Odisha news

ଲିକେଜ ଗ୍ୟାସରେ ଅଗ୍ନି ସଂଯୋଗ ଯୋଗୁଁ ବିସ୍ଫୋରଣ, ଘର ଭୁଶୁଡିବା ସହ ଜଣେ ଆହତ

0

ବୁଗୁଡା :  ବୁଗୁଡା ସହରର ନେଳିଆ ବନ୍ଧ ନିକଟ ସୋମନାଥ ମନ୍ଦିରର ଏକ ଗୃହ ମଧ୍ୟରେ ଏକ ଗ୍ୟାସ ଲାଇଟରୁ ଗ୍ୟାସ ଲିକେଜ ହୋଇ ଅଗ୍ନି ସଂଯୋଗ ହେବାରୁ ଶବ୍ଦ ହୋଇ ବିସ୍ଫୋରଣ ଘଟି ଘରର କିଛି ଅଂଶ ଭୁଶୁଡିବା ସହ ଜଣେ ସେବକ ଆହତ ହୋଇଛନ୍ତି। ମହାଶିବ ରାତ୍ର ପରେ ସୋମନାଥ ମନ୍ଦିର ପରିସରରେ ଥିବା ଏକ ଗୃହରେ ଗ୍ୟାସ ଲାଇଟ ରଖା ଯାଇ କବାଟ ଦିଆଯାଇଥିଲା। ସେହି ଗ୍ୟାସ ଲାଇଟର ଗ୍ୟାସ୍ ଲିକେଜ ହୋଇ ରୁଦ୍ଧ ଘରେ ପୂର୍ଣହୋଇ ଯାଇଥିଲା। ସେହି ମନ୍ଦିରର ସେବକ ପପେୟା ପାତ୍ର ଯେତେବେଳେ ଘରଟି ଖୋଲିଛନ୍ତି ରୁଦ୍ଧ ଘର ଗ୍ୟାସ୍ ଘର ନିକଟରେ ଜଳୁଥିବା ଏକ ଦୀପର ଅଗ୍ନି ସହ ସଂଯୋଗ ଘଟି ବିସ୍ଫୋରଣ ଘଟିଥିଲା। ଫଳରେ ଘରର କିଛି ଅଂଶ ଭୁଶୁଡିବା ସହ ଏକ କାନ୍ଥ ଫାଟି ନଷ୍ଟ ହୋଇଯାଇଥିବ ବେଳେ ସେବକ ଶ୍ରୀ ପାତ୍ର ସାମାନ୍ୟ ପୋଡି ଆହତ ହୋଇଛନ୍ତି। ଦମକଳ ବାହିନୀ ଆସି ନିଆଁ ଲିଭାଇବା ସହ ଆହତ ସେବକଙ୍କୁ ବୁଗୁଡା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଶ୍ରୀ ପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାପଡିଛି।

Leave A Reply