Odisha news

ମୟୂରଭଞ୍ଜ ରେଲୱେର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଖଡଗପୁର ଡିଆରଏମ ଓ ଜିଏମ୍ଙ୍କ ସହ ଆଲୋଚନା କଲେ ସାଂସଦ ବିଶେଶ୍ୱର

0

ବାରିପଦା  : ଆଗାମୀ ୨୯ତାରିଖରେ ହେବାକୁ ଥିବା ଅଧିବେସନ ପୂର୍ବରୁ ମୟୂରଭଞ୍ଜ ଲୋକସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ଇଂ ବିଶେଶ୍ୱର ଟୁଡୁଙ୍କ ପକ୍ଷରୁ ଖଡଗପୁର ଡିଆରଏମ କାର୍ଯ୍ୟାଳୟ ଏବଂ କଲକତା ଗାର୍ଡନେ ବି୍ରଜ୍ଠାରେ ଅବସ୍ଥିତ ଜିଏମ୍ କାର୍ଯ୍ୟାଳୟ ଠାରେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାଗୁଡିକ ଯଥାକ୍ରମେ ବୁଢାମରା ଠାରୁ ଚାକୁଳିଆ ନୂତନ ରେଳପଥ ଅନ୍ତର୍ଗତ ସମୁଦାୟ ୭ଟି ଷ୍ଟେସନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟର ଅଟକଳ ତୁରନ୍ତ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଗଲେ ୨୦୨୧-୨୨ ଆର୍ଥୀକ ବଜେଟ୍ରେ ବ୍ୟୟ ଅଟକଳର ବ୍ୟବସ୍ଥା ରଖାଯାଇ ପାରିବ, ଷ୍ଟେସନବଜାର ବାରିପଦା ଠାରେ ପ୍ରସ୍ତାବିତ ରେଲୱେ ଓଭର ବିଜ୍ରନିର୍ମାଣ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ନକ୍ସା ଏବଂ ପ୍ରକଳ୍ପ ଅଟକଳ ଅନୁଯାଇ ଅନେକ ବ୍ୟବସାୟୀମାନଙ୍କର କ୍ଷତି ହେଉଥିବାର ଜାଣିବାକୁ ମିଳିଥିବାବେଳେ ଉକ୍ତ କାର୍ଯ୍ୟର ପ୍ରସ୍ତାବିତ ନିର୍ମାଣ ଡିଜାଇନ୍କୁ ପରିବର୍ତ୍ତନ କରି ସର୍ବନିମ୍ନ କ୍ଷତି ନହେବା ପରି ଡିଜାଇନ୍ ଅନୁସାରେ କାମ କରିବାକୁ ସାଂସଦ ଶ୍ରୀଟୁଡୁ ପରାମର୍ଶ ଦେଇଥିଲେ । ପୂର୍ବରୁ ଏ ବାବଦରେ ସ୍ଥାନୀୟ ପିଡବ୍ଲୁ୍ୟଡି ଏକଜ୍କିୟୁଟିଭ ଇଞ୍ଜିନିୟରଙ୍କ ସହିତ ଆଲୋଚନା କରାଯାଇ ନିର୍ମାଣ ଡିଜାଇନ୍କୁ ପରିବର୍ତ୍ତନ କରାଇ କଂଟିଲିଭାର ସିଷ୍ଟମ୍ରେ ରେଲୱେ ଓଭର ବି୍ରଜ୍ କରିବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ଦିଆଯାଇଛି । ଖୁବ୍ଶୀଘ୍ର ଏ ବାବଦରେ ଉଭୟ ପିଡବ୍ଲୁ୍ୟଡି ଏବଂ ରେଲୱେ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଷ୍ପତ୍ତି କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ । ଅପରପକ୍ଷରେ ବାଙ୍ଗିରିପୋଷି ଠାରେ ପ୍ରସ୍ତାବିତ ଗୁଡସ୍ ସେଡ୍ ନିର୍ମାଣ/ସ୍ଥାପନ ପାଇଁ ରେଲୱେ ବିଭାଗର ଏକ ପ୍ରତିନିଧି ଦଳ ଅଞ୍ଚଳ ପରିଦର୍ଶନ କରିବାପରେ ରିପୋର୍ଟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଛି । ରେଲୱେ ବିଭାଗର ପରାମର୍ଶ କ୍ରମେ ବାଙ୍ଗିରିପୋଷି ରେଲୱେ ଷ୍ଟେସନରୁ ଆମଦାନୀ ଏବଂ ରାପ୍ତାନୀ ହେବାକୁ ଥିବା ସବିଶେଷ ବିବରଣୀ ବିଭିନ୍ନ ଟ୍ରେଡରସ କିମ୍ବା ଖଣି ଖାଦାନ୍ ମାଲିକମାନେ ପ୍ରଦାନ କେଲ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇଯିବ ଏବଂ ଏହା କାର୍ଯ୍ୟକ୍ଷମ ହେବାସହ ଉକ୍ତ ଅଞ୍ଚଳର ବ୍ୟବସାୟୀମାନେ ସହଜରେ କାରବାର କରିବା ପାଇଁ ସୁଯୋଗ ପାଇବା ସହିତ ରୋଜଗାର ସୃଷ୍ଟି ହୋଇପାରିବ ବୋଲି ସାଂସଦ ଶ୍ରୀଟୁଡୁ ଆଲୋଚନା କରିଥିବା ଜଣାପଡିଛି । ବାରିପଦା ଏକ ବହୁପୁରାତନ ରେଲୱେ ଷ୍ଟେସନ ହୋଇଥିବାରୁ ସେଠାରେ ଏକ ହେରିଟେଜ୍ ମୁ୍ୟଜିୟମ୍ ହେବାର ପୂର୍ବରୁ ପ୍ରସ୍ତାବ ଦିଆଯାଇଥିବାବେଳେ ଏହାର ସମସ୍ତ ପ୍ରକି୍ରୟା ଶେଷ ହେବା ସହ ଖୁବ୍ଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମହାମାରୀ କରୋନା କାରଣରୁ ବାରିପଦା ରୁପସା ଇଲେକ୍ଟ୍ରିଫିକେସନ୍ କାମ ଧିମେଇ ଯାଇଥିବାବେଳେ ତୁରନ୍ତ ଏହାକୁ ସମ୍ପୂର୍ଣ୍ଣ କରାଗଲେ ରୁପସାଠାରୁ ବାଙ୍ଗିରିପୋଷି ସିଙ୍ଗଲ୍ ଟ୍ରାକ୍ରେ ଅଳ୍ପକିଛି ଟ୍ରେନ୍ ଚାଲିଥିଲେ ମଧ୍ୟ ଆହୁରି ଅଧିକ ଟ୍ରେନ୍ ଚାଲିବା ପାଇଁ ବ୍ୟବସ୍ଥା ହୋଇପାରିବ ବୋଲି ସାଂସଦ ଶ୍ରୀଟୁଡୁ ଆଶାବ୍ୟକ୍ତ କରିଥିଲେ । ମୟୂରଭଞ୍ଜ ଜିଲ୍ଲା ଭିତରେ ଥାର୍ଡଲାଇନ୍ କାମ୍ ଚାଲୁଥିବା ପ୍ରକଳ୍ପ କାର୍ଯ୍ୟରେ ପ୍ରାସ୍ତାବିତ ତିନୋଟି ନୂଆ ପ୍ରକଳ୍ପ ତଥା ବୁଢାମରା-ଚାକୁଳିଆ, ବାଙ୍ଗିରିପୋଷୀ-ଗୋରୁମହିଷାଣୀ ଏବଂ ବାଦାମପାହାଡ-କେନ୍ଦୁଝର ବିଷୟରେ ମୟୂରଭଞ୍ଜବାସୀଙ୍କ ସହଭାଗୀତା ଏବଂ ନିଯୁକ୍ତି ବିଷୟରେ ପଙ୍ଖାନୁପଙ୍ଖ ଆଲୋଚନା କରାଯାଇଥିଲା । ଏହି ବୈ÷ଠକରେ ସାଂସଦ ଇଂ ବିଶେଶ୍ୱର ଟୁଡୁଙ୍କ ସହ ସାଉଥ୍-ଇଷ୍ଟର୍ଣ୍ଣ ଜିଏମ୍ ସଞ୍ଜୟ କୁମାର ମହାନ୍ତି, ଚିଫ୍ ଏଡ୍ମିନିଷ୍ଟ୍ରେଟିଭ୍ ଅଫିସ୍ର କମଲ ବୈଠା, ମୁଖ୍ୟଯନ୍ତ୍ରୀ(ନିର୍ମାଣ) ତଥା ଡିଆରଏମ୍ ମନୋରଞ୍ଜନ ପ୍ରଧାନ, ଡେପୁଟୀ ଚିଫ୍ ଇଞ୍ଜିନିୟର ବମବମ ପାଣ୍ଡେ, ଡିଇଏନ୍ ସୌରଭ ରାଜ୍ ଏବଂ ଡିଆରୟୁସିସି/ଜେଡ୍ୟୁସିସି ସଦସ୍ୟ ତଥା ସାଂସଦ ପ୍ରତିନିଧି ହେମନ୍ତ ଶାହା ମଧ୍ୟ ଉପସ୍ଥିତ ଥିଲେ ।

Govt
Leave A Reply