ପ୍ରତେକ ବ୍ୟକ୍ତି ନିଜ ଦିନର ଆରମ୍ଭ ସକାରାତ୍ମକ ଭାବରେ ଓ ଶକ୍ତିପୂର୍ଣ୍ଣ ଭାବରେ କରିବାକୁ ଚାହିଁ ଥାଏ l କିନ୍ତୁ ଆମେ ନିଜର ଖରାପ ଜୀବନ ଶୈଳୀ କାରଣରୁ ଦିନର ଆରମ୍ଭ ଠିକ ଭବରେ କରିପାରି ନଥାଉ l ଅଜଣାନ୍ତାରେ ଆମେ କିଛି ଖରାପ ଅଭ୍ୟସକୁ ଅନୁସରଣ କରିଥାଉ ଯାହା ଆମର ଶରୀର ପକ୍ଷ କ୍ଷତିକାରକ ହୋଇଥାଏ l ଆସନ୍ତୁ ଜାଣିବା ସେହି ଖରାପ ଅଭୟାସ ବିଷୟରେ ଯାହାକୁ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ଅନୁସରଣ କରିଥାନ୍ତି l
ସେହି ଅଭ୍ୟସ ଗୁଡିକ କଣ –
* ଅଧିକାଂଶ ଲୋକଙ୍କର ଅଭ୍ୟସ ରହିଥାଏ ଯେ ସକାଳୁ ଉଠିଲା ମାତ୍ରେ କାମରେ ଲାଗିଜିବା,ଏପରି କରିବା ଆଦୌ ଉଚିତ ନୁହେଁ l ଶୋଇକି ଉଠିବା ପରେ ପ୍ରଥମେ ନିଜ ହାତ ଓ ଗୋଡ଼ର ମାଂସପେଶୀକୁ ସାମାନ୍ୟ ମାଲିସ କରି ରିଲାକ୍ସ କରନ୍ତୁ l ଏହାପରେ ଉଠି ଗୋଟିଏ ଗ୍ଲାସ ପାଣି ପିଅନ୍ତୁ ,ଏପରି କରିବା ଦ୍ୱାରା ଶରୀରକୁ ଚୁସ୍ତି ଓ ଫୁର୍ତି ମିଳିବ l
* ଯଦି ଆପଣ ସକାଳୁ ଉଠିବା ପରେ ମୋବାଇଲ ଫୋନ ଦେଖୁଛନ୍ତି ଓ ସାମାଜିକ ଗଣମାଧ୍ୟମରେ ସକ୍ରିୟ ରହୁଛନ୍ତି ତେବେ ଏହି ଅଭ୍ୟସ ଆପଣଙ୍କୁ ଶାରୀରିକ ଓ ମାନସିକ ବିକାଶ ପାଇଁ କ୍ଷତି କାରକ ଅଟେ l
* ସକାଳୁ ଖାଲି ପେଟରେ ଚାହା କିମ୍ବା କଫି ପିଇବା ଦ୍ୱାରା ଏସିଡ଼ିଟି ସମସ୍ୟା ହୋଇପାରେ l ତା ସହିତ ଆପଣ ଅଧିକାଂଶ ରୋଗକୁ ମଧ୍ୟ ନିମନ୍ତ୍ରଣ କରି ପାରନ୍ତି l ଆପଣ ଚାହା ଓ କଫି ସ୍ଥାନରେ ଉଷୁମ ପାଣି ପିଇ ପାରନ୍ତି ଓ ନିଜର ସକାଳର ଜଳଖିଆ ଖାଇବା ପରେ ଚାହା ଓ କଫି ପିଇ ପାରନ୍ତି l
* ରାତିସାରା ଶୋଇବାପରେ ସକାଳୁ ଶରୀରକୁ ଆକ୍ଟିଭ ରଖିବା ପାଇଁ ସାମାନ୍ୟ ବ୍ୟାୟାମ କରିବା ଆବଶ୍ୟକ l ଯେପରିକି ସ୍ଟ୍ରେଚିଙ୍ଗ ,ସ୍ଟ୍ରେଚିଙ୍ଗ କରିବା ଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ଲାଗିବ ସହିତ ମନ ପ୍ରଫୁଲୀତ ରହିବ l

Comments are closed.