Odisha news

ବିନା ଭକ୍ତରେ ହେଲା ଜାଗର ଯାତ୍ରା

0

ରାୟଗଡା :  ଦୀର୍ଘ ୧ ବର୍ଷ ହେଲା ଭକ୍ତ ଓ ଭଗବାନଙ୍କ ମିଳନରେ ବାଧକ ସାଜିଛି । କରୋନା ସ୍ଥିତି ଧିରେ ଧିରେ ସୁଧୁରିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପ୍ରଶାସନ ତରଫରୁ ଏବେ ମଧ୍ୟ କରୋନା କଟକଣା ଜାରୀ କରାଯାଇଛି । ଅଯଥାରେ ଗହଳି ନକରିବା ପାଇଁ ଜିଲ୍ଲାବାସୀଙ୍କୁ କୁହାଯାଇଛି । ତେବେ ପବିତ୍ର ଶିବରାତ୍ର ଉପଲକ୍ଷେ ଜିଲ୍ଲାର ସମସ୍ତ ଶୈବ ପୀଠକୁ ପ୍ରବେଶ କରିବା ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ଏଥି ନିମନ୍ତେ ସ୍ୱତନ୍ତ୍ର ଗାଇଡଲାଇନ ଜାରୀ କରାଯାଇ କେବଳ ମନ୍ଦିର ପୂଜକ ମାନେ ହିଁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିବେ ବୋଲି କୁହାଯାଇଛି । ତେବେ ଏ ନେଇ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି । ଶିବଙ୍କ ବିନା ଦର୍ଶନରେ କିପରି ଜାଗର ସଂପୂର୍ଣ୍ଣ ହେବ ବୋଲି ଭକ୍ତମାନେ ପ୍ରଶ୍ନ କରିଛି । ରାୟଗଡା ସହରରେ ଥିବା ସମସ୍ତ ଶୈବ ପୀଠ ଗୁଡିକ ଆଜି ବନ୍ଦ ରହିଥିଲା । ସକାଳୁ ସକାଳୁ ପୂଜକ ମାନଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ମନ୍ଦିର କବାଟ ଗୁଡିକ ବନ୍ଦ କରି ଦିଆଯାଇଥିଲା । ତେବେ ମନ୍ଦିର ବାହାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ସହରସ୍ଥିତି ଜ୍ୟୋତିମହଲ ଛକ, ପିଏଚଡି ପାହାଡ, ପ୍ରେମ ପାହାଡ ସ୍ଥିତ ମହାକାଳେଶ୍ୱର, ଏଲଆଇସି ଅଫିସ ନିକଟସ୍ଥ ଶିବ ମନ୍ଦିର, ପିଏଚଡି ଶୈବ ପୀଠ, କୋଟଲାଗୁଡା ସ୍ଥିତ ଶୈବ ପୀଠ ଗୁଡିକରେ ମହାକାଳଙ୍କ ଦର୍ଶନ ନିମନ୍ତେ ଭକ୍ତଙ୍କ ଭିଡ ଜମିଥିଲା । ଭକ୍ତମାନେ ମନ୍ଦିର ବାହାରୁ ହିଁ ପୂଜାର୍ଚ୍ଚନା କରିଥିଲେ । ପ୍ରଶାସନ ତରଫରୁ ମନ୍ଦିର ବାହାରେ ପୋଲିସ କର୍ମୀଙ୍କୁ ନିୟୋଜିତ କରିଥିଲେ ।

Leave A Reply