ପୁରାଣ କଥା ଅନୁସାରେ ଆମେ ସମସ୍ତେ ଜାଣିଚୁ ଯେ ଭୃଗୁଋଷି କ୍ରୋଧରେ ଭଗବାନ ବିଷ୍ଣୁଙ୍କ ଛାତି ଉପରେ ପ୍ରହାର କରିଥିଲେ l ଏହାକୁ ଦେଖି ତାଙ୍କୁ ବିଷ୍ଣୁ ପଚାରି ଥିଲେ ମୁନିବର ଆପଣଙ୍କ ପାଦରେ ଆଘାତ ଲାଗିଲାନୀତ ?ଏହି ଦୃଶ୍ୟକୁ ମହାଲକ୍ଷ୍ମୀ ଦେଖୁଥିଲେ l ଏହାପରେ ସେ କ୍ରୋଧିତ ଭୃଗୁରୁଷିଙ୍କୁ କହିଥିଲେ ଯେ ତାଙ୍କ ଉପରେ ଆଜିଠାରୁ କେବେବି କୃପା ଦୃଷ୍ଟି ରଖିବେ ନାହିଁ l ଏହାପରେ ଲକ୍ଷ୍ମୀ ଛଡା ହୋଇ ଅତ୍ୟନ୍ତ କଷ୍ଟ ଭୋଗିଥିଲେ l
ଏହି କଥାରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ ଯେଉଁ ବ୍ୟକ୍ତି ନିଜର ଭାବନା ଉପରେ ନିୟନ୍ତ୍ରଣ ରଖେ ନାହିଁ ,କ୍ରୋଧରେ ଭୁଲ କରି ବସେ ଓ କ୍ରୋଧ କରିବା ଦ୍ୱାରା ତା ଉପରେ ମାତା ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ନଥାନ୍ତି ଓ ତା ପାଖରୁ ଦୁରେଇ ଯାଇଥାନ୍ତି l
* ବ୍ୟକ୍ତି ଯଦି ମାତା ଲକ୍ଷ୍ମୀଙ୍କ କୃପା ପାଇବାକୁ ଚାହୁଁଛି ତେବେ ଜୀବନରେ ଅନ୍ୟମାନଙ୍କ ସହ ଅଭଦ୍ରତା କରିବା ଓ କ୍ରୋଧ କରିବା ଠାରୁ ଦୁରେଇ ରହିବା ଆବଶ୍ୟକ l
* ସମ୍ପର୍କୀୟ,ପରିବାର ସଦସ୍ୟଙ୍କ ସହିତ ବିନମ୍ରତାର ସହିତ କଥା ହେବା ଆବଶ୍ୟକ l ସମାଜର ପ୍ରତେକ ବର୍ଗର ଲୋକଙ୍କୁ ଆଦର ସହକାରେ ଦେଖିବା ଆବଶ୍ୟକ l କ୍ରୋଧ ଓ ଅହଂକାର ଠାରୁ ମାତା ଲକ୍ଷ୍ମୀ ଦୁରେଇ ଯାଇଥାନ୍ତି
* କ୍ରୋଧ ଦୁଇଧାର ଅସ୍ତ୍ର ଭଳି ବ୍ୟକ୍ତି ଓ ତା ଦ୍ୱାରା ପ୍ରଭାବିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କର କ୍ଷତି ଘଟାଇ ଥାଏ l ସୁଖ ସମୃଦ୍ଧି ଓ ଶାନ୍ତି କ୍ରୋଧ ଦ୍ୱାରା ନଷ୍ଟ ହୋଇଯାଇଥାଏ l ସବୁକିଛି ଥାଇ ମଧ୍ୟ ବ୍ୟକ୍ତି ସୁଖଭୋଗ କରିପାରେ ନାହିଁ l
* କ୍ରୋଧ ଦ୍ୱାରା ବ୍ୟକ୍ତି ବେଳେବେଳେ ନିର୍ଣ୍ଣୟ ନେବାର କ୍ଷମତାକୁ ମଧ୍ୟ ହରାଇ ଦେଇଥାଏ l ତାକୁ ସେହି କଥା ଜଣାପଡେ ନାହିଁ ଯେ ସେ ଯାହା କରୁଛି ଠିକ କିମ୍ବା ଭୁଲ କରୁଛି l ତେଣୁ କ୍ରୋଧ ଓ ଅହଂକାରକୁ ନିୟନ୍ତ୍ରଣରେ ରଖିଲେ ଜୀବନରେ ବ୍ୟକ୍ତି ଉନ୍ନତି କରିଥାଏ l

Comments are closed.