Odisha news

ମୟୂରଭଞ୍ଜ ଜିଲ୍ଲାର ସମିତି ପକ୍ଷରୁ ବାଇକ୍ ଆମ୍ବୁଲାନ୍ସ ସେବା ଜିଲ୍ଲାପାଳଙ୍କ ଦ୍ୱାରା ଉଦ୍ଘାଟିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବାଇକ ଆମ୍ବୁଲାନ୍ସ ସେବା ଜିଲ୍ଲାର ଖଣି ପାରିପାଶ୍ୱିର୍କ ବ୍ଲକ ଅଂଚଳରେ ଲୋକମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ତୁରିତ ସେବା ଯୋଗାଇ ଦେବା ପାଇଁ ବାଇକ୍ ଆମ୍ବୁଲାନ୍ସ ସେବାର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯୋଗଦେଇ ୩ଟି ନୂତନ ବାଇକ୍ ଆମ୍ବୁଲାନ୍ସ ସେବାର ଆନୁଷ୍ଠାନିକ ଭାବେ ସବୁଜ ପତାକା ଦେଖାଇ ଉଦ୍ଘାଟନ ପୂର୍ବକ ଶୁଭାରମ୍ଭ କରିଥିଲେ ।

ସୂଚନାଯୋଗ୍ୟ ଯେ, ଓମ୍ବାଡିସି (ଓଡିଶା ଖଣିଜ ଆଧାରିତ ଅଂଚଳ ଉନ୍ନୟନ ନିଗମ) ଆର୍ଥିକ ସହାୟତାରେ ମୟୂରଭଞ୍ଜ ଜିଲ୍ଲାର ବିଶେଷ କରି ରାଇରଙ୍ଗପୁର, କୁସୁମି ଓ ଯଶିପୁର ଆଦି ଖଣି ପାରିପାଶ୍ୱିର୍କ ବ୍ଲକ ଅଂଚଳର ଜନସାଧାରଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ତୁରିତ ସେବା ଯୋଗାଇଦେବା ଉଦେ୍ଦ୍ୟଶରେ ପ୍ରଥମଥର ପାଇଁ କାର୍ଯ୍ୟକାରୀ କରାଯାଇଛି । ଜିଲ୍ଲାରେ ଏହି ସେବା ବ୍ୟବସ୍ଥା ଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିସôା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାଃ ରୂପଭାନୁ ମିଶ୍ର, ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଏଡିପିଏଚ୍ ଡାଃ ବନମାଳୀ ପ୍ରଧାନ, ଡିପିଏଚ୍ଓ ଡାଃ ଚାରୁବାଳା ରଥ, ଜିଲ୍ଲା ପରିବା କଲ୍ୟାଣ ଅଧିକାରୀ ଡାଃ ସୁନନ୍ଦା ମିଶ୍ର, ଡିପିଏମ୍ (ଏନ୍ଆର୍ଏଚ୍ଏମ୍) ପି.ପି ପତି, ହସ୍ପିଟାଲ ମେନେଜର ସମୀର ମହାପାତ୍ର, ଡିଏମ୍ଆର୍ସିଏଚ୍ ବିଶ୍ୱରଞ୍ଜନ ରାଉତ ଓ ଏଡିପିଏଚ୍ସିଓ ଦେବେନ୍ଦ୍ର ନାଥ ଦେହୁରୀ ପ୍ରମୁଖ ସମେତ ସଂପୃକ୍ତ ବିଭାଗ ପଦାଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।

Nalco
Leave A Reply