Odisha news

କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0

ତିହିଡି,୨୮୦୧: ତିହିଡି ଶିକ୍ଷା ମଣ୍ଡଳର କ୍ରୀଡା ଶିକ୍ଷକ-ଶିକ୍ଷୟିତ୍ରୀ ସଂଘ ପକ୍ଷରୁ ତିହିଡି ସିଆରଏସ ପରିସରରେ ୨ ଜଣ କ୍ରୀଡା ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବୈଷ୍ଣବାନନ୍ଦ ଉଚ୍ଚ ବିଦ୍ୟାପୀଠର ବାବାଜୀ ଚରଣ ମହାକୁଡ ଓ ଆରସା ହାଇସ୍କୁଲର ଲକ୍ଷ୍ମୀକାନ୍ତ ପତିଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯାଇଥିଲା । ସିଆରଏସ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଜାରମଣ ଜେନା ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷତା କରିଥିଲେ ।

ମୁଖ୍ୟଅତିଥି ଭାବେ ଜିଲ୍ଲା ଭାରପ୍ରାପ୍ତ କ୍ରିଡା ଶିକ୍ଷା ନିରୀକ୍ଷକ ରାଜେନ୍ଦ୍ର ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଅବସରପ୍ରାପ୍ତ କ୍ରୀଡା ଶିକ୍ଷା ନିରୀକ୍ଷକ ଶ୍ୟାମସୁନ୍ଦର ମହାରାଜ ଯୋଗ ଦେଇଥିଲେ । କ୍ରୀଡା ଶିକ୍ଷକ ସୋମନାଥ ମିଶ୍ର ଅତିଥି ପରିଚୟ ଦେଇଥିଲେ । କ୍ରୀଡା ଶିକ୍ଷକ ସୁରେଶ ମହାକୁଡ ଧନ୍ୟବାଦ ଦେଇଥିଲେ । କ୍ରୀଡା ଶିକ୍ଷକ ବିଜୟ କୁମାର ନାୟକ, ସୁନୀଲ ବାରିକ, ବିମଳା ବେହେରା, ପ୍ରଦୀପ ଖଟୁଆ, ବିବେକାନନ୍ଦ ସାମଲ, ଅଭୟ ସେନାପତି, କମଳାକାନ୍ତ ସାହୁ, ମଧୁସ୍ମିତା ପଣ୍ଡା, କାଶୀନାଥ ଦାସ, ଗୀତାଞ୍ଜଳି ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply