Odisha news

ଗଞ୍ଜେଇ ପ୍ୟାକିଂ ବେଳେ ମାଡ଼ି ବସିଲା ପୋଲିସ : ଗଞ୍ଜେଇ  ପାକିଂ ମେସିନ ସହ ଦୁଇଟି ମୋବାଇଲ ଜବତ 

0
ବାଲିଗୁଡା, ତା, ୨୨/୦୭:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ରେ ଗଞ୍ଜେଇ ମୁକ୍ତ କରିବା ପାଇଁ କନ୍ଧମାଳ ପୋଲିସ ଅଭିନଵ ପ୍ରୟାସ କରୁଥିବା ବେଳେ ପୋଲିସ ଆଖିରେ ଧୂଳି ଦେଇ ବେ ଧଡକ ଭାବେ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି l  କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗ୍ରାମରେ ଦୀର୍ଘ ଛଅ ମାସ ହେବ ଜୈନକ ବ୍ୟକ୍ତି ଭଡ଼ାରେ ରହି ବିଭିନ୍ନ ସ୍ଥାନରୁ ଗଞ୍ଜେଇ କିଣି ଭଡ଼ା ଘରେ ରଖିଥିଲେ ଆଉ ସେହି ଘରେ ରଖି ତାହା ମେସିନ୍ ସାହାଯ୍ୟରେ ଭିଡ଼ିବା ପାଇଁ ଦୁଇ ଗଞ୍ଜେଇ ମାଫିଆଙ୍କୁ ନିଜ ଘରେ ରଖିଥିଲେ I ସେହି ଦୁର୍ବୁତ୍ତ ମାନେ ଘର ଆଗ ପଟୁ ତାଲାଚାବି ବନ୍ଦ କରି ବାରିପଟୁ ଘର ଭିତରେ ଗଞ୍ଜେଇ ଭିଡ଼ିବାରେ ବ୍ଯସ୍ତ ଥିଲେ, ସେହି ସମୟରେ କୌଣସି ସୂତ୍ରରୁ ସୂଚନା ପାଇ ଦାରିଙ୍ଗବାଡି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଙ୍କ ସହ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଦୁର୍ବୁତ୍ତ ଉକ୍ତ ଥାନା ଅଞ୍ଚଳ ସିମନବାଡ଼ି ଗ୍ରାମ ର ସଞ୍ଜୟ ସାହୁ (୨୯) ଓ ଲାଇନପଡ଼ା ଗ୍ରାମର ସୁଧୀର ସାହୁ (୨୧) ଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୫ କେଜି ଗଞ୍ଜେଇ ସମେତ ହାତରେ ଚଳାଯାଉଥିବା ଗୋଟିଏ କମ୍ପ୍ରେସର ମେଶିନ, ୨ଟି ଓ୍ବେଲ୍ଡିଂ ମେଶିନ ଓ ୨ଟି ମୋବାଇଲ ଜବତ କରାଯାଇଛି । ଏ ନେଇ ଦାରିଙ୍ଗବାଡି ଥାନା କେଶ୍ ନଂ.୧୯୫/୨୬ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି  l ଏହି ଘଟଣା ରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ  ଅଧିକ ତଦନ୍ତ ଅବ୍ୟାହତ ଥିବା ବିଷୟ ଆଇଆଇସି ସଂଗ୍ରାମ କେଶରୀ ଜେନା ପ୍ରକାଶ କରିଛନ୍ତି ।
Nalco
Leave A Reply