Odisha news

ବୋରିଗୁମ୍ମା ପ୍ରେସ କ୍ଲବ ଦ୍ୱାରା ଆଲୋଚନା ଚକ୍ର ” ବୋରିଗୁମ୍ମା ଏନ ଏ ସି ମାନ୍ୟତା ରୁ ବଞ୍ଚିତ ନେଇ ଦାୟୀ କିଏ ” ଅନୁଷ୍ଠିତ

0
ବୋରିଗୁମ୍ମା (କେ.ସାକିଲି ଦୋରା।) : ରାଜ୍ୟର ଏକ ବୃହତ ବ୍ଳକ ଭାବେ ପରିଚିତ ହେଉଛି ବୋରିଗୁମ୍ମା ବ୍ଲକ। ସେଥି ମଧ୍ୟରୁ ବୋରିଗୁମ୍ମା ସହର ହେଉଛି ବଡ଼ ପଞ୍ଚାୟତ। କିନ୍ତୁ ସମସ୍ତ ପ୍ରକାର ଏନ ଏ ସି ପାଇଁ  ମାନଦଣ୍ଡ ଥାଇ ମଧ୍ୟ ଏପର୍ଯ୍ୟନ୍ତ ବୋରିଗୁମ୍ମା କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ହୋଇପାରିଲା ନାହିଁ। ଏନ ଏ ସି ହେବା ପାଇଁ ଯେଉଁ ଆଶା ଟିକକ ଥିଲା ମନ୍ତ୍ରୀ ପ୍ରତାପ ଜେନା ଙ୍କ ବିଧାନସଭା ରେ ମନ୍ତବ୍ୟ ଏନ ଏ ସି ହେବା ର ସମସ୍ତ ବାଟ ବନ୍ଦ ହୋଇଗଲା। ଏନ ଏ ସି ପ୍ରସଙ୍ଗ କୁ ନେଇ ବୋରିଗୁମ୍ମା ପ୍ରେସ କ୍ଲବ ଦ୍ୱାରା ଦୋରା କଲ୍ୟାଣ ମଣ୍ଡପ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଆଲୋଚନା ର ବିଷୟବସ୍ତୁ ଥିଲା ” ବୋରିଗୁମ୍ମା ଏନ ଏ ସି ମାନ୍ୟତା ରୁ ବଞ୍ଚିତ ନେଇ ଦାୟୀ କିଏ ” ।ଆଲୋଚନା ଚକ୍ର ରେ ତିନି ପ୍ରମୁଖ ରାଜନୈତିକ ଦଳ ର ଲୋକେ ଯୋଗଦେବା ସହ ସହର ପ୍ରମୁଖ ସଂଗଠନ ର କର୍ମକର୍ତ୍ତା ମାନେ  ଭାଗ ନେଇଥିଲେ। ପ୍ରଥମେ ପ୍ରେସ କ୍ଲବ ବୋରିଗୁମ୍ମା ର ସଭାପତି ବିଜୟ ନାରାୟଣ ସାହୁ ଙ୍କ ନେତୃତ୍ବରେ  ଆୟୋଜିତ ଆଲୋଚନା ଚକ୍ର ରେ ନିମନ୍ତ୍ରିତ ଅତିଥି ମାନେ ପ୍ରଥମେ ଭୈରବ ଦେବତା ଙ୍କ ଫୋଟ ଚିତ୍ରରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।
ପରେ ଆଲୋଚନା ଚକ୍ର ଆରମ୍ଭ ହୋଇଥିଲା।ଆଲୋଚନା ଚକ୍ର ହେଉଛି ବୋରିଗୁମ୍ମା ସାଧାରଣ ଜନତା ଙ୍କ ଚର୍ଚ୍ଚା ବୋଲି ସଭାପତି ଶ୍ରୀ ସାହୁ କହିବା ସହ ପ୍ରଥମେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଷ୍ମୀ ନାରାୟଣ ପଟ୍ଟନାୟକ କହିଥିଲେ ଯେ ଦିନ କୁ ଦିନ ବୋରିଗୁମ୍ମା ସହରରେ ଲୋକ ସଂଖ୍ୟା   ଆଶାତୀତ ଭାବେ ବୃଦ୍ଧି ପାଉଛି।ଲୋକେ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି। ଏଣୁ ଶୀଘ୍ର ବୋରିଗୁମ୍ମା କୁ ଏନ ଏ ସି ଘୋଷଣା କରାଯାଉ ବୋଲି ମତ ରଖିଥିଲେ। ଏଥିପାଇଁ ଆମେ ସମସ୍ତେ ଦାୟୀ ବୋଲି କହିଥିଲେ। ସେହିଭଳି ଏନ ଏ ସି କମିଟି ର ଆବାହକ ଏ .ସନ୍ତୋଷ କୁମାର ଦୋରା(ମୁନା) କହିଥିଲେ ଯେ ବିଗତ ଦଶ ବର୍ଷ ହେଲା ବୋରିଗୁମ୍ମା ବାସୀ ଏନ ଏ ସି ପାଇଁ ଦାବୀ କରି ଆସୁଛନ୍ତି। ଏଥିପାଇଁ ୨୦୧୯ ମସିହାରେ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ କମିଟି ଭୁବନେଶ୍ୱର ଗସ୍ତ କରି ମନ୍ତ୍ରୀ, ବିଧାୟକ ,ବିରୋଧୀ ଦଳର ନେତା ମାନଙ୍କୁ ସାକ୍ଷାତ କରିଥିଲେ।
୨୦୧୧ ଜନଗଣନା ଅନୁସାରେ ବୋରିଗୁମ୍ମା ପଞ୍ଚାୟତ ର ଜନସଂଖ୍ୟା ୧୪,୫୩୮ ରହିଥିଲା। କେବଳ ବୋରିଗୁମ୍ମା ସହରର ଲୋକ ସଂଖ୍ୟା ୯୭୮୫ ରହିଥିଲା ରହିଥିବା ବେଳେ ଘର ସଂଖ୍ୟା ୨୪୬୧ ରହିଥିଲା। ତେବେ ବୋରିଗୁମ୍ମା ସହରରେ ସରକାରୀ ଭାବେ ଜନସଂଖ୍ୟା ୧୭ ହଜାର ରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ନଗର ଉନ୍ନୟନ ବିଭାଗ ର ଏନ ଏସ ପାଇଁ ୨୨ ଗୋଟି ମାନଦଣ୍ଡ ପୂରଣ ହେଉଛି। ଏଣୁ ତୁରନ୍ତ ଏନ ଏ ସି ଘୋଷଣା କରିବା ପାଇଁ ଦାବୀ ରଖିଥିଲେ। ବୋରିଗୁମ୍ମା ବାର ଆସୋସିଏସନ ପକ୍ଷରୁ ଆଇନଜୀବୀ ଗୁପ୍ତ ପ୍ରସାଦ ଗନ୍ତାୟତ ନିଜ ମତ ପ୍ରକାଶ କରିଥିଲେ ଯେ ଆଇନଗତ ଦୃଷ୍ଟି ରୁ ସମସ୍ତ ପ୍ରଶାସନିକ କଳ ର ଭୂଲ ତଥ୍ୟ ପାଇଁ ଏନ ଏ ସି ହୋଇପାରିଲା ନାହିଁ। ସମସ୍ତ ଦଳ ମିଳିତ ଭାବେ ପ୍ରୟାସ କରିବା ଆବଶ୍ୟକ ବୋଲି କହିଥିଲେ।
ଜିଲ୍ଲା ପରିଷଦ ସଭ୍ୟ ଏଲ .ନାରାୟଣ ରାଓ କହିଥିଲେ ଯେ ମନ୍ତ୍ରୀ ବୋରିଗୁମ୍ମା ର ଜନସଂଖ୍ୟା ୩୫୦୦ ବୋଲି ଉପସ୍ଥାପନ କରିଥିବା ବେଳେ ବିଧାୟକ ତାରାପ୍ରସାଦ ବାହିନୀପତି କାହିଁକି ବୋରିଗୁମ୍ମା ଜନସଂଖ୍ୟା ବିଷୟରେ ମନ୍ତ୍ରୀ ଙ୍କୁ କହିଲେ ନାହିଁ ବୋଲି ପ୍ରଶ୍ନ କରିଥିଲେ। ତେବେ ଆଲୋଚନା ଚକ୍ର ରେ କଂଗ୍ରେସ ତରଫରୁ ଅଶୋକ କୁମାର ଗନ୍ତାୟତ କହିଥିଲେ ଯେ ବୋରିଗୁମ୍ମା କୁ ଏନ ଏ ସି ପ୍ରସଙ୍ଗ ରେ ମନ୍ତ୍ରୀ ଭୂଲ ତଥ୍ୟ ରଖିଛନ୍ତି।ସ୍ଥାନୀୟ ବିଧାୟକ ଶ୍ରୀ ବାହିନୀପତି ପାଞ୍ଚ ଥର ବିଧାନସଭା ରେ ଏନ ଏ ସି ପ୍ରସଙ୍ଗ ନେଇ ଉପସ୍ଥାପନା କରିଛନ୍ତି। ଏଥିପାଇଁ ବୋରିଗୁମ୍ମା ବାସୀ ଏକତ୍ରିତ ହେବା ଉଚିତ ବୋଲି କହିଥିଲେ। ବିଜେଡି ତରଫରୁ ବିବେକାନନ୍ଦ ପଟ୍ଟନାୟକ ଯୋଗ ଦେଇ କହିଥିଲେ ଯେ ପ ଗତ ୧୦ ବର୍ଷ ତଳୁ ଏନ ଏ ସି ପ୍ରସଙ୍ଗ ଆରମ୍ଭ ହୋଇଛି।ଦଳଗତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଏନ ଏ ସି ପାଇଁ ଲଢ଼ିବାକୁ ଆହ୍ଵାନ ଦେଇଥିଲେ। ବିଜେପି ତରଫରୁ କେ.ନାଗରାଜ ଦୋରା ନିଜ ମତ ରଖିଥିଲେ। ସେ କହିଥିଲେ ଯେ ମନ୍ତ୍ରୀ ଯେଉଁ ଭୁଲ ତଥ୍ୟ ବିଧାନସଭା ରେ ରଖିଥିଲେ  ବୋରିଗୁମ୍ମା ବାସୀ ଙ୍କୁ କୁଠାରଘାତ କରିଛି।
ବିଜେପୁର ଉପ ନିର୍ବାଚନ ରେ ରାତାରାତି ଏନ ଏ ସି ଘୋଷଣା କରାଗଲା। ସମସ୍ତ ମାନଦଣ୍ଡ ଥାଇ କାହିଁକି ବୋରିଗୁମ୍ମା କୁ ଏନ ସି ଘୋଷଣା କରାଯାଉ ନାହିଁ ବୋଲି କହିଥିଲେ। ଏଥିପାଇଁ ପରୋକ୍ଷରେ ହେଉ ଅବା ପ୍ରତକ୍ଷରେ ମୁଖ୍ୟମନ୍ତ୍ରୀ ହିଁ ଦାୟୀ ବୋଲି କହିଥିଲେ। ମନ୍ତ୍ରୀ ବିଧାନସଭା ରେ ନିଜର ଭୁଲ ତଥ୍ୟ ପାଇଁ କ୍ଷମା ନ ମାଗିଥିଲେ ମନ୍ତ୍ରୀ ଙ୍କୁ ଜିଲ୍ଲା ଭିତରେ ପ୍ରବେଶ କରାଇଦେବୁ ନାହିଁ ବୋଲି କହିଥିଲେ। ତେବେ ଯୁବ ଗୋଷ୍ଠୀ ତରଫରୁ କେ.ଅନିଲ କୁମାର ଓ ଚାମ୍ବର ଅଫ କମର୍ସ ତରଫରୁ ସୂର୍ଯ୍ୟ ନାରାୟଣ ଆଚାରୀ ନିଜ ନିଜ ମତ ରଖିଥିଲେ।
ଆଲୋଚନା ରେ ସାଧାରଣ ଲୋକ ଭାଗ ନେଇ ନିମନ୍ତ୍ରିତ ଅତିଥି ମାନଙ୍କୁ ଏନ ଏ ସି ପ୍ରସଙ୍ଗ ଏଥିପାଇଁ ଦାୟୀ କିଏ ବୋଲି ପ୍ରଶ୍ନ କରିଥିଲେ। ତେବେ ପ୍ରେସ କ୍ଲବ ସଭାପତି ଶ୍ରୀ ସାହୁ ଆଲୋଚନା ଚକ୍ର କୁ ପରିଚାଳନା କରିଥିବା ବେଳେ ପ୍ରେସ କ୍ଲବ ସଦସ୍ୟ କେ.ସାକିଲି ଦୋରା, ଜି.ମୋହନ ଦୋରା, ଦୟାନିଧି ପଟ୍ଟନାୟକ, ରଞ୍ଜନ କୁମାର ମିଶ୍ର, ସୁକାନ୍ତ ମାଝୀ, ଶଙ୍କର ମହାନ୍ତି, ସରୋଜ ପାଣିଗ୍ରାହୀ, ସୁଜିତ କୁମାର ପଣ୍ଡା, ଏନ.ପିମ୍ପସ କୁମାର,ଚି ଣ୍ଟ ପଣ୍ଡା, ମାନସ ହୋତା ସହଯୋଗ କରିଥିଲେ। ଆଜାଦ ପ୍ରେସ କ୍ଲବ ର ଏସ.ସୁନ୍ଦରମ, ବିଘ୍ନ ରାଜ ଷଡ଼ଙ୍ଗୀ, ସନ୍ତୋଷ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Leave A Reply