଗତ କାଲି ୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସଙ୍ଗରୋଧରେ ଅଛନ୍ତି ଆଜି ସନ୍ଧ୍ୟା ସୁଦ୍ଧା ୪୪୧୫ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେଥିରୁ ୩୬୯୯ଟି ରିପୋର୍ଟ ହସ୍ତଗତ ହୋଇଛି ଯେଉଁଥିରେ ୨୦ ପଜିଟିଭ (୧୫ ସୁସ୍ଥ) ଓ ୭୧୬ ରିପୋର୍ଟ ଆସିବାକୁ ବାକିଅଛି । ଜିଲ୍ଲା ପ୍ରଶାସନ ତରଫରୁ ଚଳିତ ମାସ ୧୯ ତାରିଖରୁ ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଅଣ-ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ ଜନସାଧାରଣଙ୍କ ଯାତାୟାତ ଉପରେ କଟକଣା ଲାଗିଛି । ଜନସାଧାରଣ ଏହିଭଳି ଏକ ଘଡିସନ୍ଧି ମୁହୂର୍ତରେ ଆତଙ୍କିତ ନ ହୋଇ ନିଜର ସୁରକ୍ଷା ନିମନ୍ତେ ସାମାଜିକ ଦୂରତା ବଜାୟ ରଖିବା ସହ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave A Reply