Odisha news

ଗାଡ଼ି ପାର୍କିଂକୁ ନେଇ ଏପାର୍ଟମେଣ୍ଟରେ ଫୁଟିଲା ଗୁଳି : ପ୍ରାଧ୍ୟାପକଙ୍କ ଗୁଳିରେ ଯୁବ ବ୍ୟବସାୟୀ ଗୁରୁତର

0

ବାଲେଶ୍ୱର : ଗାଡ଼ି ପାର୍କିଂକୁ ନେଇ ଆଜି ସନ୍ଧ୍ୟାରେ ସହରସ୍ଥିତ ଗଡ଼ଗଡ଼ିଆ ଛକ ନିକଟରେ ଥିବା ସଂଜୟ ହାଇଟ୍ସରେ ଗୁଳି ଫୁଟିଛି । ତେବେ ଜଣେ ୬୫ ବର୍ଷ ବୟସ୍କ ଅବସରପ୍ରାପ୍ତ ପ୍ରାଧ୍ୟାପକ ଏହି ଗୁଳି ଫୁଟାଇ ଥିବା ଜଣାପଡ଼ିଛି । ଫଳରେ ଏପାର୍ଟମେଣ୍ଟ ପୋଡ଼ଶୀ ଅନୀଲ ସିଂ (୪୦) ନାମକ ଜଣେ ଯୁବ ବ୍ୟବସାୟୀ ଗୁରୁତର ଆହତ ହୋଇଛି । ଘଟଣାରୁ ପ୍ରକାଶ ଟାଉନ ଥାନା ଅନ୍ତର୍ଗତ ଉକ୍ତ ଏପାର୍ଟମେଣ୍ଟର ୫୦୬ନମ୍ବର ଫ୍ଲାଟରେ ଅନୀଲ ସିଂ ରହୁଥିବା ବେଳେ ୫୧୧ନମ୍ବର ଫ୍ଲାଟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଲକ୍ଷ୍ମଣ ବେହେରା ( ୬୫) ରହୁଥିଲେ । ଆଜି ସକାଳେ ଏପାର୍ଟମେଣ୍ଟରେ ଗାଡ଼ି ପାର୍କିଂକୁ ନେଇ ଉଭୟଙ୍କୁ ମଧ୍ୟରେ ପାଟିତୁଣ୍ଡ ଓ ବଚସା ହୋଇଥିଲା । ପରେ ସଂଜୟ ସିଂ ବ୍ୟବସାୟ କ୍ଷେତ୍ରକୁ ଯାଇଥିବାବେଳେ ସନ୍ଧ୍ୟାବେଳେ ନିଜ ଏପାର୍ଟମେଣ୍ଟକୁ ଫେରିବା ମାତ୍ରେ ପ୍ରାଧ୍ୟାପକ ଶ୍ରୀ ବେହେର କ୍ରୋଧ ସମ୍ବରଣ କରି ନପାରି ନିଜ ଲାଇସେନ୍ସ ରିଭଲଭରରୁ ଶ୍ରୀ ସିଂଙ୍କ ଉପରକୁ ଗୁଳି ଚାଳନା କରିଥିଲେ । ଫଳରେ ଗୁଳିଟି ତାଙ୍କ ପେଟରେ ଭେଟିବାରୁ ସେ ଗୁରୁତର ହୋଇ ତଳେ ପଡ଼ିଯାଇଥିଲେ । ପରେ ଏପାର୍ଟମେଣ୍ଟର ଅନ୍ୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚô ରକ୍ତ ଜୁଡ଼ୁବୁଡ଼ୁ ଶ୍ରୀ ସିଂଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଶ୍ରୀ ସିଂଙ୍କୁ ତୁରନ୍ତ କଟକ ସ୍ଥାନାନ୍ତରିତ କରାଯାଇଛି । ଅପରପକ୍ଷରେ ଟାଉନଥାନା ଭାରପ୍ରାପ୍ତ ଇନ୍ସ୍ପେକ୍ଟର ଶୁଭ୍ରାଂଶୁ ଶେଖର ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚô ଅଭିଯୁକ୍ତ ପ୍ରାଧ୍ୟାପକଙ୍କୁ ଗିରଫ କରି ଥାନାକୁ ଆଣି ମାମଲାର ତଦନ୍ତ ଜାରିରଖିଛନ୍ତି । ମିଳିଥିବା ଖବର ଅନୁଯାୟୀ ଗୁଳି ଚଳାଇଥିବା ଶ୍ରୀ ବେହେରା ସମ୍ବଲପୁରର ଗଙ୍ଗାଧର ମେହେର କଲେଜରୁ ଅଧ୍ୟାପନା କରି ଅବସର ନେବା ପରେ ଉକ୍ତ ଏପାର୍ଟମେଣ୍ଟରେ କିଛିବର୍ଷ ଧରି ବସବାସ କରୁଥିଲେ । ତାଙ୍କ ଘର ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଅଞ୍ଚଳରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି

Leave A Reply