NEET ପେପର ଲିକ ମାମଲାରେ ଆଜି ରାଜଧାନୀ ର ରାଜରାସ୍ତା ରେ ଛାତ୍ର ଙ୍କ ଆନ୍ଦୋଳନ ଜାରି ରହିଛି, ଆଜି ଅନେକ ଛାତ୍ର ଙ୍କ ଭବିଷ୍ୟତ ଉପରେ ଲାଗିଛି ପ୍ରଶ୍ନବାଚୀ , ଏହି ଛାତ୍ର ଆନ୍ଦୋଳନ ଏଭଳି ତୀବ୍ର ରୂପ ନେଇଛି ଯେ ବିଦେଶୀ ମିଡିଆରେ ମଧ୍ୟ ଚାଲିଛି ଏହାର ଚର୍ଚା l ଛାତ୍ର ମାନଙ୍କ ଉପରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ କୁ ନେଇ ବିପକ୍ଷ ଓ କେନ୍ଦ୍ର ସରକାର ମଧ୍ୟରେ ଉତେଜନା ଖୁବ ତୀବ୍ର ହୋଇ ଯାଇଛି , ଏହାକୁ ନେଇ ସରକାର ଚର୍ଚା କରିବାକୁ ବର୍ତମାନ ପ୍ରସ୍ତୁତ ହୋଇଛନ୍ତି l
ବିପକ୍ଷ ର ହଟଗୋଳ ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରନ ରିଜିଜୁ ଲୋକସଭା ରେ ଘୋଷଣା କରିଛନ୍ତି ଯେ ସରକାର ନିଟ ପେପର ଲିକ ମୁଦା କୁ ନେଇ ବିସ୍ତୃତ ଚର୍ଚା କୁ ନେଇ ପ୍ରସ୍ତୁତ ଅଛି, ରିଜିଜୁ ବିପକ୍ଷର ହଂଗାମା ମଧ୍ୟରେ କହିଛନ୍ତି ଛାତ୍ର ଆମର ଛାତ୍ର ଆମର ସର୍ବୋଚ୍ଚ ପ୍ରାଥମିକତା, ଆମେ ନିତ ପେପର ଲିକ ମୁଦା କୁ ନେଇ ସଦନ ରେ ଚର୍ଚା କରିବୁ l
ବିପକ୍ଷ ଦଳ ପ୍ରଦର୍ଶନକାରୀ ଙ୍କ ଉପରେ ପୋଲିସ ର ବର୍ବରତା ର ମୁଦା ଉଠାଇ ପ୍ରଧାନମନ୍ତ୍ରୀ ଙ୍କ ବୟାନ ଦାବି କରିଛି, ବିପକ୍ଷ ର ନେତୃତ୍ୱ କରୁଥିବା ସମାଜବାଦୀ ପାର୍ଟି ର ପ୍ରମୁଖ ଅଖିଳେସ ଯାଦବ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ଙ୍କ ଘର ଆଗରେ ଧାରଣା ଦେବାକୁ ମଜବୂର ହେଲି କାହିଁକିନା ସେ ସଂସଦ ରେ କିଛି କହିବାକୁ ପ୍ରସ୍ତୁତ ହେଉ ନାହାନ୍ତି l ଯଦି ପ୍ରଧାନମନ୍ତ୍ରୀ ସଂସଦ ବାହାରେ ଯୁବକ ଙ୍କ ମୁଦା କୁ ନେଇ ପାଟି ଖୋଲୁଛନ୍ତି ତେବେ ସଂସଦ ରେ କାହିଁକି କହୁ ନାହାନ୍ତି l ”
