ରାୟଗଡା : ରାୟଗଡ଼ା ବନବିଭାଗରେ ଦୁର୍ନୀତିର ଗନ୍ଦ ବାରିହେଉଛି ଦିର୍ଘ ବର୍ଷହେଲା ଗୋଟିଏ ଚୌକି ମହରେ ରହି ଡ଼ିଭିଜିନାଲ ମ୍ୟାନେଜର ପଦକୁ ପତ୍ୟାଖାନକରି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାର ଜିଲ୍ଲା ବନଖଣ୍ଡର ପ୍ରକଳ୍ପ ଅଧିକାରୀ ହୋଇ ରହିଥିବା ନେଉ ଚର୍ଚ୍ଚା ଯୋର ଧରିଛି । ଜିଲ୍ଲାର ୭ଟି ବନାଞ୍ଚଳରେ ହେଉଥିବା ଉନ୍ନୟନ କାର୍ଯ୍ୟକୁ ହଡ଼ପ ହୋଇଥିବା ନେଇ ସରକାରଙ୍କ ତଦାରଖ ଚିଠା କହୁଛି ।
ଜଣେ ସରକାରୀ ଅଧିକାରୀ ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ ରହିପାରିବ ନାହିଁ ବୋଲି ସରକାରଙ୍କ ନିୟମ କହୁଥିବା ବେଳେ ଜଣେ ଅଧିକାରୀ ପ୍ରାୟ ୧୦ ବର୍ଷ ଧରି ରହିଥିବା ନେଇ ବନବିଭାଗରେ ପ୍ରଦୀପ କୁମାର ଭାତ୍ରାଙ୍କ ପ୍ରତି ଏତେ ଅନୁକମ୍ପା କାହିଁକି ବୋଲି ସାଧାରଣରେ ପ୍ରଶ୍ନ ବାଚିସୃଷ୍ଠି ହେଉଛି । ତେବେ ଶ୍ରୀଭାତ୍ରଙ୍କୁ ଗତ ଜୁନ ୨୦୨୦ରେ ରାଜ୍ୟ ସରକାର ମୁନିଗୁଡ଼ା ଓଏଫଡ଼ିସି କର୍ପୋରେଶନର ମଣ୍ଡଳ ଅଧିକାରୀ ଭାବରେ ବଦଳି ହୋଇଥିଲା ଯାହା ଜିଲ୍ଲା ବନଖଣ୍ଡଙ୍କ ଦାୟୀତ୍ୱ ସହ ସମତୁଲ୍ୟ ଅଟେ ।
ତେବେ ରାୟଗଡ଼ା ବନଖଣ୍ଡ ପ୍ରତି କଣ ମୋହ ତୁଟୁନଥିବାରୁ ଭୂବନେଶ୍ୱର ଯାଇ ବଦଳିକୁ ବାତିଲ କରିବାରେ ସଫଳ ହୋଇ ପୁଣି ରାୟଗଡ଼ା ବନଖଣ୍ଡ ସହକାରୀ ବନ ସଂରକ୍ଷକ ବା ପ୍ରବର୍ତ୍ତନ ଓ ଅପରାଧ ନିୟନ୍ତ୍ରଣ ଅଧିକାରୀ ଭାବରେ କାର୍ଯ୍ୟ କରୁଛନ୍ତି । ଅପରାଧ ନିୟନ୍ତ୍ରଣ ଦାୟୀତ୍ୱ ଥାଇ ମଧ୍ୟ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବନୀକରଣର କାର୍ଯ୍ୟ ତଦାରଖ କରୁଛନ୍ତ । ତେବେ ବନୀକରଣ ଓ ଜଙ୍ଗଲ ସୁରକ୍ଷାକୁ ଗୁରୁତ୍ୱ ନ ଦେଇ ଆନ୍ତରିକତା ସହ କାର୍ଯ୍ୟ ନକରି ଲୋକ ଦେଖାଣୀଆ ଭାବେ କାର୍ଯ୍ୟ କରି ନିଜର ବ୍ୟକ୍ତିଗତ ସ୍ୱାର୍ଥ ସାଧନା କରୁଥିବା ବିଭାଗରେ ଓ ଜନ ସାଧାରଣରେ ଚର୍ଚ୍ଚା ହେଉଛି । ତାଙ୍କର ଏହି ଦୀର୍ଘ ଦିନର କାର୍ଯ୍ୟକାଳରେ ବିଭାଗ ପାଇଁ ସେ କଣ କାର୍ଯ୍ୟ ଦକ୍ଷତା ଦେଖାଇଛନ୍ତି ତାହା ବିଭାଗରେ ସୀମିତ ଥିଲାଭଳି ଲାଗୁଛି ।
ବିଭିନ୍ନ ବନାଞ୍ଚଳରେ ନର୍ସରୀ ଠାରୁ ଆରମ୍ଭ କରି ଗଛ ଲଗା ପର୍ଯ୍ୟନ୍ତ ସରକାରୀ କାର୍ଯ୍ୟକୁ ସଠିକ ଭବେ କରି ନୂତନ ଜଙ୍ଗଲ ସୃଷ୍ଟି କରିବା ଓ ରାୟଗଡ଼ା ବନଖଣ୍ଡର ମୂଲ୍ୟବାନ ଜଙ୍ଗଲ ସମ୍ପଦ, ବନ୍ୟଜନ୍ତୁକୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାରଙ୍କୁ ଜନସାଧାରଣ ନିବେଦନ କରିଛନ୍ତି । ଏଭଳି ଅଧିକାରୀଙ୍କ କି ପ୍ରକାର ଦକ୍ଷତା ଦେଖି ସରକାର ତାଙ୍କୁ ଦୀର୍ଘଦିନ ଧରି ଗୋଟିଏ ଜାଗାରେ ରଖିଛନ୍ତି ଓ ଅଧିକାରି କି ପ୍ରକାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ କରିଛନ୍ତି ତାହର ଆକଳନ କରିବାରୁ ଜନସାଧାରଣରେ ଦାବୀ ହେଉଛି ।
ବର୍ତ୍ତମାନ ସେ ମହାତ୍ମାଗାନ୍ଧୀ କର୍ମନିଯୁକ୍ତି ଯୋଜନାର ଜିଲ୍ଲା ବନଖଣ୍ଡ ପ୍ରକଳ୍ପ ଅଧିକାରୀ ଦାୟୀତ୍ୱ ତୁଲାଉ ଥିବା ବେଳେ କୀଟନାଶକ ଏବଂ ଜୌବିକ ସାର କିଣାରେ ବହୁ ଦୁର୍ନୀତି ହୋଇଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗାପ୍ରସାଦ ପଣ୍ଡା କହିଛନ୍ତି ଯେ ଗୋଟିଏ ଜିଲ୍ଲାରେ ଜଣେ ଅଧିକାରୀ ୯ବର୍ଷ ହେଲା ଗୋଟିଏ ଜିଲାରେ ରହିବା ୫ଟି ଓ ମୋ ସରକାରଙ୍କ ଦୃଷ୍ଠିକୁ କେମିତି ଆସୁନାହିଁ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ ଏଠାରୁ ହଟାଯାଇ ତାଙ୍କ ଦାୟୀତ୍ୱରେ ଥିବା ସମସ୍ତ କାର୍ଯ୍ୟ ଦୁର୍ନୀତି ନିବାରଣ ଦ୍ୱାରା ତଦନ୍ତ କରାଯାଉ ।